/odishatv-khabar/media/post_attachments/uploadimage/library/16_9/16_9_0/____1682062932.jpg)
Rainfall Alert For Various Districts Of Odisha
ତାତିରେ ସଡନ୍ ବ୍ରେକ୍। ହାଲୁକା ବର୍ଷା, ଥଣ୍ଡା ପବନ ପାଇଁ ତାପମାତ୍ରା ସାମାନ୍ୟ ହ୍ରାସ ପାଇଛି। ଭୁବନେଶ୍ୱର ତାପମାତ୍ରା ଗତକାଲି ଠାରୁ ପ୍ରାୟ ୮ ଡିଗ୍ରୀ କମିଛି। ଆଜି ଦିନ ସାଢ଼େ ୧୧ଟାରେ ଭୁବନେଶ୍ୱର ତାପମାତ୍ରା ୩୩.୨ ଡିଗ୍ରୀ ରେକର୍ଡ କରାଯାଇଥିଲା।
ସେହିପରି ବାଲେଶ୍ବରରେ ୩୬, ପୁରୀ ୩୩.୪, ପାରାଦୀପ ୩୨.୬ ଡିଗ୍ରୀ, ଚାନ୍ଦବାଲି ୩୨, ଝାରସୁଗୁଡ଼ା ୩୨.୬, ଗୋପାଳପୁର ୩୧, ସମ୍ୱଲପୁର ୩୦, କେନ୍ଦୁଝର ୨୮ ଓ ହୀରାକୁଦରେ ୨୯.୨ ଡିଗ୍ରୀ ସେଲ୍ସିୟସ ତାପମାତ୍ରା ରେକର୍ଡ ହୋଇଛି।
ଅଧିକ ପଢ଼ନ୍ତୁ: ତାତିରୁ ସାମାନ୍ୟ ଆଶ୍ୱସ୍ତି, ବଦଳିଛି ପାଗ ! ବିଭିନ୍ନ ସ୍ଥାନରେ ବର୍ଷା
ଆଜି ଦିନ ୧୧ଟା ୩୦ ସୁଦ୍ଧା ରେକର୍ଡ ତାପମାତ୍ରା
ଭୁବନେଶ୍ୱର : ୩୩.୨°C
ବାଲେଶ୍ୱର :୩୬.୦°C
ଚାନ୍ଦବାଲି : ୩୨.୦°C
ପାରାଦୀପ : ୩୨.୬°C
ଗୋପାଳପୁର : ୩୧.୦°C
ପୁରୀ :୩୩.୪°C
ଝାରସୁଗୁଡା : ୩୨.୬°C
କେନ୍ଦୁଝର : ୨୮.୦°C
ସମ୍ବଲପୁର : ୩୦.୦°C
ହୀରାକୁଦ :୨୯.୨°C— Meteorological Centre, Bhubaneswar (@mcbbsr) April 21, 2023
ସେପଟେ ୨୨ ଏବଂ ୨୩ ତାରିଖରେ ରାଜ୍ୟରେ କାଳବୈଶାଖୀ ସମ୍ଭାବନା ରହିଛି। ଓଡ଼ିଶାର କିଛି ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ସହ କୁଆପଥର ବର୍ଷା ସହ ଘଣ୍ଟା ପ୍ରତି ୪୦ ରୁ ୫୦ କି.ମି. ବେଗରେ ପବନ ବହିପାରେ। ଏନେଇ ବିଭିନ୍ନ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି।
୨୨ ଏବଂ ୨୩ ତାରିଖରେ ରାଜ୍ୟରେ କାଳବୈଶାଖୀ ସମ୍ଭାବନା
ଓଡ଼ିଶାର କିଛି ଜିଲ୍ଲାରେ ବିଜୁଳି ଘଡଘଡି ସହ କୁଆପଥର ବର୍ଷା ତଥା ପବନ ଘଣ୍ଟା ପ୍ରତି ୪୦ ରୁ ୫୦ କିମି ସମ୍ଭାବନା
— Meteorological Centre, Bhubaneswar (@mcbbsr) April 21, 2023
୨୨ ତାରିଖ ସକାଳ ସାଢ଼େ ୮ଟାରୁ ୨୩ ତାରିଖ ସକାଳ ସାଢ଼େ ୮ଟା ଯାଏ ବିଭିନ୍ନ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ଏହି ଜିଲ୍ଲା ଗୁଡ଼ିକ ହେଲା- କୋରାପୁଟ, ନବରଙ୍ଗପୁର, ରାୟଗଡ଼ା, କଳାହାଣ୍ଡି, କନ୍ଧମାଳ, ଗଞ୍ଜାମ, ଗଜପତି, ନୟାଗଡ଼, ଖୋର୍ଦ୍ଧା, ପୁରୀ, କଟକ, କେନ୍ଦୁଝର, ମୟୂରଭଂଜ ଓ ସୁନ୍ଦରଗଡ। ଏସବୁ ଜିଲ୍ଲାରେ ବର୍ଷା ହୋଇପାରେ। ୨୩ ତାରିଖରେ ମଧ୍ୟ ଅଧିକାଂଶ ଜିଲ୍ଲାରେ ବର୍ଷା ହେବାର ସମ୍ଭାବନା ରହିଛି।
#Warning for Day-1 to Day-5 pic.twitter.com/hmYTXqlrPl
— Meteorological Centre, Bhubaneswar (@mcbbsr) April 20, 2023
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)