ଜଳାଶୟକୁ ପୋତି କିପରି ତିଆରି ହେଉଛି ଅଟ୍ଟାଳିକା ? ସରକାରୀ ରେକର୍ଡରେ କେମିତି ବଦଳିଗଲା କିସମ ? ରାଜନଗରର କିଛି ପ୍ରଭାବଶାଳୀ ବ୍ୟକ୍ତିଙ୍କ ନାଁରେ କିଭଳି ହେଲା ପଟ୍ଟା ?
୧୦ ବର୍ଷ ତଳେ ଏକ ପାନୀୟ ଜଳ ପ୍ରକଳ୍ପ ପ୍ରତିଷ୍ଠା ହୋଇଥିଲା। କିଛି ବର୍ଷ ଠିକ୍ ଠାକ୍ ଚାଲିବା ପରେ ଏବେ ସଂପୂର୍ଣ୍ଣ ଅଚଳ।
ହିତାଧିକାରୀଙ୍କ ଅଗୋଚରରେ ଭୂତ ଶ୍ରମିକଙ୍କ ନାଁରେ ପୋଖରୀ ଟଙ୍କା ହଡପ୍ ହୋଇଛି
ଶ୍ରମିକମାନେ ଆଦୌ କାମ କରିନଥିବା ବେଳେ କିଭଳି ସେମାନଙ୍କ ନାଁ କିଭଳି ମଷ୍ଟର ରୋଲରେ ଚଢାଗଲା
ଅରିଗାଁ ପିଇଜି ଗୋଦାମରେ ଗରିବଙ୍କ ପାଇଁ ଗଚ୍ଛିତ ହଜାର ହଜାର କୁଇଣ୍ଟାଲ ଚାଉଳ ହେରଫେର୍ ଘଟଣାରେ ଗୋଦାମ ମାଲିକ ପ୍ରତାପ ଭାରତୀଙ୍କ ସହ ଯୋଗାଣ ବିଭାଗର ହାତ ଥିବା ଅଭିଯୋଗ ହେଉଛି
ଚାଷୀଙ୍କ ଜମିକୁ ପାଣି ଯୋଗାଇବା ଉଦ୍ଦେଶ୍ୟରେ ଯଦି ଆଡ଼ିବନ୍ଧ ହେଲା, ତେବେ କାହିଁକି କାମରେ ଆସୁନି ? କାହିଁକି ମରାମତି ହେଉନି ଗାର୍ଡ ୱାଲ? ଚାଷୀଙ୍କ ପାଇଁ କୁମ୍ଭୀର କାନ୍ଦଣା କାନ୍ଦୁଥିବା ସରକାର ଏହା ଉପରେ ଦୃଷ୍ଟି ଦେବେ କି ?
ମଲା ଲୋକଙ୍କ ନାଁରେ କିଏ ଉଠାଉଛି ଭତ୍ତା ଟଙ୍କା ? ଟିପ ଚିହ୍ନ କାହାର ? ଟଙ୍କା ବାଣ୍ଟିବା ଦାୟିତ୍ୱ ପିଇଓଙ୍କର ଥିବା ବେଳେ ସେ ହିଁ ଉତ୍ତରଦାୟୀ ରହିବା କଥା । ତେବେ ଏଠି ପିଇଓ ତଦନ୍ତ ଚାଲିଥିବା କଥା କହି ପ୍ରଶ୍ନକୁ ଏଡ଼ାଇ ଯାଉଥିବାରୁ କିଛି ଗଡ଼ବଡ଼ ମନେ ହେଉଛି ।
କାଗଜ କଲମରେ କାଜୁ ଚାଷ । ୩୦୦ କାଜୁ ଗଛ ଚାଷ ପାଇଁ ମନରେଗା ଯୋଜନାରୁ ଟଙ୍କା ମଞ୍ଜୁର ହେଲା, ଫଳକ ଲାଗିଲା, ତେବେ ଗଛର ଚିହ୍ନ ବର୍ଣ୍ଣ ନାହିଁ । କିନ୍ତୁ ବିଲ୍ ହୋଇଛି ଲକ୍ଷାଧିକ ଟଙ୍କା ।
ବିନିକା ସହରର ଚଣ୍ଡିପଡ଼ା, ବେତାପଡ଼ା, ମନୋହରିପଡ଼ା, ଜଗଦଲପୁର ଭଳି ବିଭିନ୍ନ ପଡ଼ାର ୨୦୪ ଜଣ ଜମିହୀନ ଏଲ.ଆର.ସି ପଟ୍ଟା ପାଇବାରୁ ବଞ୍ଚିତ
ପାର୍କର ଅବସ୍ଥା କେବଳ ଚାରିପଟେ ସିମେଣ୍ଟରେ ପାଚେରି ହୋଇଛି , କିଛି ଟ୍ରିପ୍ ମାଟି ଫିଲିଙ୍ଗ କରାଯାଇଛି ।
୨୬ଟି ଦୋକାନ ପାଇଁ ୨୩ ଲକ୍ଷ ୪୦ ହଜାର ଟଙ୍କାର ଟଙ୍କା ଅଟକଳ ହୋଇଥିଲା । ହେଲେ ଦୋକାନ ଗୁଡିକୁ ଦେଖିଲେ ମନେ ହେବ ଯେମିତି ୨୦ ହଜାରରୁ ଅଧିକ ଖର୍ଚ୍ଚ ହୋଇନି ।
ଚାଉଳ ହଡପ କଥା ଧରାପଡିଲା କାର୍ଯ୍ୟାନୁଷ୍ଠାନ ମଧ୍ୟ ହେଲା, କିନ୍ତୁ ଅମଳାଭଟା ପଞ୍ଚାୟତ ଲୋକେ ବର୍ତ୍ତମାନ ପର୍ଯ୍ୟନ୍ତ ସେହି ୩ ମାସର ଚାଉଳ ପାଇନାହାନ୍ତି
କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ବ୍ଲକ କେରୁଆପାଳ ପଞ୍ଚାୟତରେ ପାଇଖାନା ଘୋଟାଲା ।
ଗୋବରୀ ନଦୀ ପୁନରୁଦ୍ଧାର କାର୍ଯ୍ୟରେ କୋଟି କୋଟି ଟଙ୍କା ପାଣିରେ ପଡ଼ିଥିବାରୁ ସିଧାସଳଖ ଅସୁବିଧା ଭୋଗୁଛନ୍ତି ସ୍ଥାନୀୟ ଗ୍ରାମବାସୀ । ଲୋକଙ୍କ ଗାଧୋଇବା, ପାଣି ସାରବାର କରିବା, ଚାଷ ଜମିକୁ ପାଣି ମାଡ଼ିବା ସବୁ କାର୍ଯ୍ୟରେ ଅସୁବିଧା ହେଉଛି ।
ସୁନ୍ଦରଗଡ଼ ଜିଲ୍ଲା ନୂଆଗାଁ ବ୍ଲକ ତେତେରକେଲା ପଞ୍ଚାୟତ ରାସ୍ତା, ଯେଉଁଥିରେ ଆତ୍ମସାତ୍ ହୋଇଛି ଲକ୍ଷାଧିକ ଟଙ୍କା
ରାସ୍ତା କାମରେ ଗଫଲତି। ଯେଉଁ ରାସ୍ତାର କୌଣସି ଆବଶ୍ୟକତା ନାହିଁ, ସେଇଠି ତିଆରି ହେଲା ନୂଆ ରାସ୍ତା। ୧୦ ଲକ୍ଷ ଟଙ୍କାର ମୋରମ କାମର ଫଳକ ମରାଯାଇଛି। ହେଲେ ରାସ୍ତାର ଅବସ୍ଥା ଦେଖିଲେ ଆପଣ ବୁଝି ଯିବେ ଦୁର୍ନୀତି ହୋଇଛି କେମିତି?
ପାଇଖାନା ନାରେ ବଡ଼ଧରଣର ହେରଫେର। ୧୬ ପାଇଖାନା କାମ ପାଇଁ ବିଲ ଆସିଛି କିନ୍ତୁ ବାସ୍ତବରେ କିଛି ହୋଇନି। ସ୍ମାର୍ଟ ପଂଚାୟତରେ ସ୍ମାର୍ଟ ଦୁର୍ନୀତିର ଖୋଲୁଛି ଗୁମର...ଦେଖନ୍ତୁ କେମିତି ହୋଇଛି ଦୁର୍ନୀତି