Advertisment

ମାଟ୍ରିକ ପରୀକ୍ଷା ଦେଉ ନାହାନ୍ତି ଶତାଧିକ ଛାତ୍ରଛାତ୍ରୀ, ଫର୍ମ ପୂରଣ କରି ଗାଏବ...

ମାଟ୍ରିକ ପରୀକ୍ଷା ଆରମ୍ଭ ହୋଇଥିବା ବେଳେ ହଜାର ହଜାର ଛାତ୍ରଛାତ୍ରୀ ପରୀକ୍ଷାରେ ଅନୁପସ୍ଥିତ ଅଛନ୍ତି। କେବଳ ନବରଙ୍ଗପୁର ଜିଲ୍ଲାରୁ ୯୭୩ ଜଣ ପରୀକ୍ଷାର୍ଥୀ ଅନୁପସ୍ଥିତ ଅଛନ୍ତି।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Majority students do not appear for 10th board examinations

Majority students do not appear for 10th board examinations

ପରୀକ୍ଷା ଦେବା ଫର୍ମ ପୂରଣ କରୁଛନ୍ତି। ହେଲେ ପରୀକ୍ଷା ବେଳକୁ ଶହଶହ ଛାତ୍ରଛାତ୍ରୀ କେଉଁଆଡ଼େ ଗାଏବ ହୋଇ ଯାଉଛନ୍ତି। ପ୍ରାଥମିକ ସ୍ତରରୁ ହାଇସ୍କୁଲ୍‌ ପର୍ଯ୍ୟନ୍ତ ପରୀକ୍ଷାରେ ଏହି ସମସ୍ୟା ଲାଗି ରହୁଥିବାରୁ ଡ୍ରପ୍‌ ଆଉଟକୁ ନେଇ ଚିନ୍ତାରେ ପଡ଼ିଛି ଶିକ୍ଷା ବିଭାଗ। ମାଟ୍ରିକ ପରୀକ୍ଷା ଆରମ୍ଭ ହୋଇଥିବା ବେଳେ ହଜାର ହଜାର ଛାତ୍ରଛାତ୍ରୀ ପରୀକ୍ଷାରେ ଅନୁପସ୍ଥିତ ଅଛନ୍ତି। କେବଳ ନବରଙ୍ଗପୁର ଜିଲ୍ଲାରୁ ୯୭୩ ଜଣ ପରୀକ୍ଷାର୍ଥୀ ଅନୁପସ୍ଥିତ ଅଛନ୍ତି। 

Advertisment

ଗତବର୍ଷ ମଧ୍ୟ ମାଟ୍ରିକ ରୀକ୍ଷାରେ ୨୧୫୫ ଜଣ ଛାତ୍ରଛାତ୍ରୀ ମାଟ୍ରିକ୍ ପରୀକ୍ଷା ଦେଇନଥିଲେ। ଚଳିତ ବର୍ଷ ମାଟ୍ରିକ ପରୀକ୍ଷା ଲାଗି ୧୫ ହଜାର ୫୩୩ ଜଣ ଛାତ୍ରଛାତ୍ରୀ ଫର୍ମ ପୂରଣ କରିଥିଲେ। ସେହିଭଳି ପୂର୍ବରୁ ସମେଟିଭ୍-୧ ପରୀକ୍ଷା ବେଳେ ବି ନବରଙ୍ଗପୁର ଜିଲ୍ଲାରେ ୯୧୭  ଜଣ ପରୀକ୍ଷାର୍ଥୀ ଅନୁପସ୍ଥିତ ଥିଲେ। ଅନୁପସ୍ଥିତ ଥିବା ଛାତ୍ରଛାତ୍ରୀ ଅଧିକାଂଶ ସରକାରୀ ସ୍କୁଲ୍‌ର ବୋଲି ଜଣାପଡିଛି।

ନବରଙ୍ଗପୁର ଜିଲ୍ଲାରେ ମୋଟ ୭୯ଟି ପରୀକ୍ଷା କେନ୍ଦ୍ରରେ ମାଟ୍ରିକ ପରୀକ୍ଷା ହେଉଥିବା ବେଳେ ପ୍ରାୟ ସମସ୍ତ କେନ୍ଦ୍ରରେ ପରୀକ୍ଷାର୍ଥୀ ଅନୁପସ୍ଥିତ ରହିଛନ୍ତି। ପ୍ରଥମ ଦିନରେ ସର୍ବାଧିକ ରାଇଘର ବ୍ଲକରୁ ୧୯୬ ଜଣ ଛାତ୍ରଛାତ୍ରୀ ଅନୁପସ୍ଥିତ ଥିବାବେଳେ ସର୍ବନିମ୍ନ ଚନ୍ଦାହାଣ୍ଡି ବ୍ଲକରୁ ୫୪ ଜଣ ଛାତ୍ରଛାତ୍ରୀ ଅନୁପସ୍ଥିତ ରହିଥିବା ସୂଚନା ମିଳିଛି l

Advertisment

ଅଧିକାଂଶ ଛାତ୍ରଛାତ୍ରୀ ସ୍କୁଲ୍‌ରେ ନାମ ଲେଖାଉଥିଲେ ମଧ୍ୟ ଫର୍ମପୂରଣ ପରେ ରୋଜଗାର ଲାଗି ଦାଦନ ଖଟିବାକୁ ବାହାର ରାଜ୍ୟକୁ ଚାଲିଯାଉଥିବା ଆଶଙ୍କା କରାଯାଉଛି । ସେପଟେ ପିଲା କାହିଁକି ପରୀକ୍ଷା ଦେଉନାହାନ୍ତି ଏହାର ସମୀକ୍ଷା କରାଯିବ ବୋଲି ଜିଲ୍ଲା ଶିକ୍ଷାଧିକାରୀ କହିଛନ୍ତି।

Odisha Matric Exam Matric Exam
Advertisment
Advertisment