/odishatv-khabar/media/post_attachments/uploadimage/library/16_9/16_9_0/Fire_1743154811.jpg)
Fire
ନୋଏଡ଼ାରେ ଭୟାବହ ଅଗ୍ନିକାଣ୍ଡ । ଆପାର୍ଟମେଣ୍ଟରେ ଲାଗିଲା ନିଆଁ । ଜୀବନ ବଞ୍ଚାଇବା ପାଇଁ ବିକଳରେ ତିନି ମହଲା ଉପରୁ ଡେଇଁବାକୁ ଛାତ୍ରୀମାନେ ଉଦ୍ୟମ କରିଥିଲେ । ସୂଚନା ଅନୁସାରେ, ନିଆଁ ଲାଗିଥିବା ଆପାର୍ଟମେଣ୍ଟରେ ଥିଲା ଗର୍ଲ୍ସ ହଷ୍ଟେଲ । ଏସି କମ୍ପ୍ରେସର ବିସ୍ଫୋରଣ ହେବା ଫଳରେ ଭୟଙ୍କର ନିଆଁ ଲାଗିଥିଲା । ନଲେଜ୍ ପାର୍କରେ ଥିବା ଏହି ଆପାର୍ଟମେଣ୍ଟରେ ଅଚାନକ ଲାଗିଥିଲା ନିଆଁ । ହଷ୍ଟେଲରେ ଆଖପାଖ ରୁମକୁ ମଧ୍ୟ ନିଆଁ ବ୍ୟାପିଯାଇଥିଲା ।
କେତେ ଜଣ ବିକଳରେ ଛାତରୁ ଡେଇଁ ପଡିଥିଲା ବେଳେ କେତେ ଜଣ ବାଲକୋନିରେ ଛିଡା ହୋଇ ବଞ୍ଚାଇବା ପାଇଁ ଚିତ୍କାର କରୁଥିଲେ । ଆପାର୍ଟମେଣ୍ଟର ବାଲକୋନିରୁ ସେହି ଛାତ୍ରୀମାନଙ୍କୁ କେମିତି ଉଦ୍ଧାର କରାଯିବ, ତାହା ଥିଲା ବଡ଼ ଚାଲେଞ୍ଜ । କାରଣ ଆପାର୍ଟମେଣ୍ଟ ଚାରିପଟେ ଷ୍ଟିଲ୍ ତାରବାଡ଼ ଥିଲା । ହଠାତ ସେହି ସ୍ଥାନକୁ ଯିବା କଷ୍ଟକର ଥିଲା । ତଥାପି ଅଗ୍ନିଶମ ବାହିନୀ କର୍ମଚାରୀ ସିଡି ପକାଇଥିଲେ । କେତେଜଣ ଛାତ୍ରୀଙ୍କୁ ଉଦ୍ଧାର କରାଯାଇଥିଲା ।
ହଷ୍ଟେଲର ସବୁ ଛାତ୍ରୀଙ୍କୁ ଉଦ୍ଧାର କରାଯାଇଥିଲା । ଏହି ଘଟଣାରେ ଜଣେ ଛାତ୍ରୀ ସାମାନ୍ୟ ଆହତ ହୋଇଥିଲା ବେଳେ ଅନ୍ୟମାନେ ସୁରକ୍ଷିତ ଉଦ୍ଧାର ହୋଇଛନ୍ତି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)