ଭାରସାମ୍ୟ ହରାଇ ଗଛରେ ପିଟି ହେଲା ସ୍କୁଲ୍ ବସ୍। ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକ୍ ଅନ୍ତର୍ଗତ ମୋହରା ନିକଟରେ ଏହି ଦୁର୍ଘଟଣା ଘଟିଛି।
୨୪ ନିର୍ବାଚନରେ ୧୬ ଲୋକସଭା ସିଟ୍ ଜିତିବାକୁ ବିଜେପିର ଲକ୍ଷ୍ୟ ।
ଦେଶୀ ବୁଦ୍ଧି ଆପଣାଇ ୨୫ ଏକର ଚାଷ ଜମିକୁ ପାଣି ମଡେଇବାକୁ ନୂଆ ରଣନୀତି ଅବଲମ୍ବନ କଲେ ଚାଷୀ। ପାହାଡ ଚିରିଲେ, ନିଜ କ୍ଷେତକୁ ପାଣି ମଡେଇଲେ। ପାଣି ବିନା ଯେଉଁ ଚାଷ ଜମି ଦିନେ ଟାଙ୍ଗରା ଥିଲା ଆଜି ସେଇ ଚାଷ ଜମିରେ ଭଲରେ ମାଡୁଛି ପାଣି
ମିଳିଲା ନିଖୋଜ ଥିବା ଗୋଟିଏ ପରିବାରର ୩ ଜଣ ସଦସ୍ୟ ଓ ସେମାନଙ୍କର ଜଣେ ପଡ଼ୋଶୀଙ୍କ ପତ୍ତା। ଖୋଜାଖୋଜି ପରେ ୪ ଜଣ ଫେରୁଥିବା କାର୍ଟି ରାସ୍ତାକଡ଼ କୂଅ ଭିତରୁ ଠାବ କରାଯାଇଛି।
୩୬ ଘଣ୍ଟା ପରେ ବି ମିଳୁନି ଗୋଟିଏ ପରିବାରର ୩ ଜଣ ସଦସ୍ୟ ଓ ସେମାନଙ୍କର ଜଣେ ପଡ଼ୋଶୀଙ୍କ ପତ୍ତା। ଶନିବାର ଦିନ ଛତିଶଗଡ଼ କାଙ୍କେରରୁ ବିବାହ ଭୋଜି ଖାଇ ୪ ଜଣ କୋଣ୍ଡାଗାଁକୁ ଫେରୁଥିଲେ।
ଆସନ୍ତା ୪-୫ ଦିନ ମଧ୍ୟରେ ସର୍ବନିମ୍ନ ତାପମାତ୍ରା ମଧ୍ୟ ସ୍ଥିର ରହିବ। ଅଧିକାଂଶ ସ୍ଥାନରେ ପାଗ ମେଘୁଆ ରହିବା ନେଇ ପାଣିପାଗ ବିଭାଗ ଆକଳନ କରିଛି।
ଆଜି ଓଡ଼ିଶାର କିଛି ସ୍ଥାନରେ ହାଲୁକା ବର୍ଷା ସମ୍ଭାବନା ରହିଛି। ବାକି ଅଞ୍ଚଳରେ ପାଗ ଶୁଖିଲା ରହିବା ନେଇ ପାଣିପାଗ ବିଭାଗ ଆକଳନ କରିଛି।
ବଙ୍ଗୋପସାଗରରେ ସକ୍ରିୟ ରହିଛି ବାତ୍ୟା ‘ମେଣ୍ଡସ୍’। ଦକ୍ଷିଣ-ପଶ୍ଚିମ ଓ ଏହାର ଆଖପାଖ ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ସୃଷ୍ଟ ଗଭୀର ଅବପାତ ଘନୀଭୂତ ହୋଇ ଏକ ସାଇକ୍ଲୋନିକ୍ ଷ୍ଟର୍ମରେ ପରିଣତ ହୋଇଛି।
ଯଦିଓ ଓଡ଼ିଶା ଉପରେ ସମ୍ଭାବ୍ୟ ବାତ୍ୟାର ସିଧାସଳଖ ପ୍ରଭାବ ପଡ଼ିବ ନାହିଁ, ତେବେ ବାହ୍ୟବଳୟ ସହ ଜଡ଼ିତ ମେଘ ସମୂହ ପ୍ରଭାବରେ ୧୦ ଏବଂ ୧୧ ତାରିଖରେ ଦକ୍ଷିଣ ଓଡ଼ିଶାର କିଛି ଜିଲ୍ଲାରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହୋଇପାରେ।
ଭାରସାମ୍ୟ ହରାଇ ଗଛକୁ କାର୍ ପିଟିବା ଯୋଗୁ ୩ ଜଣଙ୍କ ମୃତ୍ୟୁ ହୋଇଛି। ଦୁର୍ଘଟଣାରେ ୨ ଜଣ ଗୁରୁତର ଆହତ ହୋଇଛନ୍ତି।
ପରମ୍ପରାର ଆଳ ଦେଖାଇ ମଦ ଆଉ ଜୁଆର ଆସର ଜମାଇଥିଲା ମାଲିକ । ହେଲେ ତାହାରି ଭିତରେ ଲହୁଲୁହାଣ ହେଉଥିଲେ ନୀରହ ଗଞ୍ଜା ମାନେ ।
ଯେବେ ପରିବାର ପୋଷିବାର ଥାଏ ଚିନ୍ତା..ହାଟରେ ଶାଗ ବିକ୍ରି କରୁଛନ୍ତି ବିସିଏ ଛାତ୍ର। ଅଧ ରାତିରୁ ଉଠୁଛନ୍ତି..ସାଇକେଲ ଧରି ହାଟରେ ଶାଗ ବିକ୍ରି କରୁଛନ୍ତି..ଯେତିକି ରୋଜଗାର ହେଉଛି ସେତିକିରେ ପରିବାର ଚଳିବା ସହିତ ନିଜ ପଢା ଖର୍ଚ୍ଚ ଉଠାଉଛନ୍ତି ଡମ୍ବୁରୁଧର
୩ ଜଣ ବ୍ୟକ୍ତି ଅଫିସ୍ ଭିତରେ ପଶି ଝରିଗାଁ ବିଡିଓ ସତ୍ୟନାରାୟଣ ମେହେରଙ୍କୁ ମାଡ଼ ମାରିଥିବା ଅଭିଯୋଗ ହୋଇଛି। ଏନେଇ ବିଡିଓ ନିଜେ ଝରିଗାଁ ଥାନାରେ ଏତଲା ଦେଇଛନ୍ତି।
ଜଳପ୍ରପାତ ନିକଟରେ ସେଲ୍ଫି ନେବା ସମୟରେ ଗୋଡ଼ ଖସି ଯବିରୁ ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି। ନବରଙ୍ଗପୁର ଜିଲ୍ଲା ଘୁମରେଶ୍ୱର ଶୈବ ପୀଠରେ ଏହି ଅଭାବନୀୟ ଘଟଣା ଘଟିଛି।
୧୧ଟି ଜିଲ୍ଲାକୁ ପ୍ରବଳ ବର୍ଷା ନେଇ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି ।
ମାସ ମାସ ଧରି ସ୍କୁଲ୍ ନ ଆସି ଦରମା ନେଉଛନ୍ତି ଶିକ୍ଷୟିତ୍ରୀ। ଆଉ ତାଙ୍କୁ ଦରମା ଦେଇ ଚାଲିଛନ୍ତି ଶିକ୍ଷା ବିଭାଗ କର୍ତ୍ତୃପକ୍ଷ।
ଆଜି ରାଜ୍ୟରେ ଅଧିକାଂଶ ସ୍ଥାନରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି। ତେବେ ପଶ୍ଚିମ ଓଡ଼ିଶାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ।
ଲଘୁଚାପ କ୍ଷେତ୍ରଟି ଆଗାମୀ କିଛି ଘଣ୍ଟା ମଧ୍ୟରେ ଅଧିକ ଘନୀଭୂତ ହୋଇ ଓଡ଼ିଶା ଉପକୂଳ ଆଡ଼କୁ ଗତି କରିବା ସମ୍ଭାବନା ରହିିଛି ।
ଜମାକାରୀଙ୍କ ମୃତ୍ୟୁ ପରେ ଭୂତ ଚେକ୍ ମାଧ୍ୟମରେ ଉଠାଯାଉଛି ଟଙ୍କା। ମୃତ୍ୟୁ ପରେ କିଏ କଲା KYC ଅପଡେଟ୍ ? କିଏ ଉଠାଇଲା ଟଙ୍କା ?
ଗୋଟିଏ ପରିବାରର ୪ ଜଣଙ୍କ ମୃତ୍ୟୁକୁ ନେଇ ଚନ୍ଦାହାଣ୍ଡି ଗମ୍ଭାରୀଗୁଡା ଭୋଇପାରା ସାହିରେ ଚାଞ୍ଚଲ୍ୟ । ଆତଙ୍କିତ ଅବସ୍ଥାରେ ଗ୍ରାମବାସୀ ।
ଏକ ନିର୍ଦ୍ଦିଷ୍ଟ ସମ୍ପ୍ରଦାୟର ମୃତଦେହ ପୋତାକୁ ବିରୋଧ କରି ଗତକାଲି ଦିନ ତମାମ ଏବଂ ବିଳମ୍ବିତ ରାତି ପର୍ଯ୍ୟନ୍ତ ଉତ୍ତେଜନା ପ୍ରକାଶ ପାଇଥିଲା। ଉତ୍ତ୍ୟକ୍ତ ଲୋକେ ଜୟପୁର-ରାଇଘର ମୁଖ୍ୟ ରାସ୍ତା ଅବରୋଧ କରିଥିଲେ।
ନବରଙ୍ଗପୁର ଉମରକୋଟର ଗୁରୁକୃପା ଆବାସିକ ବିଦ୍ୟାଳୟରେ ଅଷ୍ଟମ ଶ୍ରେଣୀ ଛାତ୍ରକୁ ରାଗିଂ ଅଭିଯୋଗ । ୫ ସହପାଠୀଙ୍କ ବିରୋଧରେ ଅଭିଯୋଗ ଆଣିଲେ ଅଷ୍ଟମ ଶ୍ରେଣୀ ଛାତ୍ର ।
ମାଲକାନଗିରି-ନବରଙ୍ଗପୁର-ଗଜପତିର ବହୁ ଗାଁ ଜଳବନ୍ଦୀ, ଯୋଗାଯୋଗ ଠପ୍ । ଅବପାତରେ ପରିଣତ ହେଲା ଲଘୁଚାପ ।
ଭରା ନଦୀର ଗୋଟିଏ ପଟରୁ ଆର ପାରିକୁ ଲୋକଙ୍କ ପାଖରେ ପହଞ୍ଚି ନପାରିବାରୁ ମେଡିକାଲ୍ ଟିମ୍ ଡାକବାଜି ଯନ୍ତ୍ରରେ ଲୋକଙ୍କୁ ସଚେତନ କରାଇବା ସହ ପଲିଥିନରେ ମେଡିସିନ୍ ଭର୍ତ୍ତି କରି ଏହାକୁ ନଦୀର ଆରପଟକୁ ଫିଙ୍ଗି ଲୋକଙ୍କ ପାଖରେ ପହଞ୍ଚାଇଛନ୍ତି।