Advertisment

ସାବାସ୍‌ ଲେଡି IAS : ଡଙ୍ଗାରେ ୩ କି.ମି., ପାଦରେ ୪ କି.ମି.

ନବରଙ୍ଗପୁର ତେନ୍ତୁଳିଖୁଣ୍ଟି ବ୍ଲକ ମଞ୍ଚାଗାଁ ପଂଚାୟତ ତଥା ଇନ୍ଦ୍ରାବତୀ ଜଳ ଭଣ୍ଡାର ଅପର ପାର୍ଶ୍ୱରେ ରହିଛି ପାଞ୍ଚୋଟି ଜଳବନ୍ଦୀ ଗାଁ । ବର୍ଷ ବର୍ଷ ଧରି ଏହି ପାଞ୍ଚ ଖଣ୍ଡ ଗ୍ରାମବାସୀ ମୌଳିକ ସୁବିଧାରୁ ବଂଚିତ ହୋଇ ରହିଛନ୍ତି । ବିକାଶ ପାଇଁ ଯାତାୟାତ ବାଧକ ସାଜିଛି । ହେଲେ ଲୋକମାନେ ସେଠାରେ କେମିତି ରହୁଛନ୍ତି ? ତାହାକୁ ଜାଣିବା ଲାଗି ପହଞ୍ଚିଥିଲେ ଅନ୍ୟା ଦାସ୍‌ ।

author-image
Sarbeswar
ଅଦ୍ୟତନ ହୋଇଛି
IAS Officer

IAS Officer

ମନ ଜିଣିଲେ ମହିଳା ପ୍ରଶାସିକା l କାଗଜ କଲମରେ ସ୍ଥିତି ପରଖିଲେନି କି AC ରୁମର ଥଣ୍ଡା ହାୱାରେ ବସି କାଗଜରେ ଦସ୍ତଖତ କଲେନି । ବରଂ ଅକାତକାତ ପାଣିକୁ ଖାତିର ନକରି ତିନି କିଲୋମିଟର ବୋଟରେ ପାର ହେବା ପରେ ଚାରି କିଲୋମିଟର ଜଙ୍ଗଲ ପାହାଡ଼ ଘେରା ରାସ୍ତାରେ ପାଦରେ ଚାଲିଚାଲି ବିଛିନ୍ନାଞ୍ଚଳରେ ଥିବା ଗାଁ ଗୁଡିକରେ କେମିତି ଲୋକମାନେ ରହୁଛନ୍ତି ତାହା ଦେଖିବାକୁ ପହଞ୍ଚିଲେ । ଆଉ ପ୍ରଶାସିକାଙ୍କୁ ପାଖରେ ପାଇ ଲୋକମାନେ ବି ବେଶ୍‌ ଖୁସି।

Advertisment

ନବରଙ୍ଗପୁର ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀଙ୍କୁ ନେଇ ଏବେ ଭାରି ଚର୍ଚ୍ଚା l ସରକାରଙ୍କ ଯୋଜନା କେମିତି କାର୍ଯ୍ୟକାରୀ ହେଉଛି ? କେତେ କାର୍ଯ୍ୟକାରୀ ହେଉଛି ? ତାହା ଦେଖିବାକୁ ପହଞ୍ଚିଗଲେ ଗ୍ରାଉଣ୍ଡଜିରୋରେ । ପ୍ରଶାସିକା ଜଣକ ଲୋକଙ୍କ ସହ ୱାନଟୁ ୱାନ ଆଲୋଚନା କଲେ । ପାଖରେ ଅଫିସରଙ୍କୁ ପାଇଁ ନିଜ ସୁବିଧାଅସୁବିଧାକୁ ବେଶ୍‌ ଆରାମରେ ବଖାଣିଥିଲେ ଲୋକେ ।

ନବରଙ୍ଗପୁର ତେନ୍ତୁଳିଖୁଣ୍ଟି ବ୍ଲକ ମଞ୍ଚାଗାଁ ପଂଚାୟତ ତଥା ଇନ୍ଦ୍ରାବତୀ ଜଳ ଭଣ୍ଡାର ଅପର ପାର୍ଶ୍ୱରେ ରହିଛି ପାଞ୍ଚୋଟି ଜଳବନ୍ଦୀ ଗାଁ । ବର୍ଷ ବର୍ଷ ଧରି ଏହି ପାଞ୍ଚ ଖଣ୍ଡ ଗ୍ରାମବାସୀ ମୌଳିକ ସୁବିଧାରୁ ବଂଚିତ ହୋଇ ରହିଛନ୍ତି । ବିକାଶ ପାଇଁ ଯାତାୟାତ ବାଧକ ସାଜିଛି । ହେଲେ ଲୋକମାନେ ସେଠାରେ କେମିତି ରହୁଛନ୍ତି? ତାହାକୁ ଜାଣିବା ଲାଗି ପହଞ୍ଚିଥିଲେ ଅନ୍ୟା ଦାସ୍‌।

Advertisment

ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ଅନ୍ୟା ଦାସଙ୍କ ସମେତ ତେନ୍ତୁଳୀଖୁଣ୍ଟି ବିଡ଼ିଓ ଦୁର୍ଯ୍ୟୋଧନ ଭୋଇ ମଧ୍ୟ ଢ଼େପଗୁଡା ଜଳ ଭଣ୍ଡାର ପଠାରେ ପହଂଚିବା ପରେ ପାଞ୍ଚ କିଲୋମିଟର ଜଳଯାତ୍ରା କରି ଘାଟଗୁଡା ଘାଟରେ ପହଞ୍ଚିଥିଲେ । ଏହାପରେ ୪ରୁ ୫ କିଲୋମିଟର ପାହାଡ ଚଢିଯିବା ପରେ ଗୁରୁମାଇଁଗୁଡା ପ୍ରାଥମିକ ବିଦ୍ୟାଳୟକୁ ଯାଇ ଲୋକଙ୍କୁ ଭେଟି ସେମାନଙ୍କ ଜୀବନ ଶୈଳୀ ଉପରେ ପଚାରି ବୁଝିଥିଲେ l ଏହାସହ ସ୍କୁଲରେ ପିଲାଙ୍କୁ କିଛି ସମୟ ପାଠ ବି ପଢାଇଥିଲେ ।

ବିଚ୍ଛିନ୍ନାଞ୍ଚଳରେ ରହୁଥିବାରୁ ନାହିଁନଥିବା ଅସୁବିଧାର ସାମ୍ନା କରୁଥିଲେ ସ୍ଥାନୀୟ ଲୋକେ । ତେଣୁ ସରକାରଙ୍କ ପକ୍ଷରୁ ମିଳୁଥିବା ସବୁ ପ୍ରକାର ସୁବିଧା ସେମାନଙ୍କୁ ଯୋଗାଇ ଦେବାକୁ ବିଡିଓଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଏହାସହ ସପ୍ତାହେ ମଧ୍ୟରେ ଯିବାଆସିବା ଲାଗି ଯନ୍ତ୍ରଚାଳିତ ବୋଟ୍‌ ଯୋଗାଇ ଦେବାକୁ ପ୍ରତିଶ୍ରୁତି ବି ଦେଇଥିଲେ ।

ଅନେକ ସମୟରେ ଆମେ ଦେଖିଛନ୍ତି ବାବୁମାନଙ୍କୁ ପାଖକୁ ଦଉଡି ଦଉଡି ଲୋକେ ହନ୍ତସନ୍ତ ହେଉଛନ୍ତି ହେଲେ ସେମାନଙ୍କ କଥା ଶୁଣୁନାହାନ୍ତି କେହି । କିନ୍ତୁ ପ୍ରୋବସନ୍‌ ପିରିୟଡରେ ଥାଇ ବିଚ୍ଛିନ୍ନାଚଂଳକୁ ଗସ୍ତ କରି ବେଶ୍‌ ପ୍ରଶଂସା ସାଉଁଟିଛନ୍ତି ଅନ୍ୟା ।

(ନବରଙ୍ଗପୁରରୁ ନବଘନ ବିଷୋୟୀ)

IAS Officer
Advertisment
Advertisment