• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ନବରଙ୍ଗପୁରରେ କାଶ୍ମୀରର ଭ୍ରମ । ବରଫର ଚାଦର ଭର୍ତ୍ତି ହୋଇଗଲା ପୂରା ଅଞ୍ଚଳ । ସଦର ମହକୁମା ଅଞ୍ଚଳର ପୂଜାରୀଗୁଡ଼ା ପଞ୍ଚାୟତର ୭ଟି ଗାଁରେ କାଳବୈଶାଖୀ ବର୍ଷା ସହିତ ପ୍ରବଳ କୁଆପଥର ମାଡ଼ ଯୋଗୁଁ ଭୀଷଣ କ୍ଷୟକ୍ଷତି ହୋଇଛି । ଅନେକ ଘରର ଛପର କ୍ଷତିଗ୍ରସ୍ତ ହୋଇଥିବା ବେଳେ, ୧୫ରୁ ଅଧିକ ଗଛ ଏବଂ ବହୁ ଗୁଡ଼ିଏ ବିଦ୍ୟୁତ ଖୁଣ୍ଟ ବି ଓଲଟି ପଡ଼ିଛି ।

ଲୋକେ ଆତଙ୍କିତ ଅବସ୍ଥାରେ ଥିବା ବେଳେ ଅନେକଙ୍କୁ କୋଡ଼ି କୋଦାଳ ଧରି ଘରୁ ଓ ରାସ୍ତାରୁ ବରଫ ସଫା କରୁଥିବା ଦେଖିବାକୁ ମିଳିଛି । ଚାଷ ଜମିରେ ବି ବରଫ ଜମି ରହିଥିବାରୁ ଫସଲ ନଷ୍ଟ ହେବାର ଆଶଙ୍କା ଉପୁଜିଛି । ନବରଙ୍ଗପୁର ଜିଲ୍ଲା ପ୍ରଶାସନ ପକ୍ଷରୁ କ୍ଷୟକ୍ଷତିର ଆକଳନ କରି କ୍ଷତିପୂରଣ ପ୍ରଦାନ କରିବାକୁ ଦାବି ହୋଇଛି ।...

ସେପଟେ କାଳବୈଶାଖୀ ପ୍ରଭାବରେ ରାଜ୍ୟର ଅଧିକାଂଶ ସ୍ଥାନରେ ବର୍ଷା ପବନ ହୋଇଥିବାରୁ ତାପମାତ୍ରା ଖସିଛି । ମୋଟାମୋଟି ଭାବେ ଆଉ ୨ ଦିନ ଯାଏ ଏପରି ପାଗ ରହିବା ସହିତ କାଳବୈଶାଖୀ ହେବାର ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ବିଜୁଳି, ଘଡ଼ଘଡ଼ି, ବର୍ଷା ପବନ ସହିତ କୁଆପଥର ବର୍ଷା ହୋଇପାରେ ।

୨୪ ଘଣ୍ଟା ପାଇଁ କଳାହାଣ୍ଡି, ରାୟଗଡ଼ା, କୋରାପୁଟ, କନ୍ଧମାଳ, ଗଞ୍ଜାମ,  କଟକ, ଯାଜପୁର, ଭଦ୍ରକ, ଢେଙ୍କାନାଳ, ଅନୁଗୁଳକୁ ଅରେଞ୍ଜ ୱାର୍ଣ୍ଣିଂ ଦିଆଯାଇଛି । ଅନ୍ୟ ଉପକୂଳ ଜିଲ୍ଲାରେ ବି ବିଜୁଳି ଘଡ଼ଘଡ଼ି ସହିତ ବର୍ଷା ହୋଇପାରେ । ତା ପରେ ବର୍ଷା କମିବ ଓ ତାପମାତ୍ରା ପୁଣି ବଢ଼ିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ...

  • Reported by:
  • Naba Ghana Bishoi