ମୁଣ୍ଡ ଉପରେ ଡହ ଡହ ଖରା, ପାଦ ତଳେ ତତଲା କଡ଼େଇରେ ସିଝିଥିବା ପିଚୁ ରାସ୍ତା। ତା’ଭିତରେ ଖାଲି ପାଦରେ ଧିରେ ଧିରେ ଆଗକୁ ବଢୁଛନ୍ତି ୭୦ ବର୍ଷୀୟ ବୃଦ୍ଧା।
ବର୍ଷେ ନୁହେଁ କି ଦୁଇ ବର୍ଷ ନୁହେଁ। ୮ ବର୍ଷ ହେଲାଣି ଉଇ ହୁଙ୍କା ପରି ଘରେ ବିତୁଛି ଜୀବନ। ବଡ଼ବାବୁଙ୍କୁ ଗୁହାରି କରି କରି କେହି ଶୁଣିଲେନି କି ବୁଝିଲେନି। ଭିକ୍ଷାବୃତ୍ତି କରି କୋଉଦିନ ଦୁଇ ମୁଠା ଖାଉଛନ୍ତି ତ ଆଉ କୋଉଦିନ ଉପାସ ରହୁଛନ୍ତି । ଭୋଟ୍ ନେବାକୁ ସମସ୍ତେ ଆସିଲେ ହେଲେ ଘର ଖଣ୍ଡିଏ ବେଳକୁ ମୁହଁ ମୋଡ଼ିଲେ । ଦୁଃଖୀ ଦୁଃଖ ଶୁଣିବାକୁ କେହି ନାହାନ୍ତି।