• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ବିଜେଡିର ପାୱାରଫୁଲ୍ MLA ପ୍ରଣବ ପ୍ରକାଶଙ୍କ ‘କ୍ରୀତଦାସ’ ମନ୍ତବ୍ୟକୁ ନେଇ ବଢୁଛି ବିବାଦ । ନବରଙ୍ଗପୁରରେ ପ୍ରଣବ ଏଭଳି ମନ୍ତବ୍ୟ ଦେବା ପରେ କଂଗ୍ରେସବିଜେପି ଏହାର କଡ଼ା ସମାଲୋଚନା କରିଥିଲା । ଆଉ ଆଜି ବିଧାନସଭାରେ ଦେଖିବାକୁ ମିଳିଥିଲା ଏହି ତାତି । ଶୂନ୍ୟକାଳ ଆରମ୍ଭ ହେବା ମାତ୍ରେ ବିରୋଧୀ ଦଳ ନେତା ପ୍ରଶ୍ନ ଉଠାଇଥିଲେ ଯେ 5T, କେମିତି CMO ହେଲେ ? ସେ ମୁଖ୍ୟମନ୍ତ୍ରୀଙ୍କ ସଚିବ ହୋଇପାରନ୍ତି, ହେଲେ CMO କେମିତି ହେଲେ?

ଅଧିକ ପଢ଼ନ୍ତୁ: ସୀମା ଲଂଘୁଛି ସରକାରୀ ବାବୁଙ୍କ ଅହଙ୍କାର ! ବ୍ଲକ ଓ ତହସିଲରୁ ଆସୁଛି ଦୁର୍ଭାଗ୍ୟଜନକ ଚିତ୍ର

ଏଥିସହ ପ୍ରଣବଙ୍କ କ୍ରୀତଦାସ ମନ୍ତବ୍ୟ ପ୍ରସଙ୍ଗ ବି ଉଠାଇଥିଲେ ଜୟ ନାରାୟଣ । ସେ କହିବା ଆରମ୍ଭ କରିବା କ୍ଷଣି ଶାସକ ଦଳ ସଦସ୍ୟମାନେ ନିଜ ନିଜ ସ୍ଥାନରେ ଛିଡା ହୋଇ ପୋଷ୍ଟର ବ୍ୟାନର୍ ଦେଖାଇ କେନ୍ଦ୍ର ୫ କେଜି ଚାଉଳ କାଟିବା କଥା ଉଠାଇ ଥିଲେ। ହଟ୍ଟଗୋଳ ଯୋଗୁଁ ବିଧାନସଭାକୁ ମୁଲତବୀ ରଖିଥିଲେ ବାଚସ୍ପତି । ଏହାପରେ ଗୃହ ବାହାରେ ବର୍ଷିବା ସହ ପରୋକ୍ଷରେ ପ୍ରଣବ ପ୍ରକାଶଙ୍କୁ ଟାର୍ଗେଟ୍ କରିଥିଲେ ଜୟନାରାୟଣ । କହିଥିଲେ ଜଣେ ବିଧାୟକଙ୍କର ସମ୍ମାନ ରକ୍ଷା କରିବାର ଆବଶ୍ୟକତା ରହିଛି । ତାଙ୍କ ବାପା ସ୍ୱାଭିମାନର ପ୍ରତୀକ ଥିଲେ ।

ବିଧାୟକମାନେ ଲୋକଙ୍କ ପ୍ରତିନିଧି, ଆମେ ଲୋକଙ୍କ କଥା ଉଠାଇବୁ, କ୍ରୀତଦାସ କେମିତି ହେବୁ ବୋଲି ପ୍ରଶ୍ନ କରିଛନ୍ତି ଜୟ ନାରୟଣ । ସେ ଏହି ପ୍ରସଙ୍ଗ ଉଠାଇବାବେଳେ ତାଙ୍କୁ ବାଧା ଦେବାକୁ ଯାଇ ବିଜେଡି ଚାଉଳ କଥା ଉଠାଇଥିଲା ବୋଲି ସେ ଅଭିଯୋଗ କରିଛନ୍ତି । ଏହାର ଜବାବରେ ବିଜେଡି ବିଧାୟିକା ଲତିକା ପ୍ରଧାନ । ଜୟ ନାରାୟଣଙ୍କୁ ଫାଇଭ-ଟି ଭୂତ ଲାଗିଛି ବୋଲି ଆକ୍ଷେପ କରିଥିଲେ । ସେପଟେ କଂଗ୍ରେସ କହିଛି କ୍ରୀତଦାସ ମନ୍ତବ୍ୟ ଦ୍ୱାରା ବିଧାୟକମାନଙ୍କ ମର୍ଯ୍ୟାଦା ହାନି ହେଉଛି ।

ସେପଟେ ୫ କିଲୋ ଚାଉଳ କଟାଯିବା ଓ ରାଜ୍ୟରୁ ଉସୁନା ଚାଉଳ ଉଠାନଯିବା ପ୍ରସଙ୍ଗରେ ମୁହାଁମୁହିଁ ହୋଇଛନ୍ତି ବିଜେଡି-ବିଜେପି । ଏଥର ବଜେଟ୍ ଅଧିବେଶନ ବେଶ ସରଗରମ ରହିଛି । ବିରୋଧୀ ଦଳ ନେତା ଭିନ୍ନ ଭିନ୍ନ ପ୍ରସଙ୍ଗ ଉଠାଇ ରାଜ୍ୟ ସରକାରଙ୍କୁ ଅଡୁଆରେ ପକାଉଛନ୍ତି । ଗତ କିଛି ଦିନ ହେଲା ସେ 5T ପ୍ରସଙ୍ଗ ଉଠାଇ ସରକାରଙ୍କ ଉପରେ ବର୍ଷୁଛନ୍ତି । ବିଜେଡି ବି ଭିନ୍ନ ଭିନ୍ନ ଉପାୟରେ ଏହାକୁ କାଉଣ୍ଟର କରୁଛି । ଆଗକୁ ନିର୍ବାଚନ ଥିବାରୁ ବିଧାନସଭା ବାହାରେ ବି ଏହି ଲଢ଼େଇ ଜୋରଦାର ହେବ ବୋଲି କୁହଯାଉଛି ।