ଆସନ୍ତାକାଲି ସକାଳ ପର୍ଯ୍ୟନ୍ତ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ୭ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି। ଏହି ଜିଲ୍ଲାଗୁଡିକ ହେଲା ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ବରଗଡ଼, ଦେବଗଡ଼, କୋରାପୁଟ ଓ ନବରଙ୍ଗପୁର।
ଲଗାଣ ବର୍ଷାରେ ଭୁଶୁଡ଼ିଲା କାନ୍ଥ। କାନ୍ଥ ପଡ଼ି୨ଜଣଙ୍କର ମୃତ୍ୟୁ ହୋଇଛି। ମୃତକଙ୍କ ମଧ୍ୟରେ ଜଣେ ଶିଶୁ ରହିଥିବା ବେଳେ ଅନ୍ୟଜଣେ ବୃଦ୍ଧ ରହିଛନ୍ତି।
୨୪ ଘଣ୍ଟାରେ ବଙ୍ଗୋପସାଗରରେ ସୃଷ୍ଟି ହେବ ଅବପାତ। ପ୍ରଭାବରେ ରାଜ୍ୟରେ ୪ ଦିନ ପ୍ରବଳ ବର୍ଷା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ।
ଶୁଖିଲା ପଡ଼ିଛି ଡ୍ୟାମ୍। ଶୁଖିଲା ପଡ଼ିଛି କେନାଲ। ଆଉ ଚାଷବାସ କାମ ବି ଆଗକୁ ବଢ଼ିପାରୁନି। ସ୍ବଳ୍ପ ବର୍ଷା ଏବଂ ବିଭିନ୍ନ ଡ୍ୟାମ୍ ପୋତି ହେବା ପରେ ମାଲକାନଗିରି, ନବରଙ୍ଗପୁର ଏବଂ କୋରାପୁଟ ଜିଲ୍ଲାରେ ଏବେ ଏଭଳି ସ୍ଥିତି।
ଛାଡି ଦେବାକୁ ଯେତେ ନେହୁରା ହୋଇଥିଲେ ବି କେହି ଶୁଣିନଥିଲେ। ବରଂ ଗୋରୁଗାଈଙ୍କ ପରି ପିଟି ଚାଲିଥିଲେ। ମଣିଷ ଏତେ ବି ନିଷ୍ଠୁର କେମିତି ହୋଇପାରେ ତାହା ଆଶ୍ଚର୍ଯ୍ୟ କରିଛି।
ବଜାରରେ କୌଣସି ପରିବା ଦର ୬୦ ଟଙ୍କା ତଳକୁ ନଥିବା ବେଳେ ଟମାଟୋ ସେନଚୁରି ମାରିଛି । ଯେଉଁଥିପାଇଁ ମଧ୍ୟାହ୍ନ ଭୋଜନରୁ ବିଲାତି ଏକ ପ୍ରକାର ଗାଏବ ହୋଇଯାଇଛି ।
ଯେଉଁଠି ଦିନେ କାଜୁ ଫସଲ କରି ଭଲ ଦି ପଇସା ରୋଜଗାର କରୁଥିଲେ ଚାଷୀ , ଆଜି ସେଠି କଟା ହୋଇ ପଡି ରହିଛି ଶହ ଶହ କାଜୁ ଗଛ । ଉଚିତ ମୂଲ୍ୟ ମିଳୁନଥିବାରୁ ମକା ଓ ପନି ପରିବା ପ୍ରତି ଆକୃଷ୍ଠ ।
ଚଳିତବର୍ଷ ଏଯାଏଁ ସ୍ବାଭାବିକ ବର୍ଷା ତୁଳନାରେ ୩୯ ପ୍ରତିଶତ କମ୍ ବର୍ଷା ରେକର୍ଡ ହୋଇଛି। ଫଳରେ ଶୁଖିଲା ପଡିଛି ଜଳଭଣ୍ଡାର।
ବିଜେପିର ଘନଘନ ଟାର୍ଗେଟ, ହେଲେ ନବୀନ ନିରବ । ଖାଲି ରାଜନୈତିକ କାଉଣ୍ଟର କରୁଛନ୍ତି, ହେଲେ ମୁଦ୍ଦା କି ପ୍ରଶ୍ନର ଉତ୍ତର ରଖୁନାହନ୍ତି। ରତ୍ନଭଣ୍ଡାରରୁ ଚିଟଫଣ୍ଡ, ଖଣି ଦୁର୍ନୀତି ଠାରୁ ବାବୁ ରାଜ୍ ।
ବନ୍ଧୁକ ମୁନରେ ଲକ୍ଷାଧିକ ଟଙ୍କା ଲୁଟ ଅଭିଯୋଗ । ନବରଙ୍ଗପୁର ଡଙ୍ଗରଭେଜା ଗାଁର ବ୍ୟବସାୟୀ ସୁନୀଲ ସାହୁଙ୍କ ଘରୁ ଏବଂ ଜଣେ ଶିକ୍ଷୟିତ୍ରୀଙ୍କୁ ଭଡାରେ ଦେଇଥିବା ଘରୁ ଡକାୟତି ହୋଇଥିବା ଅଭିଯୋଗ ହୋଇଛି ।
ରାଜ୍ୟରେ ଆଜି ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଅନୁଷ୍ଠିତ ହୋଇଥିବା ବେଳେ ନବରଙ୍ଗପୁର ଜିଲ୍ଲା ଝରିଗାଁ ବିଧାନସଭା ନିର୍ବାଚନମଣ୍ଡଳୀର ବିଜେପି ପ୍ରାର୍ଥୀ ନରସିଂହ ଭତ୍ରାଙ୍କୁ ଏକ ବୁଥ୍ରେ ବିଜେଡି କର୍ମୀମାନେ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି।
ପୂରା ଓଡ଼ିଶାରେ କିଏ କେଉଁ ଦଳରୁ ପ୍ରାର୍ଥୀ ହୋଇଛନ୍ତି ତାହା ଜାଣିବାକୁ ଅନେକଙ୍କ ଆଗ୍ରହ ଥାଏ। ଆପଣ ଯଦି ଓଡ଼ିଶାର ବିଧାନସଭା ଓ ଲୋକସଭା ପ୍ରାର୍ଥୀଙ୍କୁ ଜାଣିବାକୁ ଚାହୁଁଛନ୍ତି ତେବେ ଦେଖନ୍ତୁ।
ବ୍ରହ୍ମପୁର ନିର୍ବାଚନୀ ରଣାଙ୍ଗନରେ ସବୁଠୁ ଅଧିକ ରଥି-ମହାରଥି। ଗଞ୍ଜାମର ପୁରୁଖା ନେତା ପ୍ରଦୀପ ପାଣିଗ୍ରାହୀ ବିଜେପିରୁ ସାଂସଦ ପ୍ରାର୍ଥୀ ହୋଇଥିବା ବେଳେ ତାଙ୍କ ବିପକ୍ଷରେ ଅଛନ୍ତି ବିଜେପିରୁ ବିଜେଡିକୁ ଆସିଥିବା ଭୃଗୁ ବକ୍ସିପାତ୍ର ।
ପ୍ରଥମ ପର୍ଯ୍ୟାୟରେ ଭୋଟ ପାଇଁ ୭ ହଜାର ୩୦୩ ମତଦାନ କେନ୍ଦ୍ର ଓ ୧୪ଟି ଅତିରିକ୍ତ ମତଦାନ କେନ୍ଦ୍ର କରାଯାଇଛି । ୭୧୫ଟି ବୁଥ ସମ୍ପୂର୍ଣ୍ଣ ଭାବେ ମହିଳାଙ୍କ ଦ୍ବାରା ପରିଚାଳିତ ହେଉଛି।
ଏହି ଟଙ୍କା ବଣ୍ଟା ଫଟୋ ସୋସିଆଲ୍ ମିଡିଆରେ ଭାଇରାଲ୍ ହେବା ପରେ ରାଜନୀତି ଜୋର ଧରିଛି । ପ୍ରଦୀପଙ୍କ ନାଁରେ ନିର୍ବାଚନ କମିଶନରେ ହାଜର ହୋଇଛି ବିଜେପି ।
ରୁବେଲା ଭାଇରସକୁ ନେଇ ଗର୍ଭବତୀଙ୍କୁ ସତର୍କ କରାଇଲେ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ । ସେ କହିଛନ୍ତି, ଗର୍ଭବତୀ ମହିଳାଙ୍କ ଠାରେ ରୁବେଲା ହେଲେ ସେମାନଙ୍କ ସନ୍ତାନଙ୍କ କ୍ଷେତ୍ରରେ ମଧ୍ୟ ଜନ୍ମରୁ ଏହି ଭାଇରସ ଦେଖା ଦେଇଥାଏ ।
ଗାଁ ଗହଳି, ସହର ବଜାର ସବୁଠି ଏବେ ଗୋଟିଏ ଚର୍ଚ୍ଚା...। ଆସିଯାଇଛି ନିର୍ବାଚନ...ଭାରତୀୟ ଗଣତନ୍ତ୍ରର ସବୁଠୁ ବଡ଼ ପର୍ବ । କାହା ହାତକୁ ଯିବ ଶାସନ ଭାର...କିଏ ହେବେ ଆପଣଙ୍କ ସୁଖ ଦୁଃଖର ସାଥୀ। ଓଡ଼ିଶାରେ କେବେ ଆଉ କେଉଁଠି ହେଉଛି ନିର୍ବାଚନ। ଆପଣଙ୍କ ଅଞ୍ଚଳରେ କେବେ ହେଉଛି ଭୋଟ୍। ଏସବୁର ଟିକିନିଖି ଖବର ଜାଣିବାକୁ ପଢ଼ନ୍ତୁ...
ପ୍ରଥମ ପର୍ଯ୍ୟାୟରେ ନିର୍ଣ୍ଣାୟକ ସାଜିବ ଆଦିବାସୀଙ୍କ ଭୋଟ୍। କେଉଁ ଦଳକୁ ଯିବ ଅନୁସୂଚିତ ଜାତି ଓ ଜନଜାତିଙ୍କ ସମର୍ଥନ ?
ନବରଙ୍ଗପୁର ଜିଲ୍ଲାରେ ରୁବେଲା ଆତଙ୍କ । ବର୍ତ୍ତମାନ ସୁଦ୍ଧା ୨ ରୁବେଲା ରୋଗୀ ଚି଼ହ୍ନଟ ହୋଇଛନ୍ତି l
ମୋଦିଙ୍କ ଏହି ରୋଡ ସୋ'ରେ ବହୁ ସଂଖ୍ୟାରେ ଯୋଗ ଦେବାକୁ ଅଡ଼ିଓ ବାର୍ତ୍ତା ମାଧ୍ୟମରେ ଅପିଲ କରିଛନ୍ତି ଭୁବନେଶ୍ୱର ସାଂସଦ ପ୍ରାର୍ଥୀ ଅପରାଜିତା ଷଡ଼ଙ୍ଗୀ । ପ୍ରଧାନମନ୍ତ୍ରୀଙ୍କ ଗସ୍ତକୁ ନେଇ ରାଜଭବନରେ ଚାଲିଛି ଗୁରୁତ୍ୱପୂର୍ଣ୍ଣ ବୈଠକ । ସୁରକ୍ଷା ସମ୍ବନ୍ଧରେ ଚାଲିଛି ବୈଠକ ।
ବ୍ରହ୍ମପୁର ସଭାରେ ଦେଇଥିବା ଭାଷଣକୁ ରିପିଟ୍ କରିଥିଲେ ବି ଏଠି ଅଧିକ ଆଗ୍ରେସନ ଦେଖାଇଥିଳେ ମୋଦି । ଏଠି ମଧ୍ୟ ସିଧାସଳଖ କହିଛନ୍ତି ଜୁନ୍ ୪ ବିଜେଡିର ଏକ୍ସପାରୀ ଡେଟ୍ । ଆଉ ୧୦ରେ ବିଜେପିର ମୁଖ୍ୟମନ୍ତ୍ରୀ ଶପଥ ନେବେ ।
ସିଧାସଳଖ ନବୀନ- ପାଣ୍ଡିଆନ୍ଙ୍କ ନାଁ ନେଇ ବି ସେ ରାଜ୍ୟ ସରକାରଙ୍କୁ ଖୁବ୍ ସମାଲୋଚନା କରିଛନ୍ତି । ସେ ଏଠାରେ ଅନେକ କଥା ଓଡ଼ିଆରେ ମଧ୍ୟ କହିଛନ୍ତି ।
ଆଜି ଓଡ଼ିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଆଜି ଆସିବ ବିଜେପିର ନିର୍ବାଚନୀ ଇସ୍ତାହାର। ଏଥିପାଇଁ ଭୁବନେଶ୍ବର ଆସୁଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି. ନଡ୍ଡା। ଆଜି ଅପରାହ୍ନ ୩ଟା ବେଳେ ଭୁବନେଶ୍ବରରେ ପହଞ୍ଚିବେ ନଡ୍ଡା।
ରାଜ୍ୟ ରାଜନୀତିର ଅନ୍ୟତମ ଚର୍ଚ୍ଚିତ ଲୋକସଭା କ୍ଷେତ୍ର ନବରଙ୍ଗପୁରରେ କାହା ଭାଗ୍ୟ ବଦଳାଇବେ ବଙ୍ଗୀୟ ଭୋଟର ? କାହା ମୁଣ୍ଡରେ ସୁନା କଳସ ଢାଳିବେ ଏହି ଅଣ ଓଡ଼ିଆ ମତଦାତା ? ଦକ୍ଷିଣ ଓଡ଼ିଶାରେ ବଙ୍ଗୀୟ ମତଦାତାଙ୍କ ହଟସ୍ପଟ୍ ସାଜିଥିବା ଏହି ଆଦିବାସୀ ବହୁଳ ସଂସଦୀୟ କ୍ଷେତ୍ର ଏବେ ପ୍ରତ୍ୟେକ ଦଳର ଫୋକସରେ।
ନିର୍ବାଚନ ଆଚରଣ ବିଧି ଉଲଂଘନ ଅଭିଯୋଗରେ ନବରଙ୍ଗପୁର ଜିଲ୍ଲାର ଦୁଇ ଭାରପ୍ରାପ୍ତ ଶିକ୍ଷକ ନିଲମ୍ବିତ । ଏମାନେ ହେଲେ ପାପଡାହାଣ୍ଡି ବ୍ଲକ ପିତାରୀଗୁଡା ଗ୍ରାମ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ଗୌତମ ଚରଣ ସାହୁ ଏବଂ ଡାବୁଗାଁ ବ୍ଲକ ପୂଜାରୀଗୁଡା ସରକାରୀ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ମନୋଜ କୁମାର ଭତ୍ରା ।