Advertisment

ନିଜ ପକେଟ୍‌ରୁ ଦେଢଲକ୍ଷ ଖର୍ଚ୍ଚ କରି ମହାପୁରୁଷଙ୍କ ପ୍ରତିମୂର୍ତ୍ତି ତିଆରି କଲେ ଶିକ୍ଷକ

୨୬ ନଭେମ୍ବର, ୨୦୨୧ ମସିହାରେ ହିର୍ଲି ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଟ୍ରାନ୍ସଫର ହୋଇ ଆସିଥିଲେ ଏବଂ ଡିସେମ୍ବର ୧୬ ତାରିଖରେ ପ୍ରଧାନ ଶିକ୍ଷକର ଦାୟିତ୍ୱ ନେଲେ l ନିଜ କାର୍ଯ୍ୟକାଳ ମଧ୍ୟରେ ସ୍କୁଲର ସୌନ୍ଦର୍ଯ୍ୟକରଣ କରିବାକୁ ସତେ ଯେମିତି ନିଷ୍ପତ୍ତି ନେଇଥିଲେ ଶିବପ୍ରସାଦ । ସେଇଥି ଲାଗି ତ ସହକର୍ମୀ ଓ ଛାତ୍ରଛାତ୍ରୀଙ୍କ ପରାମର୍ଶ ନେବା ପରେ ସୋନପୁର ଜିଲ୍ଲାରୁ ଶିଳ୍ପୀଙ୍କୁ ଯୋଗାଯୋଗ କରି ୧୦ ମହାପୁରୁଷଙ୍କ ସହ ଶ୍ରୀ ଗଣେଶ, ଗୌତମ ବୁଦ୍ଧ ଏବଂ ଅଶୋକ ସ୍ତମ୍ଭର ପ୍ରତିମୂର୍ତ୍ତି ନିର୍ମାଣ କରିଛନ୍ତି ଶିବପ୍ରସାଦ।

author-image
Sarbeswar
ଅଦ୍ୟତନ ହୋଇଛି
Freedom Fighters Statues In Odisha

statues of freedom fighters

ମହାପୁରୁଷଙ୍କ ପ୍ରେମରେ ପ୍ରଧାନଶିକ୍ଷକ । ନିଜ ଦରମା ଟଙ୍କା ସଂଚୟ କରି ସ୍କୁଲ ପରିସରରେ ତିଆରି କରିଦେଲେ ୧୦ ମହାପୁରୁଷଙ୍କ ପ୍ରତିମୂର୍ତ୍ତି । ଆଉ ପ୍ରତିମୂର୍ତ୍ତି ଗୁଡ଼ିକ ଦେଖିବା ପରେ ଆପଣ ବି ବୁଝିପାରିବେ ମହାପୁରୁଷଙ୍କ ଲାଗି ତାଙ୍କ ମନରେ କେତେ ସମ୍ନାନ ରହିଛି । ନବରଙ୍ଗପୁର ପାପଡାହାଣ୍ଡି ବ୍ଲକ ହିର୍ଲି ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ ଶିବ ପ୍ରସାଦ ପଣ୍ଡାଙ୍କୁ ନେଇ ଏବେ ଭାରି ଚର୍ଚ୍ଚା l ଶିବ ପ୍ରସାଦ ନିଜ ପକେଟରୁ ପ୍ରାୟ ଦେଢ଼ ଲକ୍ଷ ଟଙ୍କା ଖର୍ଚ୍ଚ କରି ସ୍କୁଲ ହତା ଭିତରେ ତିଆରି କରିଛନ୍ତି ମହାପୁରୁଷଙ୍କ ପ୍ରତିମୂର୍ତ୍ତି ।

Advertisment

୨୬ ନଭେମ୍ବର, ୨୦୨୧ମସିହାରେ ହିର୍ଲି ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଟ୍ରାନ୍ସଫର ହୋଇ ଆସିଥିଲେ ଏବଂ ଡିସେମ୍ବର ୧୬ ତାରିଖରେ ପ୍ରଧାନ ଶିକ୍ଷକର ଦାୟିତ୍ୱ ନେଲେ l ନିଜ କାର୍ଯ୍ୟକାଳ ମଧ୍ୟରେ ସ୍କୁଲର ସୌନ୍ଦର୍ଯ୍ୟକରଣ କରିବାକୁ ସତେ ଯେମିତି ନିଷ୍ପତ୍ତି ନେଇଥିଲେ ଶିବପ୍ରସାଦ । ସେଇଥି ଲାଗି ତ ସହକର୍ମୀ ଓ ଛାତ୍ରଛାତ୍ରୀଙ୍କ ପରାମର୍ଶ ନେବା ପରେ ସୋନପୁର ଜିଲ୍ଲାରୁ ଶିଳ୍ପୀଙ୍କୁ ଯୋଗାଯୋଗ କରି ୧୦ ମହାପୁରୁଷଙ୍କ ସହ ଶ୍ରୀ ଗଣେଶ, ଗୌତମ ବୁଦ୍ଧ ଏବଂ ଅଶୋକ ସ୍ତମ୍ଭର ପ୍ରତିମୂର୍ତ୍ତି ନିର୍ମାଣ କରିଛନ୍ତି ଶିବପ୍ରସାଦ।

ସ୍କୁଲ ପରିସରରେ ତିଆରି ହୋଇଥିବା ଗୋଟିଏ ମୂର୍ତ୍ତି ପିଛା ୧୦ ରୁ ୧୨ ହଜାର ଟଙ୍କା ଖର୍ଚ୍ଚ ହୋଇଥିବା ବେଳେ କିଛିଦିନ ତଳେ ମୂର୍ତ୍ତି ଗୁଡିକ ନିର୍ମାଣ ହୋଇ ବିଦ୍ୟାଳୟକୁ ଆସିଛି l ଯାହାକୁ ଦେଖିବା ଲାଗି ସ୍ଥାନୀୟ ଲୋକଙ୍କ ଭିଡ଼ ବି ଜମୁଛି । ତେବେ ମୂର୍ତ୍ତି ଗୁଡ଼ିକର ଉନ୍ମୋଚନ କରିବାକୁ ଖୋଦ ଜିଲ୍ଲାପାଳଙ୍କୁ ଦିଆଯାଇଥିଲା ନିମନ୍ତ୍ରଣ । ଆଉ ଜିଲ୍ଲାପାଳ ସ୍କୁଲରେ ପହଞ୍ଚିବା ପରେ ଶିବପ୍ରସାଦଙ୍କ ଏପରି କାର୍ଯ୍ୟକୁ ପ୍ରଶଂସା କରିଥିଲେ । ଖାଲି ପ୍ରଶଂସା କରିଥିଲେ ତାହା ନୁହେଁ ବରଂ ଜିଲ୍ଲାରେ ଇଏ ଏମିତି ଏକ ସ୍କୁଲ ଯେଉଁଠି ନିଜସ୍ୱ ଖର୍ଚ୍ଚରେ ପ୍ରଧାନଶିକ୍ଷକ କରିଛନ୍ତି ଭିନ୍ନ ଏକ ପ୍ରୟାସ ।  ଆମେ ଅନେକ ସ୍କୁଲ ଦେଖିଛନ୍ତି । ଅନେକ ନିଆରା ଶିକ୍ଷକ ବି ଦେଖିଛନ୍ତି । ହେଲେ ଶିବପ୍ରସାଦଙ୍କ ଏପରି ଉଦ୍ୟମକୁ ନେଇ ଏବେ ସବୁଠି ଚର୍ଚ୍ଚା...।

Advertisment

(ନବରଙ୍ଗପୁରରୁ ନବଘନ ବିଷୋୟୀଙ୍କ ରିପୋର୍ଟ)

ଦେଖନ୍ତୁ ଭିଡିଓ | ପ୍ରତିଶ୍ରୁତି ପାଳନ କଲେ ବ୍ଲକ୍‌ ଚେୟାରମ୍ୟାନ। ନିଜ ପକେଟ୍‌ରୁ ଟଙ୍କା ଖର୍ଚ୍ଚ କରି ଲୋକଙ୍କ ଘରେ

Freedom Fighter Status. Special Story
Advertisment
Advertisment