/odishatv-khabar/media/post_attachments/uploadimage/library/16_9/16_9_0/Pension_1681737729.jpg)
Pension
ପରିଣତ ବୟସରେ ପେନସନ ପାଇଁ ଦହଗଂଜ ହେଉଛନ୍ତି ବୃଦ୍ଧା । ଚୌକିକୁ ଆଶା ବାଡ଼ି ପରି ସାହାରା କରି କୋଷେ ଦୂର ଯାଉଛନ୍ତି ପେନ୍ସନ୍ (Pension) ଆଣିବାକୁ । ବୃଦ୍ଧାଙ୍କ ବୟସ ୭୦ରୁ ଅଧିକ ହେବ। ଏମିତିକି ଦେହରେ ଚାଲିବା ପାଇଁ ଶକ୍ତି ନାହିଁ କି ଜୋରରେ କଥା ବି ପାଟିରୁ ବାହାରୁ ନାହିଁ । କଙ୍କାଳ ପ୍ରାୟ ଶରୀର । ଏପରି ଅବସ୍ଥାରେ ଖାଲି ପାଦରେ ପେନ୍ସନ୍ ପାଇଁ କୋଷେ ଦୂର ଚାଲି ଚାଲି ଯାଉଛନ୍ତି ବୃଦ୍ଧା । ପ୍ଲାଷ୍ଟିକ ଚୌକିଟିଏ ଭରସା ମାତ୍ର ।
ପେନସନରେ ସମସ୍ୟା ହୋଇଛି ତାଙ୍କର ଆଙ୍ଗୁଠି ଛାପ । ବ୍ୟାଙ୍କର ଡାଟା ଅନୁସାରେ ତାହା ମିଶୁନଥିବାରୁ ତାଙ୍କୁ ଏ ବ୍ୟାଙ୍କରୁ ସେ ବ୍ୟାଙ୍କ ବୁଲିବାକୁ ପଡୁଛି । ବୃଦ୍ଧା ଜଣକ ହେଉଛନ୍ତି ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ବାଣୁଆଗୁଡା ଗାଁର ସୂର୍ଯ୍ୟ ହରିଜନ। । ଷ୍ଟେଟ ବ୍ୟାଙ୍କ (SBI) ପରିଚାଳକଙ୍କ ସହ ଯୋଗାଯୋଗ କରିବାରୁ ସଙ୍ଗେ ସଙ୍ଗେ ବୃଦ୍ଧାଙ୍କୁ ପେନସନ ଟଙ୍କା ପ୍ରଦାନ କରିଥିବା କହିଛନ୍ତି ।
ପରିଣତ ବୟସରେ ପେନସନ ପାଇଁ ଦହଗଂଜ ହେଉଛନ୍ତି ବୃଦ୍ଧା । ଚୌକିକୁ ଆଶା ବାଡ଼ି ପରି ସାହାରା କରି
କୋଷେ ବାଟ ଯିବାକୁ ପଡୁଛି ।#Odisha#Nabarangpurpic.twitter.com/f4GlmVsBSR— ଓଟିଭି (@otvkhabar) April 17, 2023
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)