ଚାଷ ଜମିରେ ବି ବରଫ ଜମି ରହିଥିବାରୁ ଫସଲ ନଷ୍ଟ ହେବାର ଆଶଙ୍କା ଉପୁଜିଛି ।
କାଲିଠୁ ଆସୁଥିବା ସମ୍ଭାବ୍ୟ ପଶ୍ଚିମାଝଡ଼କୁ ନେଇ ଚିନ୍ତା
ଭେଡା ଅଂଚଳର ବରାହିପୁର ଗାଁରେ ୮ ବଖରା ଘରକୁ ସର୍ବନାଶ କରିଦେଇଛି କୁଆପଥର ମାଡ ସାଙ୍ଗକୁ ପ୍ରବଳ ଝଡ ବର୍ଷା ।
ଜାନୁୟାରୀ ୧୧ ଅପରାହ୍ନ ୩ ଟା । ସେଦିନ କଳାହାଣ୍ଡି ପାଇଁ ଥିଲା କାଳ ସମୟ । ଏକ ଘଣ୍ଟାର କୂଆ ପଥର ବର୍ଷା ଉଜୁଡେଇ ଦେଇଥିଲା ଚାଷୀଙ୍କ ବର୍ଷକର ଜୀବନ ଜୀବିକା ।
ଖାଲି ଅମଳ ଧାନ ନୁହେଁ, ଲଗାଣ ବର୍ଷାରେ ପ୍ରଭାବିତ ହୋଇଛି ପନିପରିବା ଚାଷ। ବରଗଡ ଜିଲ୍ଲାର ଅମ୍ବାଭୋନାରେ ଉଜୁଡି ଯାଇଛି କୋବି, ଟମାଟୋ, ସୋରିଷ ଓ ବାଇଗଣ ଚାଷ। ବଣାଇରେ ଏଥର ଆଳୁ ଚାଷ ଭଲ ହୋଇଥିବା ବେଳେ କିଆରି ଭିତରେ ପାଣି ପଶିଛି।
୨ଦିନ ହେବ ରାଜ୍ୟର ବିଭିନ୍ନ ସ୍ଥାନରେ ତୁହାକୁ ତୁହ ବର୍ଷା ହେଉଛି । କୁଆପଥର ମାଡ଼ ସାଙ୍ଗକୁ ବର୍ଷା ଅସ୍ତବ୍ୟସ୍ତ କରି ପକାଉଛି ।