ମାଓ ବିରୋଧୀ ଅପରେସନ ବେଳେ ୩ ମାଓବାଦୀ ନିପାତ । ଛତିଶଗଡ଼ରେ ଚାଲିଥିଲା ମାଓ ବିରୋଧୀ ଅପରେସନ । ଗୁଳିବିନିମୟରେ ୩ ଜଣ ମାଓବାଦୀଙ୍କ ମୃତ୍ୟୁ ହୋଇଛି ।
ନିର୍ବାଚନ ପ୍ରଚାର ବେଳେ ମାଓବାଦୀମାନେ ବିଜେପି ନେତା ରତନ ଦୁବେଙ୍କୁ ହତ୍ୟା କରିଥିବା ଅଭିଯୋଗ ହୋଇଛି। ସେ ପ୍ରଚାର କରୁଥିବା ବେଳେ ନାରାୟଣପୁର ଜିଲ୍ଲାର କୌଶଲ ନଗରରେ ତାଙ୍କୁ ମାଓବାଦୀମାନେ ଟାଙ୍ଗିଆରେ ହାଣି ହତ୍ୟା କରିଥିବା ପୋଲିସ କହିଛି।
ଲାଲବାହିନୀର ଗୁପ୍ତ ଆଡ୍ଡାର ଭଣ୍ଡାଫୋଡ୍..ନକ୍ସଲ ସଂଗଠନର ସାମ୍ରାଜ୍ୟ ଉପରେ ବଡ଼ ହମଲା..ଛତ୍ରଭଙ୍ଗ ଦେଇଛନ୍ତି ମାଓବାଦୀ..ସୁରକ୍ଷାକର୍ମୀଙ୍କ ହାତରେ ଲାଗିଛି ମାଓ ସାମଗ୍ରୀ । ନା ଗଣି ହେଉଛି, ନା ବାରି ହେଉଛି।
ଲାଲବାହିନୀ ଗୁଳିରେ ଟଳିପଡ଼ିଲେ ସିଆରପିଏଫ୍ ଯବାନ । ମାଓବାଦୀ ଓ ସିଆରପିଏଫ୍ ଯବାନଙ୍କ ମଧ୍ୟରେ ଲଢେଇରେ ସହିଦ ହୋଇଛନ୍ତି ଓଡ଼ିଆ ଯବାନ ସନ୍ତୋଷ କୁମାର ଖୁଣ୍ଟିଆ। ସୁଶାନ୍ତଙ୍କ ଛାତିରେ ବାଜିଥିଲା ଗୁଳି..
ସ୍ୱାଧୀନତା ଦିବସର ଦିନି ତିନିଟା ପୂର୍ବରୁ ଝାଡଖଣ୍ଡରେ ମାଓ ହମଲା। ଲାଲବାହିନୀ ଗୁଳିରେ ଟଳିପଡ଼ିଲେ CRPF ଯବାନ।
ଦନ୍ତେୱାଡାର ଅରଣପୁର ନିକଟ ଜଙ୍ଗଲିଆ ରାସ୍ତାର ଉଭୟ ପଟେ ପଡିଥିଲା ବୀର ସହିଦ ଯବାନଙ୍କ ଶରୀର। ମାଓ ବିରୋଧୀ ଅପରେସନ୍ କରିବାକୁ ଯାଇ କେମିତି ନକ୍ସଲଙ୍କ ଜାଲରେ ପଡିଗଲେ ତାହା ଚକିତ କରୁଥିବା ବେଳେ ବସ୍ତର ଆଇଜି ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି।
‘ତୁମେ ତ ଚାଲିଗଲ, ମୋତେ ବି ସାଙ୍ଗରେ ନେଇ ଯାଅ । ଆଉ ଏ ଜୀବନ ରଖି ଲାଭ କ’ଣ । ମୁଁ ବି ତୁମ ସହ ମରିବାକୁ ଚାହୁଁଛି ।’ ଛତିଶଗଡରେ ଗତ ବୁଧବାର ହୋଇଥିବା ନକ୍ସଲ ଆକ୍ରମଣରେ ସହିଦ ହୋଇଥିବା ଜଣେ ଯବାନଙ୍କ ଶେଷକୃତ୍ୟ ବେଳେ ତାଙ୍କ ପତ୍ନୀଙ୍କ ଏପରି ବୁକୁଫଟା ଚିତ୍କାର ଶୁଣିବାକୁ ମିଳୁଥିଲା।
ଛତିଶଗଡ଼ ନକ୍ସଲ ହିଂସା ପରେ ଏକ ଭାଇରାଲ ଭିଡିଓକୁ ନେଇ ଏବେ ଚର୍ଚ୍ଚା ଆରମ୍ଭ ହୋଇଛି। ଭିଡିଓରେ କିଛି ସନ୍ଦିଗ୍ଧଙ୍କ ଆତଜାତ ଦୃଶ୍ୟ ଓ ଗୁଳିମାଡ଼ର ଶଦ୍ଦ ରହିଛି। ଭିଡିଓରେ ଜଣେ ‘ଭୟା ପୂରା ଉଡଗୟା’ କହୁଥିବା ଶୁଣିବାକୁ ମିଳିଛି।
ଦୁଇ ବର୍ଷ ପରେ ନକ୍ସଲମାନେ ଛତିଶଗଡ଼ରେ ପୁଣି ରକ୍ତର ହୋଲି ଖେଳିଛନ୍ତି। IED ବିସ୍ପୋରଣ କରି ନେଇଛନ୍ତି ୧୧ ଜଣଙ୍କ ଜୀବନ। ଘଟଣା ପରେ ଛତିଶଗଡ ସୀମାନ୍ତ ମାଲକାନଗିରି, କୋରାପୁଟ ଓ ନବରଙ୍ଗପୁର ଜିଲ୍ଲାରେ ହାଇ ଆଲର୍ଟ ଜାରି ହୋଇଛି।
ପ୍ରଧାନମନ୍ତ୍ରୀ ମୋଦି ନକ୍ସଲ ହମଲାକୁ ଦୃଢ ଭାବେ ନିନ୍ଦା କରିବା ସହ ସହିଦ ଯବାନଙ୍କ ବଳିଦାନ ସବୁବେଳେ ମନେ ରହିବ ବୋଲି କହିଛନ୍ତି ।
ମାଲକାନଗିରି ସୀମାନ୍ତରେ ପୁଣି ମାତିଛନ୍ତି ମାଓବାଦୀ। ମାଓବାଦୀ ଆତଙ୍କରେ ପୁଣି ଲାଲ ହୋଇଛି ଓଡ଼ିଶା-ଛତିଶଗଡ଼ ସୀମାନ୍ତ। ଏକ ଠିକା ସଂସ୍ଥାର ସୁପରଭାଇଜରଙ୍କୁ ଲାଲବାହିନୀ ହତ୍ୟା କରିଥିବାର ଅଭିଯୋଗ ହୋଇଛି।