ଦିନେ ବିଜେଡି ଓ ନବୀନଙ୍କ ବିରୋଧରେ ଗର୍ଜୁଥିଲେ, ଆଜି ଶଙ୍ଖ ଫୁଙ୍କିଲେ। ଦିନେ ରାହୁଲ ଆଣିଥିଲେ ରାଜନୀତିକୁ, ରଖିଥିଲେ କୋର୍ କମିଟିରେ। ଆଜି ସେଇ ହାତକୁ କହିଲେ ବାଏ ବାଏ। ଆଉ ହାତରେ ଧରିଲେ ବିଜେଡି ଶଙ୍ଖ।
ଅଳିଆ ଗଦାରେ ପରିଣତ ହୋଇଛି ଗାଁ ମଶାଣିକୁ ଯାଇଥିବା ରାସ୍ତା । ଏହାକୁ ବିରୋଧ କରି ଶବ ରଖି ଜାତୀୟ ରାଜପଥ ଅବରୋଧ କଲେ ଗ୍ରାମବାସୀ। ଏମିତି ଘଟଣା ଘଟିଛି ନବରଙ୍ଗପୁର ସଦର ମୁହକୁମାସ୍ଥିତ ମାଝୀଗୁଡା ଗ୍ରାମରେ। ଗାଁ ଲୋକଙ୍କ ଅଭିଯୋଗ ଅନୁସାରେ ମଶାଣି ରାସ୍ତାରେ ନବରଙ୍ଗପୁର ପୌରପାଳିକା ଅକ୍ତିଆର କରି ଅଳିଆଗଦା କରୁଛି।
ବିଜେଡ଼ିରେ ମିଶିବା ପୂର୍ବରୁ ବିଜେଡି ଓ ନବୀନ ପଟ୍ଟନାୟକଙ୍କୁ ପ୍ରଶଂସାରେ ପୋତି ପକାଇଲେ ପୂର୍ବତନ କଂଗ୍ରେସ ସାଂସଦ ପ୍ରଦୀପ ମାଝୀ। କହିଲେ, ଏବେ ନୁହେଁ ବରଂ ଆଗାମୀ ୩୦ ବର୍ଷ ପର୍ଯ୍ୟନ୍ତ ଓଡ଼ିଶାରେ ବିଜେଡ଼ି ହିଁ ଶାସନ କରିବ
ପୂର୍ବତନ ନବରଂପୁର ସାଂସଦ ପ୍ରଦୀପ ମାଝି ବିଜେଡିରେ ଯୋଗଦେବେ । ଏନେଇ ଆଜି ନବରଙ୍ଗପୁରରେ ଏକ ସାମ୍ବାଦିକ ସମ୍ମିଳନୀ କରି ସେ ଘୋଷଣା କରିଛନ୍ତି ।
କଂଗ୍ରେସ ସହ ୨୦ ବର୍ଷର ସମ୍ପର୍କ ଛିନ୍ନ କଲେ ଓଡ଼ିଶା ପ୍ରଦେଶ କଂଗ୍ରେସ କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝୀ । ଦକ୍ଷିଣ ଓଡ଼ିଶାର ଯୁବ ଓ ଦକ୍ଷ ନେତା ଏବଂ ଜାତୀୟ ସ୍ତରରେ ଜଣେ ଟାଣୁଆ ଆଦିବାସୀ ଚେହରା ପ୍ରଦୀପ ।
ପରିଶ୍ରମ ହିଁ ସଫଳତାର ଚାବିକାଠି। ନୌସେନା ଅଧିକାରୀରୁ OASର ଯାତ୍ରା। ପଥ ଯେତେ କଠିନ ଥିଲେ ବି ଶେଷରେ ମିଳିଛି ସଫଳତା। କଠିନ ପରିଶ୍ରମ ଓ ଦୃଢ ଇଛାଶକ୍ତି ବଳରେ ସବୁକିଛି ସମ୍ଭବ।
ସାର ପାଇଁ ଠେଲା ପେଲା, ପଥର ମାଡ଼, ଭଙ୍ଗା ରୁଜା ହୋଇଛି। ଏପରିକି ଲ୍ୟାମ୍ପ ଗେଟ ଓ ଲ୍ୟାମ୍ପ ଆଜବେଷ୍ଟେଜ ବି ଭଙ୍ଗାରୁଜା ହୋଇଛି । ଏମିତି ଚିତ୍ର ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡା ବ୍ଲକ ସଦର ମହକୁମା ସ୍ଥିତ ଲ୍ୟାମ୍ପରେ ଦେଖିବାକୁ ମିଳିଛି। ୟୁରିଆ ସାର ପାଇଁ ହାଉ ଜାଉ ହେଉଛନ୍ତି ଲୋକେ । ସୁରକ୍ଷା ପାଇଁ ମୁତୟନ ହୋଇଥିବା ପୁଲିସକୁ ନାକେଦାମ ହେବାକୁ ପଡିଛି
ନବରଙ୍ଗପୁର. ଆନନ୍ଦପୁର ଓ ଜଳେଶ୍ୱର ଆଦି ଅନେକ ଅଂଚଳରେ ସବୁଠି ବେଆଇନ ବାଲି ଚାଲାଣ ଅଭିଯୋଗ ହୋଇଛି। ବିଭିନ୍ନ ଘାଟରୁ ବେଧଡକ ଲୁଟ ହେଉଛି ବାଲି, କୋଟି କୋଟି ଟଙ୍କା ରାଜସ୍ୱ ହରାଉଛନ୍ତି ସରକାର। କେଉଁଝର ଜିଲ୍ଲାର ଆନନ୍ଦପୂରଠାରେ ଥିବା ବୈତରଣୀ ବାଲିଘାଟର ଦୃଶ୍ୟ ଦେଖିଲେ ଆପଣ ସବୁକିଛି ବୁଝିପାରିବେ। ବେଆଇନ୍ ଭାବେ ଡଙ୍ଗାରେ ମୋଟର ଲଗାଇ ପାଣି ଭିତରୁ ବାଲି ଉଠାଚାଲିଛି
ଦୀର୍ଘ ଦିନ ଧରି ପଡ଼ି ରହିଥିବା ଖୋର୍ଦ୍ଧା-ବଲାଙ୍ଗୀର ରେଳ ଲାଇନକୁ ଖୁବଶୀଘ୍ର ସଂପୂର୍ଣ୍ଣ କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ । ଜୁନାଗଡ଼-ନବରଙ୍ଗପୁର, ଧର୍ମଗଡ଼କୁ ସଂପ୍ରସାରଣ ସହିତ ବିଭିନ୍ନ ଷ୍ଟେସନର ମଧ୍ୟ ଉନ୍ନତି ପାଇଁ ପଦକ୍ଷେପ ନିଆଯାଉଥିବା ସେ କହିଛନ୍ତି ।
ପୁଣି ଡରାଇଲେ ମାଓବାଦୀ । ଚାରିଆଡ଼େ ମାରିଲେ ବ୍ୟାନର ପୋଷ୍ଟର । ପ୍ରଶାସନକୁ ଦେଲେ ଚେତାବନୀ । ନବରଙ୍ଗପୁର ଝରିଗାଁ-ଚନ୍ଦାହାଣ୍ଡି ରାଜ୍ୟ ରାଜପଥରେ ଥିବା ସିଙ୍ଗାଡି ଘାଟି ଠାରେ ମାଓ ପୋଷ୍ଟର ଓ ବ୍ୟାନର ।
ୟୁରିଆ ସାର ପାଇଁ ଚାଷୀଙ୍କ ରାସ୍ତାରୋକ୍ । ନବରଙ୍ଗପୁର ଜିଲ୍ଲାର ଗାନ୍ଧି ଛକ ନିକଟରେ ଶତାଧିକ ଚାଷୀ ଏବଂ ଜିଲ୍ଲା ବିଜେପି ଏହି ଧାରଣାରେ ସାମିଲ ହୋଇଥିଲେ ।
ପୋଲ ଉପରେ ଗାଡି ନେଇ ଖୁବ୍ ବିପଜ୍ଜନକ ଭାବେ ଯିବାଆସିବା କରିବାକୁ ପଡ଼ୁଛି । ଯାତ୍ରା ନୁହେଁ ତ, ସତେକି ବାଜିରେ ଲାଗିଛି ଜୀବନ । ସାମାନ୍ୟ ଅନ୍ୟମନସ୍କ ହେଲେ, କିଛି ବି ଘଟିପାରେ ।
ମାସାଧିକ କାଳ ସର୍ପ ଦଂଶନ ଜ୍ୱାଳାରେ ଜଳୁଥିବା ୯ ବର୍ଷର ବାଳିକା ମଂଜୁଳା ଅଣ୍ଟିର ଚିକିତ୍ସା ଲାଗି ବ୍ୟବସ୍ଥା କରିଛି । ନବରଙ୍ଗପୁର ଜିଲ୍ଲା ପ୍ରଶାସନ ମଂଜୁଳାକୁ ଗତକାଲି ସାରେ ପ୍ରଥମେ ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଏବଂ ପରେ ତାକୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ମଂଜୁଳାର ପରିବାରକୁ ରେଡକ୍ରସ ପାଣ୍ଠିରୁ ୧୦ ହଜାର ଟଙ୍କାର ତୁରନ୍ତ ସହାୟତା ମଧ୍ୟ ଯୋଗାଇ ଦେଇଛନ୍ତି ଜିଲ୍ଲାପାଳ ।
୯ ବର୍ଷର କୁନିଝିଅ ମଞ୍ଜୁଳା ଓ ତାକୁ କାମୁଡ଼ି ଥିବା ନାଗ କାହାଣୀର ଏଥିଲା ଗୋଟିଏ ଭାଗ। ପ୍ରାୟ ମାସେ ତଳେ ମଞ୍ଜୁଳା ଘର ପାଖ ଗଛ କୋରଡ଼ରୁ ପକ୍ଷୀ ଧରୁଥିବା ବେଳେ ସାପଟି ତାକୁ ଚୋଟ ମାରିଥିଲା।
ସାପ କାମୁଡ଼ାକୁ ମାସେରୁ ଅଧିକ ସମୟ ବିତିଥିବାରୁ ଝିଅର ହାତ ନଷ୍ଟ ହେବାକୁ ବସିଛି। ଅର୍ଥ ଅଭାବରୁ ତାଙ୍କୁ ଉନ୍ନତ ଚିକିତ୍ସା ମିଳିପାରିନାହିଁ। ପରିବାର ଲୋକେ ଚିକିତ୍ସା ଲାଗି ସହାୟତା ପ୍ରଦାନ କରିବାକୁ ଦାବି କରିଛନ୍ତି। ମଂଜୁଳାକୁ କାମୁଡିଥିବା ନାଗ ସାପଟିକୁ ଧରି ଏବେବି ପରିବାର ଲୋକେ ଘରେ ରଖିଥିବା ଜଣାପଡ଼ିଛି। ଅନ୍ୟପଟେ ଚିକିତ୍ସା ଲାଗି ତାଙ୍କୁ ସମସ୍ତ ସୁବିଧାସୁଯୋଗ ଦିଆଯିବ ବୋଲି କହିଛନ୍ତି ରାଇଘର ବିଡିଓ।