/odishatv-khabar/media/post_attachments/uploadimage/library/16_9/16_9_0/Heat_Wave_1681106245.jpg)
Heat Wave
କାଳବୈଶାଖୀ ବର୍ଷା ପରେ ରାଜଧାନୀରେ ପ୍ରବଳ ଗରମ । କିଛି ଦିନ ଧରି କାଳବୈଶାଖୀ ବର୍ଷା ଯୋଗୁଁ ତାତି କମିଥିବା ବେଳେ ଆଜି ପୁଣି ଗରମ ଅନୂଭବ ହେଉଛି । ଏପରିକି ସକାଳ ସାଢ଼େ ୮ଟା ସୁଦ୍ଧା ୩୧ ଡିଗ୍ରୀରେ ପହଞ୍ଚିଛି । ଏନେଇ ଟ୍ୱିଟ୍ କରି ସୂଚନା ଦେଇଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର ।
#ରାଜଧାନୀ ଭୁବନେଶ୍ୱର ରେ ସକାଳ ୮.୩୦ ସୁଦ୍ଧା #୩୧ଡ଼ିଗ୍ରୀ ତାପମାତ୍ରା ରେକର୍ଡ
— Meteorological Centre, Bhubaneswar (@mcbbsr) April 10, 2023
ଆଜି ସକାଳ ତାପମାତ୍ରାକୁ ଦେଖିଲେ ଲାଗୁଛି ଦିନରେ ଆହୁରି ବଢ଼ିବାରେ ଗରମ । ଆଜିଠୁ ଦୁଇରୁ ତିନି ଡିଗ୍ରୀ ସେଲସିୟସ୍ ପାରଦ ବଢ଼ିବା ନେଇ ପୂର୍ବରୁ ସୂଚନା ଦେଇଥିଲେ ପାଣିପାଗ ବିଭାଗ ।
ରାଜ୍ୟରେ ଆଜି ବି କାଳବୈଶାଖୀ ବର୍ଷା ସମ୍ଭାବନା। ଆଜି ପାଇଁ ୯ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ମୟୂରଭଂଜ, କେନ୍ଦୁଝର, କନ୍ଧମାଳ, ଗଜପତି, ରାୟଗଡ଼ା, କଳାହାଣ୍ଡି, ନବରଙ୍ଗପୁର, କୋରାପୁଟ ଏବଂ ମାଲକାନଗିରି ଜିଲ୍ଲା କୁ ୱାର୍ଣ୍ଣିଂ ଜାରି ହୋଇଛି ।
ଏସବୁ ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା ରହିଛି । ଆସନ୍ତାକାଲି ମଧ୍ୟ କିଛି ସ୍ଥାନରେ କାଳବୈଶାଖୀ ବର୍ଷା ନେଇ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ତେବେ ଆସନ୍ତା ୨ରୁ ୩ ଦିନ ପର୍ଯ୍ୟନ୍ତ ତାପମାତ୍ରାରେ ବିଶେଷ ପରିବର୍ତ୍ତନ ହେବାର ନାହିଁ । ଏହା ପରେ ତାପମାତ୍ରା ୨ରୁ ୩ ଡିଗ୍ରୀ ପର୍ଯ୍ୟନ୍ତ ବୃଦ୍ଧି ପାଇବା ନେଇ ପାଣିପାଗ ବିଭାଗ ଆକଳନ କରିଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)