ସମୁଦ୍ର ତଟଵର୍ତ୍ତୀ ଅଞ୍ଚଳରେ ସ୍ଵତଃ ପ୍ରବୃତ୍ତ ଭାବେ ସୃଷ୍ଟି ହୋଇ ଥିବା ବହ୍ନି ଜଙ୍ଗଲ ମାଫିଆଙ୍କ ଯୋଗୁଁ ହ୍ରାସ ପାଇ ଏବେ ଗୋରୁଗାଈଙ୍କ ଚରା ଭୂଇଁ ପାଲଟିଛି। ୨୦୧୦ ମସିହାରେ ଜାପାନ ସରକାରଙ୍କ ସହାୟତାରେ ସମୁଦ୍ର ତଟଵର୍ତ୍ତୀ ଅଞ୍ଚଳରେ ମୃତ୍ତିକା ସଂରକ୍ଷଣ ଓ ସମୁଦ୍ର ଉପକୂଳବର୍ତ୍ତୀ ଅଞ୍ଚଳରେ ବନ୍ୟା, ବାତ୍ୟା ଦାଉରୁ ରକ୍ଷା କରିବା ପାଇଁଁ ସୃଷ୍ଟି ହୋଇ ଥିବା ବହ୍ନି ଜଙ୍ଗଲ ଏବେ ଚୋରା ବହ୍ନି ପତ୍ର ସଂଗ୍ରହକାରୀଙ୍କ ଦ୍ଵାରା ଧ୍ଵଂସ ପାଇବାକୁ ବସିଛି।
ଲୋକେ ଘର ଲାଗି ଆନ୍ଦୋଳନ କଲେ, ସରକାର ଜମି ପଟ୍ଟା ଦେଲେ । ହେଲେ ଥରେ ବି ବନ୍ୟଜନ୍ତୁଙ୍କ କଥା ଚିନ୍ତା କଲେ ନାହିଁ । ପଟ୍ଟା ପାଇବା ପରେ ଜଙ୍ଗଲ ସଫା କରି ଘର ତୋଳିବାରେ ବ୍ୟସ୍ତ ରହିଲା ମଣିଷ । ଥରେ ବି ଚିନ୍ତା କଲାନି ଜଙ୍ଗଲ ସଫା ହେଲେ ବାଘ, ଭାଲୁ ଓ ହାତୀ ରହିବେ କେଉଁଠି? ନିଜ ଆଖି ସାମ୍ନାରେ ଜଙ୍ଗଲ ସଫା ହେଉଥିବାରୁ ଖାଦ୍ୟ ଅନ୍ୱେଷଣରେ ଗାଁ ମୁହାଁ ଜୀବଜନ୍ତୁ।