Advertisment

Black Magic in Hospital: ହସପିଟାଲ ଭିତରେ ବ୍ଲାକ୍ ମ୍ୟାଜିକ୍, ମାଟି ତଳୁ ମିଳିଲା ମଣିଷ ହାଡ଼, ଚୁଟି ଓ କଳସ

ବର୍ତ୍ତମାନର ଟ୍ରଷ୍ଟିଙ୍କ କାର୍ଯ୍ୟାଳୟ ତଳେ ଖୋଳାଯିବା ପରେ ମଣିଷ ହାଡ଼, ଚୁଟି, ଚାଉଳ ଥିବା ଆଠଟି କଳସ ମିଳିଥିଲା। କେବଳ ସେତିକି ନୁହେଁ, ଗୁଣି ଗାରେଡ଼ିରେ ବ୍ୟବହୃତ ସାମଗ୍ରୀ ମଧ୍ୟ କାର୍ଯ୍ୟାଳୟ ତଳୁ ମିଳିଛି। ହସପିଟାଲରେ ଏଭଳି ଘଟଣା ସାମନାକୁ ଆସିବା ପରେ ଆତଙ୍କ ଖେଳି ଯାଇଛି। ସାକ୍ଷୀମାନଙ୍କ ଉପସ୍ଥିତିରେ ଏବଂ ଭିଡିଓଗ୍ରାଫି ମାଧ୍ୟମରେ ତଳ ମହଲା ଖୋଳାଯାଇଥିଲା।

author-image
Puspanjali Panda
ଅଦ୍ୟତନ ହୋଇଛି
ହସପିଟାଲ କେଳେଙ୍କାରୀ

ହସପିଟାଲ କେଳେଙ୍କାରୀ

ଦେଶର ପ୍ରତିଷ୍ଠିତ ଲିଳାବତୀ ହସପିଟାଲରୁ ମିଳିଛି ମଣିଷ ହାଡ଼, ଚୁଟି ଓ ଗୁଣି ଗାରେଡ଼ିରେ ବ୍ୟବହୃତ ସାମଗ୍ରୀ। ଏଭଳି ଘଟଣା ସାରା ଦେଶରେ ଆଲୋଡ଼ନ ସୃଷ୍ଟି କରିଥିବା ବେଳେ ହସପିଟାଲ୍ ୧୫ ଶହ କୋଟିର ଆର୍ଥିକ କେଳେଙ୍କାରୀରେ ବି ଛନ୍ଦି ହୋଇପଡ଼ିଛି। ହସପିଟାଲର ପୂର୍ବତନ ଟ୍ରଷ୍ଟିଙ୍କ ବିରୋଧରେ ଆର୍ଥିକ କେଳେଙ୍କାରୀ ଓ ଗୁଣିଗାରେଡ଼ି ଅଭିଯୋଗ ଆସିଛି। ଏ ନେଇ ବର୍ତ୍ତମାନର ଟ୍ରଷ୍ଟି ଇଡିରେ ଫେରାଦ ହେବା ପରେ ମାମଲା ଜଟିଳ ରୂପ ନେବାକୁ ଯାଉଛି।

Advertisment

ମାଟି ତଳେ ମଣିଷ ହାଡ଼, ଚୁଟି

ଲୀଳାବତୀ କୀର୍ତ୍ତିଲାଲ ମେହେଟା ମେଡିକାଲ ଟ୍ରଷ୍ଟ(ଏଲକେଏମଏମ)ର ବର୍ତ୍ତମାନର ସଦସ୍ୟମାନେ ସଂଗୀନ ଅଭିଯୋଗ ଆଣିଛନ୍ତି। ଅଭିଯୋଗ କରିଛନ୍ତି ଯେ ପୂର୍ବତନ ଟ୍ରଷ୍ଟିମାନେ ହସପିଟାଲର ୧୫ ଶହ କୋଟି ଟଙ୍କାର ପାଣ୍ଠି ଆତ୍ମସାତ କରିଛନ୍ତି। ସେମାନେ ହସ୍ପିଟାଲ ପରିସରରେ ଗୁଣିଗାରେଡ଼ି କରୁଥିଲେ। ବର୍ତ୍ତମାନର ଟ୍ରଷ୍ଟିଙ୍କ କାର୍ଯ୍ୟାଳୟ ତଳେ ଖୋଳାଯିବା ପରେ ମଣିଷ ହାଡ଼, ଚୁଟି, ଚାଉଳ ଥିବା ଆଠଟି କଳସ ମିଳିଥିଲା। କେବଳ ସେତିକି ନୁହେଁ, ଗୁଣି ଗାରେଡ଼ିରେ ବ୍ୟବହୃତ ସାମଗ୍ରୀ ମଧ୍ୟ କାର୍ଯ୍ୟାଳୟ ତଳୁ ମିଳିଛି। ହସପିଟାଲରେ ଏଭଳି ଘଟଣା ସାମନାକୁ ଆସିବା ପରେ ଆତଙ୍କ ଖେଳି ଯାଇଛି। ସାକ୍ଷୀମାନଙ୍କ ଉପସ୍ଥିତିରେ ଏବଂ ଭିଡିଓଗ୍ରାଫି ମାଧ୍ୟମରେ ତଳ ମହଲା ଖୋଳାଯାଇଥିଲା। ଟ୍ରଷ୍ଟ ପକ୍ଷରୁ ପ୍ରଥମେ ପୁଲିସ ସହିତ ଯୋଗାଯୋଗ କରାଯାଇଥିଲା। ଯେତେବେଳେ ପୁଲିସ ମନା କଲା ସେମାନେ କୋର୍ଟକୁ ଗଲେ ଏବଂ କୋର୍ଟ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି।

ହୋସ୍ ଉଡ଼ାଇଦେଲା ଅଡିଟ୍ ରିପୋର୍ଟ

ଏକ ଦୀର୍ଘ ଆଇନଗତ ଲଢ଼େଇ ପରେ ବର୍ତ୍ତମାନର ଟ୍ରଷ୍ଟିମାନେ ଟ୍ରଷ୍ଟର ନିୟନ୍ତ୍ରଣ ନିଜ ହାତକୁ ନେଇଥିଲେ। ଚେତନ ଦଲାଲ ଇନଭେଷ୍ଟିଗେସନ୍ ଆଣ୍ଡ୍ ମ୍ୟାନେଜମେଣ୍ଟ ସର୍ଭିସେସ୍ (ସିଡିଆଇଏମଏସ) ଏବଂ ଏଡିବି ଏବଂ ଆସୋସିଏଟସ୍ ଦ୍ୱାରା ଅଡିଟ୍ କରାଯାଇଥିଲା। ଅଡିଟରେ ବେଆଇନ କ୍ରୟ କାରବାର ଏବଂ ଠକେଇ ବିତରକ ଚୁକ୍ତି ମାଧ୍ୟମରେ ୧୨୦୦ କୋଟି ଟଙ୍କାର ଅପବ୍ୟବହାର ହୋଇଛି। ଆଇନଗତ ଶୁଳ୍କ ଠକେଇରେ ୪୪ କୋଟି ଟଙ୍କା, ଯାହାକୁ ବୈଧ ଖର୍ଚ୍ଚ ବୋଲି ମିଥ୍ୟା ବିଲ୍ ଦିଆଯାଇଛି।

Advertisment

ଉପଯୁକ୍ତ ହିସାବ ବିନା ଏକ ରିଅଲଟର୍ସ ଏବଂ ଭେଷ୍ଟା ଇଣ୍ଡିଆ ଭଳି କମ୍ପାନିରେ ବେଆଇନ ଭାବେ ୧୧.୫୨ କୋଟି ଟଙ୍କା ନିବେଶ କରିଛନ୍ତି। ହସ୍ପିଟାଲ ବିରୋଧରେ ଆୟକର ବିଭାଗ ପକ୍ଷରୁ ୫୦୦ କୋଟି ଟଙ୍କାର ଟିକସ ଦାବି ଦାଖଲ କରାଯାଇଛି। ଏଥିରେ ଗୁଜରାଟ ସ୍ଥିତ ଲୀଳାବତୀ ହସ୍ପିଟାଲ ପ୍ରତିଷ୍ଠାନରୁ ମୂଲ୍ୟବାନ ଜିନିଷପତ୍ର ଚୋରି ଘଟଣାର ତଦନ୍ତ, ହାଇକୋର୍ଟରେ ଆୟକର ବିଭାଗ ଦ୍ୱାରା ଦାଖଲ କରାଯାଇଥିବା ୫୦୦ କୋଟି ଟଙ୍କାର ଟିକସ ଦାବି ଏବଂ ପୂର୍ବତନ ଟ୍ରଷ୍ଟିମାନଙ୍କ ଦ୍ୱାରା ଅନୁମୋଦିତ ଖର୍ଚ୍ଚକୁ ଚ୍ୟାଲେଞ୍ଜ ଅନ୍ତର୍ଭୁକ୍ତ ହୋଇଛି।

ଏମାନେ ସେହି କାର୍ପଟଦାର

ପୂର୍ବତନ ଟ୍ରଷ୍ଟି ସଦସ୍ୟଙ୍କ ବିରୋଧରେ ବାନ୍ଦ୍ରା ପୁଲିସରେ ଏକାଧିକ ମାମଲା ରୁଜୁ କରାଯାଇଥିଲା। ପରେ ସେଗୁଡ଼ିକୁ ଅର୍ଥନୈତିକ ଅପରାଧ ଶାଖା (ଇଓଡବ୍ଲୁ)କୁ ସ୍ଥାନାନ୍ତର କରାଯାଇଥିଲା। ଏତଲାରେ ଥିବା ଅଭିଯୁକ୍ତମାନଙ୍କ ମଧ୍ୟରେ ଚେତନ ପି. ମେହେଟା, ରେଖା ଏଚ୍. ସେଠ୍, ଆୟୁଷ୍ମାନ ସି. ମେହେଟା, ନିକେତ ଭି. ମେହେଟା, ସୁଶୀଳା ଭି. ମେହେଟା, ରଶ୍ମି କେ. ମେହେଟା, ଭାବିନ୍ ଆର. ମେହେଟା ଏବଂ ନିମେଶ ସେଠ ଅଛନ୍ତି। ଠକେଇର ପରିମାଣକୁ ଦୃଷ୍ଟିରେ ରଖି ମନି ଲଣ୍ଡରିଂ ନିବାରଣ ଆଇନ (ପିଏମଏଲଏ) ଅନୁଯାୟୀ ଏକ ଗମ୍ଭୀର ଅପରାଧ ଦର୍ଶାଇ ବର୍ତ୍ତମାନର ଟ୍ରଷ୍ଟିଙ୍କ ପକ୍ଷରୁ ଇଡିରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରାଯାଇଛି।

ନିକଟରେ ଚିକିତ୍ସିତ ହେଉଥିଲେ ସୈଫ୍ ଅଲ୍ଲୀ ଖାଁ

ବର୍ତ୍ତମାନର ଟ୍ରଷ୍ଟି ପୁଲିସ ଏବଂ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟରେ ତିନୋଟି ଅଭିଯୋଗ କରିଛନ୍ତି। ଆର୍ଥିକ ଅନିୟମିତତା ହସ୍ପିଟାଲରେ କାର୍ଯ୍ୟକୁ ପ୍ରଭାବିତ କରିଛି। 'ଗୁଣିଗାରେଡ଼ି' ଅଭିଯୋଗ ସମ୍ପର୍କରେ ହସ୍ପିଟାଲର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଏବଂ ପୂର୍ବତନ ମୁମ୍ବାଇ ପୋଲିସ କମିଶନର ପରମ ବୀର ସିଂହ କହିଛନ୍ତି ଯେ ବର୍ତ୍ତମାନର ଟ୍ରଷ୍ଟିମାନେ ଦାୟିତ୍ୱ ନେବା ପରେ ଏହି ଖୁଲାସା କରିଥିଲେ। ପ୍ରତିଷ୍ଠିତ ବ୍ୟକ୍ତିତ୍ବ ଏବେ ବି ଚିକିତ୍ସା ପାଇଁ ଲୀଳାବତୀ ହସ୍ପିଟାଲକୁ ଆସୁଛନ୍ତି। ନିକଟରେ ଆକ୍ରମଣର ଶିକାର ହୋଇଥିବା ବଲିଉଡ ଅଭିନେତା ସୈଫ୍ ଅଲ୍ଲୀ ଖାନଙ୍କୁ ମଧ୍ୟ ଏଠାରେ ଭର୍ତ୍ତି କରାଯାଇଥିଲା।

ଦାତବ୍ୟ ଅନୁଷ୍ଠାନର ଭୂମିକା ସନ୍ଦେହରେ

ଆର୍ଥିକ ଅନିୟମିତତା ଓ ଗୁଣି ଗାରେଡ଼ି କାରବାର ଲିଳାବତୀ ହସ୍ପିଟାଲକୁ ପ୍ରଭାବିତ କରିଛି। ଦୈନିକ ହଜାର ହଜାର ରୋଗୀଙ୍କୁ ଚିକିତ୍ସା ସେବା ପ୍ରଦାନ କରୁଥିବା ଏହି ହସପିଟାଲର ଅନେକ କ୍ଷତି ହୋଇଥିବା ଟ୍ରଷ୍ଟିଙ୍କ ପକ୍ଷରୁ ସୂଚନା ଦିଆଯାଇଛି। ଚିକିତ୍ସା ସୁବିଧା ପାଇଁ ଉଦ୍ଦିଷ୍ଟ ପାଣ୍ଠିର ଅପବ୍ୟବହା ରୋଗୀ ସେବାକୁ ବିପଦରେ ପକାଇଛି। ସ୍ୱାସ୍ଥ୍ୟସେବା ପାଇଁ ଉଦ୍ଦିଷ୍ଟ ଦାନ ଏବଂ ପାଣ୍ଠିକୁ ଅନ୍ୟତ୍ର ସ୍ଥାନାନ୍ତରିତ କରାଯିବା ଯୋଗୁ ଦାନ ସମ୍ବଳ ପ୍ରଭାବିତ ହୋଇଛି। ଏହା ଭାରତର ଦାତବ୍ୟ ସ୍ୱାସ୍ଥ୍ୟସେବା କ୍ଷେତ୍ର ଉପରେ ଜନସାଧାରଣଙ୍କ ବିଶ୍ୱାସକୁ ହ୍ରାସ କରିଛି। ଯାହାକୁ ନେଇ ଟ୍ରଷ୍ଟିଙ୍କ ପକ୍ଷରୁ ଚିନ୍ତା ପ୍ରକଟ କରାଯାଇଛି।

Black Magic Mismanagement Lilavati Hospital Misappropriation
Advertisment
Advertisment