Advertisment

‘ଲୋକଙ୍କ ପାଇଁ ମୁଁ କ୍ରୀତଦାସ ହେବାକୁ ମଧ୍ୟ ରାଜି’

‘ମୁଁ ଲୋକଙ୍କୁ ଏଠାକୁ ଆସିବାକୁ ଡାକିଥିଲି । ଓଡ଼ିଶାବାସୀଙ୍କ କାମ ପାଇଁ ଦ୍ୱାରପାଳ ନୁହେଁ କ୍ରୀତଦାସ ହେବାକୁ ମୁଁ ରାଜି ଅଛି’ ବୋଲି କହିଛନ୍ତି ପ୍ରଣବ ।

author-image
Tanmay Kumar Mahalik
Pranabprakash Das

Pranabprakash Das

ନବରଙ୍ଗପୁରରେ 5T ସଚିବ ଭି.କେ. ପାଣ୍ଡିଆନ୍‌ଙ୍କ ଅଭିଯୋଗ ଶୁଣାଣି ସମୟରେ ବିଜେଡି ସାଂଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସଙ୍କ କାର୍ଯ୍ୟକୁ ନେଇ ଚର୍ଚ୍ଚା ଲାଗି ରହିଥିବା ବେଳେ ଘଟଣାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ନିଜେ ପ୍ରଣବ ପ୍ରକାଶ ଦାସ । ସେ କହିଛନ୍ତି, ‘ମୁଖ୍ୟମନ୍ତ୍ରୀଙ୍କୁ ଭେଟି ସମସ୍ୟାର ସମାଧାନ ପାଇଁ ନବରଙ୍ଗପୁରବାସୀ କହିଥିଲେ । ଫଳରେ ଲୋକଙ୍କ କାମ କରିବାକୁ ମୁଖ୍ୟମନ୍ତ୍ରୀଙ୍କ ଅଫିସ୍‌ ଏଠାକୁ ଆସିଥିଲା ।’

Advertisment

‘ମୁଁ ଲୋକଙ୍କୁ ଏଠାକୁ ଆସିବାକୁ ଡାକିଥିଲି । ଓଡ଼ିଶାବାସୀଙ୍କ କାମ ପାଇଁ ଦ୍ୱାରପାଳ ନୁହେଁ କ୍ରୀତଦାସ ହେବାକୁ ମୁଁ ରାଜି ଅଛି’ ବୋଲି କହିଛନ୍ତି ପ୍ରଣବ । ତାହାସହ ‘ବିଜୁ ଜନତା ଦଳ ପାଇଁ ମୁଁ ମୂଲିଆ ହେବାକୁ ରାଜି ଅଛି । ଆମେ ଲୋକଙ୍କ ପାଇଁ କାମ କରିବାକୁ ଆସିଛୁ, ମଧ୍ୟଯୁଗୀୟ ମାନସିକତା ପାଇଁ ନୁହେଁ । ଲୋକଙ୍କର କାମ ହେବା ଦରକାର, ମୁଁ ଲୋକଙ୍କୁ ଏଠାକୁ ଡାକଥିଲି’ ବୋଲି ଦୃଢ଼ୋକ୍ତି ବାଢ଼ିଛନ୍ତି ବିଜେଡି ସାଂଗଠନିକ ସମ୍ପାଦକ ପ୍ରଣବପ୍ରକାଶ ଦାସ ।

ଖାଲି ସେତିକି ନୁହେଁ, ‘ମୁଁ ଛିଡ଼ାହୋଇ ଲୋକଙ୍କୁ ଭିତରୁ ପଠାଉଥିଲି । ଲୋକମାନଙ୍କୁ ଛିଡ଼ାକରି ମୁଁ କ’ଣ ଭିତରେ ବସିବି ବୋଲି କହିଛନ୍ତି ପ୍ରଣବ ପ୍ରକାଶ ପ୍ରକାଶ ଦାସ । ମୋର ନେତା ପୂର୍ବରୁ କହିଛନ୍ତି, ଆମେ ଲୋକଙ୍କ ସେବକ । ଆମେ କଥାରେ ନୁହେଁ ଆମେ କାମରେ କରୁ । ପଞ୍ଚାୟତ ନିର୍ବାଚନରେ ଏଠାରୁ ବିପୁଳ ସମର୍ଥନ ମିଳିଥିଲା । ଆଉ ସେହି ପଞ୍ଚାୟତ ନିର୍ବାଚନ ସମୟରେ ବିଭିନ୍ନ ସମସ୍ୟା ନେଇ ଲୋକ ମାନେ ମୁଖ୍ୟମନ୍ତ୍ରୀଙ୍କ ନିକଟକୁ ଯାଇଥିଲେ । ମୁଖ୍ୟମନ୍ତ୍ରୀ ପ୍ରତିଶ୍ରୁତି ଦେଇଥିଲେ ସବୁକାମ କରିବେ । ସେଥିଲାଗି ଏଠାକୁ ସିଏମ୍‌ଓ ଆସିଥିଲା ବୋଲି କହିଛନ୍ତି ବିଜେଡି ସାଂଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସ ।

Advertisment

ସୂଚନା ଥାଉ କି ଗତକାଲି ସଂଧ୍ୟାରେ ନବରଙ୍ଗପୁରସ୍ଥିତ ସର୍କିଟ୍ ହାଉସରେ ଏହି ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା । ସରକାରୀ କାର୍ଯ୍ୟକ୍ରମ ଅନୁସାରେ ଅଭିଯୋଗ ଶୁଣାଣି କରାଯାଉଥିବା ବେଳେ ନିଜେ ନିଜର ଅଭିଯୋଗ ନେଇ ନବରଙ୍ଗପୁର ଜିଲ୍ଲା ଓ ଜିଲ୍ଲା ବାହାରର ପ୍ରାୟ ୨ ହଜାର ଲୋକ ଏଠାରେ ଭିଡ଼ ଜମାଇଥିଲେ ।

ତେବେ ସେଠାରେ ଖୋଦ୍ ବିଜେଡି ସାଂଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସ ଫାଟକ ନିକଟରେ ଛିଡ଼ା ହୋଇ ଜଣକ ପରେ ଜଣଙ୍କୁ ଭିତରକୁ ଛାଡୁଥିଲେ । ଏପରିକି ସେ ନିଜେ ବଡ଼ ପାଟି କରି ଜଣ ଜଣକର ନାଁ ଡାକୁଥିବା ଦେଖିବାକୁ ମିଳିଥିଲା । ଖାଲି ସେତିକି ନୁହେଁ 5T ସଚିବ ପହଞ୍ଚିବା ପୂର୍ବରୁ ଉପସ୍ଥିତ ଥିବା ବିଧାୟକ ଓ ସାଂସଦମାନେ ରାସ୍ତା ଉପରେ ଜମି ଥିବା ଭିଡ଼କୁ ହଟାଉଥିବା ମଧ୍ୟ ଦେଖିବାକୁ ମିଳିଥିଲା ।

BJD 5T
Advertisment
Advertisment