Advertisment

ଛତିଶଗଡ଼ରେ ରକ୍ତର ହୋଲି ଖେଳିଲେ ନକ୍ସଲ, ହାଇ ଆଲର୍ଟରେ ଓଡ଼ିଶାର ୩ ଜିଲ୍ଲା...

ଦୁଇ ବର୍ଷ ପରେ ନକ୍ସଲମାନେ ଛତିଶଗଡ଼ରେ ପୁଣି ରକ୍ତର ହୋଲି ଖେଳିଛନ୍ତି। IED ବିସ୍ପୋରଣ କରି ନେଇଛନ୍ତି ୧୧ ଜଣଙ୍କ ଜୀବନ। ଘଟଣା ପରେ ଛତିଶଗଡ ସୀମାନ୍ତ ମାଲକାନଗିରି, କୋରାପୁଟ ଓ ନବରଙ୍ଗପୁର ଜିଲ୍ଲାରେ ହାଇ ଆଲର୍ଟ ଜାରି ହୋଇଛି।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Naxal Attack In Chhattisgarh

Naxal Attack In Chhattisgarh High Alert To 3 Districts Of Odisha

ଦୁଇ ବର୍ଷ ପରେ ନକ୍ସଲମାନେ ଛତିଶଗଡ଼ରେ ପୁଣି ରକ୍ତର ହୋଲି ଖେଳିଛନ୍ତି। IED ବିସ୍ପୋରଣ କରି ନେଇଛନ୍ତି ୧୧ ଜଣଙ୍କ ଜୀବନ। ନକ୍ସଲଙ୍କ ଆମ୍ବୁସରେ ୧୦ ଜଣ DRG ଯବାନ ଓ ଜଣେ ଡ୍ରାଇଭର ସହିଦ ହୋଇଛନ୍ତି। ଘଟଣାକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିନ୍ଦା କରିଥିବା ବେଳେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ, ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲଙ୍କ ସହ କଥା ହୋଇ ସବୁ ପ୍ରକାରର ସାହାଯ୍ୟ ଯୋଗାଇବାକୁ ପ୍ରତିଶ୍ରୁତି ଦେଇଛନ୍ତି।

Advertisment

ଅଧିକ ପଢ଼ନ୍ତୁ: ଧରାପଡ଼ିଲା ଛତିଶଗଡ଼ର ଚାଲାକି ! ବର୍ଷାଦିନେ ପାଣି ଛାଡୁଥିଲା, ଖରା ଦିନେ ଅଟକାଉଥିଲା

ସେପଟେ ମୁଖ୍ୟମନ୍ତ୍ରୀ ବଘେଲ କହିଛନ୍ତି, ଲାଲ୍‌ବାହୀନିଙ୍କୁ ଆଉ ଛଡାଯିବନି। ବିସ୍ଫୋରଣ ଏତେ ଭୟଙ୍କର ଥିଲା ଯେ, ଯବାନଙ୍କୁ ଚିହ୍ନିବାରେ ମଧ୍ୟ କଷ୍ଟକର ହୋଇପଡ଼ିଛି। ସୂଚନା ଅନୁସାରେ, ସହିଦ ଯବାନଙ୍କୁ ଦେଖିବା ପାଇଁ ଦନ୍ତେୱାଡା ମୁଖ୍ୟ ଚିକିତ୍ସାଳୟରେ ଯବାନଙ୍କ ସମ୍ପର୍କୀୟ ପହଞ୍ଚିଛନ୍ତି। ଛତିଶଗଡ ଦନ୍ତେୱାଡାରେ ହୋଇଥିବା ନକ୍ସଲ IED ବିସ୍ଫୋରଣ ସ୍ଥଳରେ ୧୦ ଫୁଟର ଗାତ ହୋଇଛି। 

Advertisment

୨୦ ଫୁଟ ଓସାରର ମଜବୁତ୍‌ ପିଚୁ ରାସ୍ତା ଦୁଇ ଭାଗ ହୋଇଯାଇଛି। ବିସ୍ଫୋରଣରେ ଯବାନଙ୍କ ଗାଡ଼ିର ଆଉ ଚିହ୍ନବର୍ଣ୍ଣ ନାହିଁ। ବିସ୍ଫୋରଣରେ ଗାଡ଼ିଟି ୨୦ ଫୁଟ ଉପରକୁ ଉଠିଥିବା ବେଳେ ଗାଡିର ଭଗ୍ନାଂଶ ଦେଢ ଶହ ମିଟର ଯାଏ ଛିଟିକି ପଡିଥିବା କୁହାଯାଉଛି। ମିଳିଥିବା ସୂଚନା ଅନୁସାରେ, ମାଓ ଅପରେସନରେ ବାହାରିଥିବା DRG ଯବାନ ଭଡ଼ା ଗାଡି ବ୍ୟବହାର କରିଥିଲେ। ଯାହା ବୋମା ନିରୋଧୀ ନଥିଲା। ବିସ୍ଫୋରଣରେ ନକ୍ସଲ ୫୦ କେଜିର ବିସ୍ଫୋରକ ବ୍ୟବହାର କରିଥିବା ସୂଚନା ମିଳିଛି।

ବସ୍ତର ଆଇଜିଙ୍କ ସୂଚନା ଅନୁସାରେ, ଘଟଣାସ୍ଥଳରେ ପୋଲିସ ଓ ନକ୍ସଲଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି। ଏପରିକି କିଛି ସନ୍ଦିଗ୍ଧ ନକ୍ସଲଙ୍କୁ ପୋଲିସ ଅଟକ ରଖି ପଚରାଉଚରା କରୁଛି।ଅନ୍ୟପଟେ ଛତିଶଗଡ ସୀମାନ୍ତମାଲକାନଗିରି, କୋରାପୁଟନବରଙ୍ଗପୁରଜିଲ୍ଲାରେ ହାଇ ଆଲର୍ଟ ଜାରି ହୋଇଛି। ନବରଙ୍ଗପୁର ଜିଲ୍ଲା ସୀମାନ୍ତ ଅଞ୍ଚଳ ରାଇଘର, କୁନ୍ଦେଇ, ଉମରକୋଟ, ଝରିଗାଁ, ଚନ୍ଦାହାଣ୍ଡି ଏବଂ ଡାବୁଗାଁ ଥାନାକୁ ହାଇ ଆଲର୍ଟରେ ରହିବା ସହିତ ଗାଡିମୋଟର ଉପରେ ନଜର ରଖିବାକୁ ନିର୍ଦ୍ଦେଶ ଦିଆଯାଇଥିବା ଉମରକୋଟ ଏସ୍‌ଡିପିଓ କହିଛନ୍ତି। ହେଲେ ଉମରକୋଟ ସୀମାନ୍ତବର୍ତ୍ତୀ ଗାଁରେ କୌଣସି ପୋଲିସ୍ ମୁତୟନ ହୋଇ ନଥିବା କହି ଗ୍ରାମବାସୀ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ...

Naxal Attack Naxal Attack In Chhattisgarh
Advertisment
Advertisment