VHPର ବନ୍ଦ ଡାକରା: ୧୪ ଜିଲ୍ଲାରେ ପ୍ରଭାବ । ସମ୍ବଲପୁର ହିଂସା ପ୍ରତିବାଦରେ ବନ୍ଦ ଡାକରା । ବିଜେଡିର ଜବାବ 'ଅହିଂସା ଆମ ମନ୍ତ୍ର' ।
ସମ୍ବଲପୁରରେ ହନୁମାନ ଜୟନ୍ତୀ ଶୋଭାଯାତ୍ରାରେ ହିଂସାକାଣ୍ଡ ଘଟଣା ପ୍ରତିବାଦରେ ରାଜ୍ୟର ୧୪ ଜିଲ୍ଲାରେ ଆଜି ୧୨ ଘଣ୍ଟିଆ ବନ୍ଦ ଡାକରା ଦେଇଛି ବିଶ୍ୱହିନ୍ଦୁ ପରିଷଦ। ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଦୋକାନ ବଜାର ବନ୍ଦ ରଖିବା ସହ ଚକ-ଅଖ ବନ୍ଦ ରଖିବାକୁ ବି ଆହ୍ୱାନ ଦିଆଯାଇଛି।
ସମ୍ବଲପୁରରେ ହିନ୍ଦୁଙ୍କ ଉପରେ ଆକ୍ରମଣ ପ୍ରତିବାଦରେ ଏହି ବନ୍ଦ ଡାକରା ଦିଆଯାଇଛି ।
ଆଜି ଓଡ଼ିଶା ବନ୍ଦ ପାଳନ କରାଯାଉଛି । ବିଜେବି କଲେଜ ଛାତ୍ରୀ ରୁଚିକା ମହାନ୍ତି ଆତ୍ମହତ୍ୟା ଘଟଣାକୁ ନେଇ ରାଜରାସ୍ତାକୁ ଓହ୍ଲାଇଛି ନବନିର୍ମାଣ ଯୁବଛାତ୍ର ସଂଗଠନ । ସକାଳ ୬ଟାରୁ ସଂଧ୍ୟା ୬ଟା ପର୍ଯ୍ୟନ୍ତ ଶାନ୍ତିପୂର୍ଣ୍ଣ ଭାବେ ପିକେଟିଂ କରାଯାଉଛି । ଦେଖନ୍ତୁ ବନ୍ଦ ପାଳନ ସମୟର କିଛି ଦୃଶ୍ୟ...
ବନ୍ଦ ଡାକରା ଦେଇଛି ନବନିର୍ମାଣ ଯୁବ ଛାତ୍ର ସଂଗଠନ
ବିଜେବି କଲେଜ୍ ଛାତ୍ରୀ ରୁଚିକା ମହାନ୍ତିଙ୍କୁ ନ୍ୟାୟ ଦାବିରେ ନବନିର୍ମାଣ ଯୁବଛାତ୍ର ସଂଗଠନ ପକ୍ଷରୁ ଆସନ୍ତାକାଲି ଓଡ଼ିଶା ବନ୍ଦ ଡାକରାର ଦିଆଯାଇଛି ।
ବାଣୀବିହାର, ଆଚାର୍ଯ୍ୟ ବିହାର, ଏଜି-ଛକ, ମାଷ୍ଟର କ୍ୟାଣ୍ଟିନ, ରାଜମହଲ, ବିମାନ ବନ୍ଦର, କଳ୍ପନା, ବରମୁଣ୍ଡା, ଖଣ୍ଡଗିରି, ଜୟଦେବ ବିହାର, ରସୁଲଗଡ ଆଦି ସ୍ଥାନରେ ଅପ୍ରୀତିକର ପରିସ୍ଥିତି ଉପୁଜିବା ଆଶଙ୍କାରେ ପୋଲିସ ନିୟୋଜିତ ଅଛନ୍ତି।
ଆଜି କଂଗ୍ରେସର ୬ ଘଂଟିଆ ଓଡ଼ିଶା ବନ୍ଦ। ଗାଡ଼ି ଚଳାଚଳକୁ ଜୋରଜବରଦସ୍ତ ପ୍ରଭାବିତ ନକରିବା ଲାଗି ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ
ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟା ମାମଲାରେ ମମିତାଙ୍କୁ ନ୍ୟାୟ ଦାବିରେ ଆସନ୍ତାକାଲି କଂଗ୍ରେସର ଓଡ଼ିଶା ବନ୍ଦ ଡାକରା ଦିଆଯାଇଛି। ବନ୍ଦ ଡାକରା ସମୟରେ ମେଡିକାଲ ସମେତ ଜରୁରୀ ସେବା ବନ୍ଦରୁ ବାଦ୍ ପଡ଼ିବ।
ତୈଳ ଦର ସାଙ୍ଗକୁ ଅତ୍ୟାବଶ୍ୟକ ଜିନିଷର ଦରବୃଦ୍ଧି ପ୍ରତିବାଦରେ ଆଜି ସକାଳ ୬ଟାରୁ ମଧ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ ରାଜ୍ୟବ୍ୟାପୀ ୬ ଘଣ୍ଟିଆ ବନ୍ଦ ଡାକରା ଦେଇଛନ୍ତି ବାମ ଦଳ
ତୈଳଦର ବୃଦ୍ଧି ପ୍ରତିବାଦରେ ଆସନ୍ତା ୧୫ରେ ବାମ ଦଳ ଓଡ଼ିଶା ବନ୍ଦ ଡାକରା ଦେଇଛି। ସକାଳ ୬ଟାରୁ ଦିନ ୧୨ଟା ଯାଏଁ ସାରା ଓଡ଼ିଶା ବନ୍ଦ କରିବାକୁ ଡାକରା ଦେଇଛି ବାମ ଦଳ। ବନ୍ଦକୁ ସଫଳ କରିବାକୁ ଆଜି ଭୁବନେଶ୍ୱରରେ ବାମ ଦଳ ପକ୍ଷରୁ ରାଲିର ଆୟୋଜନ କରାଯାଇଥିଲା। ବାମପନ୍ଥୀ ସଂଗଠନ ସିପିଆଇ, ସିପିଏମ୍, AITUC, BKMU ଓ AIKS ସଂଗଠନ ପକ୍ଷରୁ ମିଳିତ ଭାବେ ଏହି ବନ୍ଦ ଡାକରା ଦିଆଯାଇଛି।
ଆସନ୍ତା ୧୫ ତାରିଖରେ ବାମଦଳ ପକ୍ଷରୁ ଦିଆଯାଇଥିବା ଓଡ଼ିଶା ବନ୍ଦ ଡାକରାକୁ କଂଗ୍ରେସ ସମର୍ଥନ କରିବ, ହେଲେ ଦଳ ରାସ୍ତାକୁ ଓହ୍ଲାଇବ ନାହିଁ କି ପିକେଟିଂ କରିବ ନାହିଁ ବୋଲି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କହିଛନ୍ତି।