Advertisment

ଏହିସବୁ ଜିଲ୍ଲାବାସୀ ସତର୍କ ରୁହନ୍ତୁ, ଏହି ୩ ଦିନ ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା...

ଆସନ୍ତାକାଲିଠୁ ଗୁରୁଚାପ ବଳୟ ପ୍ରଭାବ ପରେ ତାତି କମିବା ସମ୍ଭାବନା ରହିଛି। ଏଥିସହ ଆସନ୍ତା ୨୧, ୨୨ ଓ ୨୩ ତାରିଖରେ ବିଭିନ୍ନ ଜିଲ୍ଲାରେ ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା ରହିଛି। ଏନେଇ ଆଞ୍ଚଳିକ ପାଣିପାଗ ପୂର୍ବାନୁମାନ କରିଛି।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Odisha Rainfall Alert

Rainfall Likely In Odisha Yellow Warning Issued For Various Districts

ତାତିରୁ ମିଳିପାରେ ଆଶ୍ୱସ୍ତି। ଆସନ୍ତାକାଲିଠୁ ଗୁରୁଚାପ ବଳୟ ପ୍ରଭାବ ପରେ ତାତି କମିବା ସମ୍ଭାବନା ରହିଛି। ଏଥିସହ ଆସନ୍ତା ୨୧, ୨୨ ଓ ୨୩ ତାରିଖରେ ବିଭିନ୍ନ ଜିଲ୍ଲାରେ ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା ରହିଛି। ଏନେଇ ଆଞ୍ଚଳିକ ପାଣିପାଗ ପୂର୍ବାନୁମାନ କରିଛି। 

Advertisment

ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା ନେଇ ୨୧ ତାରିଖ ସକାଳ ସାଢ଼େ ୮ଟାରୁ ୨୨ ତାରିଖ ସକାଳ ସାଢ଼େ ୮ଟା ପର୍ଯ୍ୟନ୍ତ ବିଭିନ୍ନ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ଏହି ଜିଲ୍ଲା ଗୁଡ଼ିକ ହେଲା- ମାଲକାନଗିରି, କୋରାପୁଟ, ନବରଙ୍ଗପୁର, କଳାହାଣ୍ଡି, ରାୟଗଡ଼ା, ଗଜପତି, କନ୍ଧମାଳଗଞ୍ଜାମ

ଅଧିକ ପଢ଼ନ୍ତୁ: ଅସହ୍ୟ ତାତିରେ ଆଉଟୁ ପାଉଟୁ ରାଜଧାନୀ, ହେଲେ ସବୁ ଅଚଳ ୱାଟର ଏଟିଏମ

ସେହିପରି ୨୨ ତାରିଖ ସକାଳ ସାଢ଼େ ୮ଟାରୁ ୨୩ ତାରିଖ ସକାଳ ସାଢ଼େ ୮ଟା ଯାଏ ଅଧିକାଂଶ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି। ଏହି ଜିଲ୍ଲା ଗୁଡ଼ିକ ହେଲା- ମାଲକାନଗିରି, କୋରାପୁଟ, ରାୟଗଡ଼ା, କନ୍ଧମାଳ, ଅନୁଗୁଳ, ଖୋର୍ଦ୍ଧା, ପୁରୀ, ଢେଙ୍କାନାଳ, କଟକ, ଜଗତସିଂହପୁର, ଯାଜପୁର, କେନ୍ଦ୍ରାପଡ଼ା, ଭଦ୍ରକବାଲେଶ୍ୱର

Advertisment

ଗତକାଲି ୪୦ ଡିଗ୍ରୀ ଉପରେ ୩୦ଟି ସହରର ତାପମାତ୍ରା ଥିଲା। ତେବେ ତାତିରେ ରେକର୍ଡ କରିଛି ବାରିପଦା। ବାରିପଦାରେ ରାଜ୍ୟର ସର୍ବୋଚ୍ଚ ତାପମାତ୍ରା ଗତକାଲି ୪୪.୫ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି। 

Weather Update Rainfall Alert
Advertisment
Advertisment