ସକାଳ ପ୍ରାୟ ୬ଟା ବେଳେ ଦୁଇ ମହଲା ବିଶିଷ୍ଟ ନାଇଟ୍ କ୍ଲବରେ ନିଆଁ ଲାଗିଥିଲା । ପ୍ରଥମେ ୪ ଜଣଙ୍କ ମୃତଦେହକୁ ଉଦ୍ଧାର କରାଯାଇଥିଲା। ପରବର୍ତ୍ତି ସମୟରେ ଆଉ ୨ ଜଣଙ୍କ ମୃତଦେହ ମିଳିଥିଲା।
ଓଡ଼ିଶାର ବିଭିନ୍ନ ସ୍ଥାନରେ ବି ସ୍ୱଚ୍ଛତା ପାଇଁ ଶ୍ରମଦାନ କରିଛନ୍ତି ବିଭିନ୍ନ ବର୍ଗର ବ୍ୟକ୍ତି । ରାଜଧାନୀ ସ୍ଥିତ ଐତିହ୍ୟସ୍ଥଳ ଖଣ୍ଡଗିରି-ଉଦୟଗିରିରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ ଓ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ନେତୃତ୍ୱରେ ହୋଇଥିଲା ସଫେଇ କାର୍ଯ୍ୟକ୍ରମ । ନୟାପଲ୍ଲୀ ଇନ୍ଦ୍ରଧନୁ ହାଟକୁ ବର୍ଜ୍ୟମୁକ୍ତ କରିଥିଲେ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ।
ରବିବାର ସକାଳେ ଭୋପାଳର ବେରାସିଆର ଡୁଙ୍ଗରିଆ ଗାଁର ଡେମ ନିକଟ ଏକ କ୍ଷେତରେ ସେନା ହେଲିକପ୍ଟରର ଜରୁରୀକାଳୀନ ଅବତରଣ ହୋଇଥିଲା । ହେଲିକପ୍ଟରରେ ୬ଜଣ ସେନା କର୍ମଚାରୀ ଥିଲେ ।
ଏସିଆନ୍ ଗେମ୍ସରେ ସଟପୁଟ୍ ଇଭେଣ୍ଟରେ ମଧ୍ୟ ସ୍ୱର୍ଣ୍ଣ ପଦକ ଜିତିଛି ଭାରତ। ସଟ୍ପୁଟ୍ରେ ଭାରତ ପାଇଁ ସ୍ୱର୍ଣ୍ଣ ପଦକ ଜିତିଛନ୍ତି ତଜିନ୍ଦର ପାଲ୍ ସିଂ ତୁର। ୨୦.୩୬ ମିଟର ପର୍ଯ୍ୟନ୍ତ ଥ୍ରୋ କରି ଏହି ସଫଳତା ନିଜ ନାମରେ କରିଛନ୍ତି ତଜିନ୍ଦର ।
ଆଜି ଦେଶ ପାଳୁଛି ମେଗା ସ୍ୱଚ୍ଛତା ଅଭିଯାନ । ସ୍ୱଚ୍ଛ ଭାରତ ଅଭିଯାନର ୯ ବର୍ଷ ପୂର୍ତ୍ତି ଅବସରରେ ପାଳନ ହେଉଛି ସ୍ୱଚ୍ଛତା ହିଁ ସେବା ଅଭିଯାନ(Swachhata Hi Seva) ।
ପର୍ଯ୍ୟାବରଣ ବିଚାର, ପଶୁ କଲ୍ୟାଣ ଏବଂ ବ୍ୟକ୍ତିଗତ ସ୍ୱାସ୍ଥ୍ୟ ଉପକାରିତା ଉପରେ ଗୁରୁତ୍ୱ ଦେଇ ପଶୁ ଜାତୀୟ ଖାଦ୍ୟ ଛାଡିବାକୁ ଲୋକଙ୍କୁ ଉତ୍ସାହିତ କରିବା ପାଇଁ ‘ବିଶ୍ୱ ଶାକାହାରୀ ଦିବସ’ ପାଳନ କରାଯାଏ। ପଶୁମାନଙ୍କ ଜୀବନ ରକ୍ଷା କରିବା ଏବଂ ପୃଥିବୀକୁ ବଞ୍ଚାଇବାରେ ସାହାଯ୍ୟ କରିବା ବିଷୟରେ ସଚେତନତା ସୃଷ୍ଟି କରିବା ପାଇଁ ଏହି ଦିନ ପାଳନ କରାଯାଏ।
ଅନେକ ଭାବନ୍ତି ମାଂସ, ମାଛ ଏବଂ ଅଣ୍ଡାରେ ଅନ୍ୟ ପୋଷକ ତତ୍ତ୍ୱ ସହିତ ପ୍ରୋଟିନ୍ ଏବଂ କ୍ୟାଲୋରୀ ଭରପୂର ପରିମାଣରେ ଥାଏ। ଡାଏଟିସିଆନ୍ଙ୍କ ମତରେ କିନ୍ତୁ ତାହା ନୁହେଁ। ସେମାନେ କୁହନ୍ତି ଯେ ଶାକାହାରୀମାନେ ଏମାନଙ୍କ ଅପେକ୍ଷା ଅଧିକ ପୋଷକ ତତ୍ତ୍ୱ ପାଆନ୍ତି। ତେବେ ଆସନ୍ତୁ ଆଜି ‘ବିଶ୍ୱ ଶାକାହାରୀ ଦିବସ’ରେ ଶାକାହାରର ଉପକାର ବିଷୟରେ ଜାଣିନେବା।
ସ୍ୱଚ୍ଛ ଭାରତ ଅଭିଯାନର ୯ ବର୍ଷ ପୂର୍ତ୍ତି ଅବସରରେ ଆଜି ସ୍ୱଚ୍ଛତା ହିଁ ସେବା ଅଭିଯାନ ପାଳନ କରାଯାଇଛି। ସ୍ୱଚ୍ଛତା କର୍ମୀ ଅଙ୍କିତ ବାଇୟାନପୁରିଆଙ୍କ ସହିତ ସଫେଇ ଅଭିଯାନରେ ପ୍ରଧାନମନ୍ତ୍ରୀ ସାମିଲ ହୋଇଥିଲେ।
କନ୍ନଡ ଫିଲ୍ମ ଷ୍ଟାର ନାଗଭୂଷଣଙ୍କ ନାମରେ ଅଭିଯୋଗ । ଏକ ଦମ୍ପତିଙ୍କ କାରକୁ ନାଗାଭୂଷଣଙ୍କ ଗାଡି ଧକ୍କା ଦେଇଥିବା ଅଭିଯୋଗ ହୋଇଛି । ଏଥିରେ ପତ୍ନୀଙ୍କ ମୃତ୍ୟୁ ଘଟିଥିବା ବେଳେ ସ୍ୱାମୀ ଗୁରୁତର ଆହତ ହୋଇ ମୃତ୍ୟୁ ସହ ଲଢେଇ କରୁଛନ୍ତି ।
ପିଲାଙ୍କୁ ପାଳିବା କେତେ ଯେ କଷ୍ଟ ଏହା ସବୁ ବାପା-ମା’ ବୁଝନ୍ତି। ତେବେ ବାପା ହେବା କେତେ କଷ୍ଟ ତାହା କେବଳ ଜଣେ ବାପା ହିଁ ବୁଝିପାରନ୍ତି। ନିଜ ପିଲା ପାଇଁ ସେ ସବୁ କିଛି କରିବାକୁ ପ୍ରସ୍ତୁତ ହୋଇଯାଆନ୍ତି। ଏହି ଭିଡିଓ ଏହାର ଜ୍ୱଳନ୍ତ ପ୍ରମାଣ। ଦେଖନ୍ତୁ…
ବିବେକ ଅଗ୍ନିହୋତ୍ରୀ ବର୍ତ୍ତମାନ 'ଦ ଭ୍ୟାକ୍ସିନ୍ ୱାର୍' ସଂଗ୍ରହକୁ ନେଇ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ନିର୍ଦ୍ଦେଶକ କହିଛନ୍ତି ଯେ ଯେହେତୁ ଲୋକମାନେ 'ଗଦର ୨' ଏବଂ 'ଜବାନ' ଦେଖିବା ପାଇଁ ଟଙ୍କା ଖର୍ଚ୍ଚ କରିଦେଇଛନ୍ତି, ତେଣୁ ଆମର ଫିଲ୍ମ ଦେଖିବା ପାଇଁ ସେମାନଙ୍କ ପାଖରେ ଟଙ୍କା ନାହିଁ।
ସମ୍ପର୍କକୁ ବଞ୍ଚେଇ ରଖିବା ପାଇଁ, ଯେତିକି ପ୍ରେମ ଏବଂ ବିଶ୍ୱାସର ଆବଶ୍ୟକତା ହୋଇଥାଏ ପରସ୍ପରକୁ ସମ୍ମାନ କରିବା ମଧ୍ୟ ସେତିକି ଗୁରୁତ୍ୱପୂର୍ଣ୍ଣ ହୋଇଥାଏ। ଏମିତି କିଛି ସଙ୍କେତ ଅଛି ଯାହା ଦ୍ୱାରା ଆପଣଙ୍କ ସାଥୀ ଆପଣଙ୍କୁ କେତେ ସମ୍ମାନ କରନ୍ତି ତାହା ଆପଣ ସହଜେ ଜାଣିପାରିବେ।
ଏଣିକି ଏହା ଉପରେ ପୃଥିବୀର ଚୁମ୍ବକୀୟ ଶକ୍ତି ପ୍ରଭାବ ପଡ଼ିବ ନାହିଁ..ପୃଥିବୀଠୁ ୯ ଲକ୍ଷ ୨୦ ହଜାର କିଲୋମିଟରରୁ ଅଧିକ ଦୂରତା ଅତିକ୍ରମ
୧ ଘଣ୍ଟା ସାମୂହିକ ଶ୍ରମଦାନ କରିବେ ସାଧାରଣ ଜନତା..ସର୍ବସାଧାରଣ ସ୍ଥାନରେ ଚାଲିବ ସଫେଇ କାର୍ଯ୍ୟକ୍ରମ
ଆଜିକାଲି ମହିଳାମାନଙ୍କ କ୍ଷେତ୍ରରେ ଥାଇରଏଡ୍ ସମସ୍ୟା ଏକ ସାଧାରଣ ହୋଇଗଲାଣି। ଏହା ଯେ କେତେ ସାଂଘାତିକ ତାହା କେବଳ ଜଣେ ପିଡୀତ ହିଁ କହିପାରେ। ତେବେ ଆସନ୍ତୁ ଜାଣିବା କେତେକ ସରଳ ଉପାୟ, ଯାହାକୁ ଆପଣେଇ ଆମେ ଏହି ସମସ୍ୟାକୁ ଦୂରେଇ ଦେଇ ପାରିବା।
ଆରମ୍ଭ ହେଉଛି ପ୍ରୋଜେକ୍ଟ ଉଦଭବ । ଭାରତର ପ୍ରାଚୀନ ଗ୍ରନ୍ଥ ଓ ପୁରାଣ ପଢ଼ିବେ ସେନା ଅଧିକାରୀ ।
ଅକ୍ଟୋବର ୧ ରୁ ଏହି ନୂଆ ନିୟମ ଲାଗୁ କରାଯିବ । ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ଉପସ୍ଥିତିରେ ଦିଲ୍ଲୀ କଣ୍ଟ୍ ଷ୍ଟେସନ୍ରେ ଏହାର ଶୁଭାରମ୍ଭ ହେବ ।
ରେଲୱେ ଟ୍ରାକ୍ରେ ଇନଷ୍ଟାଗ୍ରାମ ରିଲ୍ କରୁଥିବାବେଳେ ଜଣେ ନାବାଳକରୁ ଟ୍ରେନ୍ ଧକ୍କା ଦେଇଛି । ନାବାଳକଙ୍କୁ ଟ୍ରେନ୍ ଧକ୍କା ଦେବା ସମୟର ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେଉଛି ।
ପୋଲିସ ଅଭିଯୁକ୍ତମାନଙ୍କୁ ଧରିବାକୁ ପ୍ରାୟ ୫ହଜାର ମୋବାଇଲ୍ ନମ୍ବରରୁ ସେମାନଙ୍କ ନମ୍ବର ଖୋଜିଥିଲା । ତା’ପରେ ସେମାନଙ୍କ ନମ୍ବର ଖୋଜିବା ସହ ତା’କୁ ଟ୍ରାକ୍ କରି ସେମାନଙ୍କ ନିକଟରେ ପହଞ୍ଚିଥିଲା ।
ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ ପକ୍ଷରୁ ୨୦୨୩ ମେ’ ୧୯ରେ ୨୦୦୦ ଟଙ୍କିଆ ନୋଟ୍ ଅଚଳ ହୋଇଯିବ ବୋଲି ଘୋଷଣା କରାଯାଇଥିଲା । ସେପ୍ଟେମ୍ବର ୩୦ ମଧ୍ୟରେ ବଜାରରେ ଥିବା ୨ ହଜାର ଟଙ୍କିଆ ନୋଟକୁ ବ୍ୟାଙ୍କରେ ଫେରସ୍ତ କରାଯାଇପାରିବ ବୋଲି ଆରବିଆଇ ପକ୍ଷରୁ ସ୍ପଷ୍ଟ ବି କରାଯାଇଥିଲା ।
ଏସିଆନ୍ ଗେମ୍ସର ସ୍କ୍ୱାଶ୍ରେ ପାକିସ୍ତାନକୁ ହରାଇ ସ୍ୱର୍ଣ୍ଣ ଜିତିଲା ଭାରତ। ଫାଇନାଲରେ ପାକିସ୍ତାନକୁ ମାତ୍ ଦେଇ ଭାରତ ସ୍ୱର୍ଣ୍ଣ ପଦକ ଜିତିଛି।
ଏହି ହେଲିକପ୍ଟରଗୁଡ଼ିକ ଦୁନିଆର ସବୁଠାରୁ ଖରାପ ପାଣିପାଗସ୍ଥିତିରେ ଏହାକୁ ପରୀକ୍ଷା କରାଯାଇଛି । ସଫଳ ପରୀକ୍ଷଣ ପରେ ଭାରତୀୟ ବାୟୁସେନା ଓ ଭାରତୀୟ ସେନା ଗତ ୧୫ ମାସ ମଧ୍ୟରେ ୧୫ଟି ହେଲିକପ୍ଟରକୁ ଆଣିସାରିଛନ୍ତି ।
ଭାରତ ସରକାରରେ ଚାକିରି ଖୋଜୁଥିବା ପ୍ରାର୍ଥୀଙ୍କ ପାଇଁ ଏକ ସୁବର୍ଣ୍ଣ ସୁଯୋଗ। ଯଦି ଆପଣଙ୍କର ବିଜ୍ଞପ୍ତିରେ ଦିଆଯାଇଥିବା ପ୍ରଯୁଜ୍ୟ ଯୋଗ୍ୟତା ଅଛି, ତେବେ ଆପଣ କର୍ମଚାରୀ ଚୟନ ଆୟୋଗ(ssc)ର ଏହି ପଦବୀ ପାଇଁ ଆବେଦନ କରିପାରିବେ। ଏହି ପୋଷ୍ଟଗୁଡିକ ପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି।
୧୯ତମ ଏସିଆନ୍ ଗେମ୍ସରେ ଏହା ହେଉଛି ଭାରତର ନବମ ସ୍ୱର୍ଣ୍ଣ। ଏହି ଗୋଲ୍ଡ ମେଡାଲ ସହ ଭାରତର ମୋଟ୍ ପଦକ ସଂଖ୍ୟା ୩୫କୁ ବୃଦ୍ଧି ପାଇଛି । ଏହି ପଦକ ମଧ୍ୟରେ ୯ଟି ଗୋଲ୍ଡ, ୧୩ଟି ସିଲଭର୍ ଓ ୧୩ଟି ବ୍ରୋଞ୍ଜ୍ ମେଡାଲ ରହିଛି । ଏସିଆନ୍ ଗେମ୍ସର ସପ୍ତମ ଦିନରେ ଏହା ଥିଲା ଭାରତର ପ୍ରଥମ ସ୍ୱର୍ଣ୍ଣ।