/odishatv-khabar/media/post_attachments/uploadimage/library/16_9/16_9_0/IMAGE_1699444538.jpg)
Deputy Speaker Rajanikant Singh resigns Odisha Assembly
ଉପବାଚସ୍ପତି ପଦ ଛାଡ଼ିଲେ ବିଜେଡି ବିଧାୟକ ରଜନୀକାନ୍ତ ସିଂ । ବିଧାନସଭାରେ ବାଚସ୍ପତିଙ୍କୁ ଭେଟି ଇସ୍ତଫା ଦେଲେ ରଜନୀକାନ୍ତ । ନିର୍ବାଚନ ପୂର୍ବରୁ ସେ ପଦ ଛାଡ଼ିବା ନେଇ ଅନେକ ଚର୍ଚ୍ଚା ଜୋର୍ ଧରିଥିବା ବେଳେ, ସେ କାହିଁକି ଇସ୍ତଫା ଦେଲେ ତାହା ପ୍ରତିକ୍ରିୟା ରଖି ସ୍ପଷ୍ଟ କରିଛନ୍ତି ରଜନୀକାନ୍ତ ସିଂ ।
ରଜନୀକାନ୍ତ କହିଛନ୍ତି, ସାମ୍ବିଧାନିକ ପଦରେ ଥିବାରୁ ଦଳୀୟ କାର୍ଯ୍ୟ କରିପାରୁନଥିଲି । ଦଳୀୟ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବାକୁ ଇସ୍ତଫା ଦେଲି । ଦଳୀୟ ସଂଗଠନକୁ ସୁଦୃଢ଼ କରିବାକୁ ଇସ୍ତଫା ଦେଇଛି । ସଂଗଠନ ଓ ଦଳୀୟ ଲୋକଙ୍କ ସହ ମିଶିବାକୁ ଇସ୍ତଫା ଦେଲି । ଏହା ହଠାତ୍ ନିଷ୍ପତ୍ତି ନୁହେଁ, ବହୁ ଦିନର ନିଷ୍ପତ୍ତି ।
ଏପଟେ ରଜନୀକାନ୍ତଙ୍କ ଇସ୍ତଫାକୁ ନେଇ ଚର୍ଚ୍ଚା ଜୋର ଧରିଛି । ନିର୍ବାଚନ ପୂର୍ବରୁ ଅନୁଗୁଳ ଜିଲ୍ଲାରେ ବିଜେଡିର ମଙ୍ଗ ଧରିପାରନ୍ତି ରଜନୀକାନ୍ତ ବୋଲି କୁହାଯାଉଛି । ୨୦୨୪ ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ଦଳ ଏପରି ନିଷ୍ପତ୍ତି ନେଇଥିବା କୁହାଯାଉଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)