Advertisment

Infant Protection Day 2023: ଶୀତ ଦିନେ କିପରି ନେବେ ନବଜାତ ଶିଶୁର ଯତ୍ନ…

ଗୋଟିଏ ପିଲାକୁ ପାଳି-ପୋଷି ମଣିଷ କରିବା ସହଜ କଥା ନୁହେଁ। ଏଥିପାଇଁ ଅନେକ ଦିଗକୁ ଦୃଷ୍ଟି ଦେବାକୁ ହୋଇଥାଏ। ଶୀତଦିନେ ଏହା ଆହୁରି ମୁସ୍କିଲ୍ ହୋଇପଡେ। ବର୍ତ୍ତମାନ ଶୀତଦିନ ଆସିଗଲାଣି। ଏହିଦିନେ ନବଜାତଙ୍କୁ ଯତ୍ନନେବା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ।

author-image
Pramod Behera
ଅଦ୍ୟତନ ହୋଇଛି
How to take care of a newborn baby in winter

How to take care of a newborn baby in winter

ଶିଶୁଟିଏ ଖୁସିଟିଏ। କୁହାଯାଏ ‘ଆଜିର ଶିଶୁ, କାଲିର ଭବିଷ୍ୟତ’। ସେହିଦିନଟି ପ୍ରତି ବାପା-ମାଆ ପାଇଁ ସବୁଠାରୁ ବଡ ଖୁସି ନେଇ ଆସିଥାଏ, ଯେଉଁଦିନ ଏହି ଭବିଷ୍ୟତଟି ନିଜ କୋଳରେ ଖେଳେ। ତେଣୁ ଏହି ଭବିଷ୍ୟତକୁ ସୁରକ୍ଷା ଦେବା ଆମ ସମସ୍ତଙ୍କ କର୍ତ୍ତବ୍ୟ। ସେଥିପାଇଁ ପ୍ରତିବର୍ଷ ୭ ନଭେମ୍ବରରେ ‘ଶିଶୁ ସୁରକ୍ଷା ଦିବସ’ ପାଳନ କରାଯାଏ। ନବଜାତ ଶିଶୁର ସୁରକ୍ଷା ବିଷୟରେ ସଚେତନତା ସୃଷ୍ଟି କରିବା ଏହି ଦିବସର ଏକମାତ୍ର ଉଦ୍ଦେଶ୍ୟ।

Advertisment

ଶିଶୁମାନଙ୍କୁ କିପରି ଯତ୍ନ ନିଆଯିବ, ସେମାନଙ୍କୁ କିପରି ଖାଦ୍ୟ ଦିଆଯିବ, ସେମାନଙ୍କ ଲାଳନ ପାଳନ ବିଷୟରେ ଲୋକମାନଙ୍କୁ ବୁଝାଇବା ପାଇଁ ଏହି ଦିନଟି ପାଳନ କରାଯାଏ।

ସଠିକ୍ ପୋଷଣ, ଉପଯୁକ୍ତି ଯତ୍ନ ଅଭାବରୁ ୧୯୯୦ ରେ, ସାରା ବିଶ୍ୱରେ ପ୍ରାୟ ୫୦ ଲକ୍ଷ ଶିଶୁ ପ୍ରାଣ ହରାଇଥିଲେ। ଏହି କାରଣରୁ ଶିଶୁ ସୁରକ୍ଷା ବିଷୟରେ ସଚେତନତା ସୃଷ୍ଟି କରିବା ପାଇଁ ପ୍ରଥମେ ୟୁରୋପୀୟ ଦେଶମାନେ ଅଣ୍ଟା ଭିଡିଥିଲେ। ସେବେଠାରୁ ଏହି ଦିବସ ପାଳନ କରାଯାଉଛି।

Advertisment

ତେବେ ଗୋଟିଏ ପିଲାକୁ ପାଳି-ପୋଷି ମଣିଷ କରିବା ସହଜ କଥା ନୁହେଁ। ଏଥିପାଇଁ ଅନେକ ଦିଗକୁ ଦୃଷ୍ଟି ଦେବାକୁ ହୋଇଥାଏ। ଶୀତଦିନେ ଏହା ଆହୁରି ମୁସ୍କିଲ୍ ହୋଇପଡେ। ବର୍ତ୍ତମାନ ଶୀତଦିନ ଆସିଗଲାଣି। ଏହିଦିନେ ନବଜାତଙ୍କୁ ଯତ୍ନନେବା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ।

ଶିଶୁକୁ ଯତ୍ନ ନେବାର ୬ ଟିପ୍ସ:

  • ଶୀତଦିନେ ପ୍ରଥମେ ମା’ ମାନେ ନିଜକୁ ସୁରକ୍ଷୀତ ରଖିବା ଆବଶ୍ୟକ। କାରଣ ମା’ମାନଙ୍କର ଯାହା ହୁଏ ଏହାର ସିଧା ପ୍ରଭାବ ପିଲା ଉପରେ ପଡିଥାଏ।
  • ନବଜାତ ପିଲାକୁ ଏପରି ଏକ କୋଠରୀରେ ରଖିବା ଦରକାର ଯାହାର ତାପମାତ୍ରା ୨୫ ରୁ ୨୭ ଡିଗ୍ରୀ ପାଖାପାଖି ହୋଇଥିବ।
  • ଶୀତଦିନେ ଶିଶୁମାନଙ୍କ ସ୍ନାନ ଉପରେ ମଧ୍ୟ ଧ୍ୟାନ ଦେବା ଜରୁରୀ। ଅଧିକ ଥଣ୍ଡା ହେଉଥିଲେ ପିଲାଙ୍କୁ ପ୍ରତିଦିନ ସ୍ନାନ ନ କରେଇ ଦୁଇ କିମ୍ବା ତିନି ଦିନରେ ଥରେ ସ୍ନାନ କରାଇବା ଉଚିତ।
  • ସ୍ନାନ ପରେ ତେଲ ମାଲିସ କରିବା ମଧ୍ୟ ଗୁରୁତ୍ୱପୂର୍ଣ୍ଣ। ନବଜାତଙ୍କୁ ମାଲିସ୍ ପାଇଁ ବାଦାମ ତେଲ ଓ ମରା ନଡିଆ ତେଲ ସବୁଠାରୁ ଭଲ।
  • ଥଣ୍ତାରୁ ରକ୍ଷା ପାଇଁ ଉଷୁମ ପୋଷାକ ଉପରେ ଧ୍ୟାନ ଦେବା ଉଚିତ। କିନ୍ତୁ ଏଠାରେ ଧ୍ୟାନ ଦେବା ଜରୁରୀ ଯେ ପିଲାମାନଙ୍କ ପୂରା ଶରୀରକୁ କମ୍ବଳରେ ଘୋଡେଇ ଦେବେନି। ନାକ ଫାଙ୍କା ରହିବା ଜରୁରୀ।
  • ସବୁଠାରୁ ଜରୁରୀ ଆଉ ଗୁରୁତ୍ୱପୂର୍ଣ୍ଣ ହେଲା ମା’ କ୍ଷୀର। ମା’ କ୍ଷୀର ଶିଶୁ ପାଇଁ ଅମୃତ ସମାନ। କିନ୍ତୁ ଆଜିର ଫ୍ୟାସନ ଦୁନିଆରେ କେତେକ ମା’ ନିଜ ସୌନ୍ଦର୍ଯ୍ୟକୁ ପ୍ରାଧାନ୍ୟ ଦେଇ ଏଥିରେ ଅବହେଳା କରିବା ଦେଖାଯାଏ। ଏହା ନବଜାତ ଶିଶୁ ପ୍ରତି କୌଣସି ଅନ୍ୟାୟ ଠାରୁ ବି କମ ନୁହେଁ। 
Infant Health Milk For Infant Infant Care
Advertisment
Advertisment