• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Santosh Kumar Sahoo

ପାପ ପୂଣ୍ୟର ରାଜନୀତି ଭିତରେ ବାଜି ମାରିନେଲା କି ବିଜେପି ? ବ୍ୟାକ୍ ଫୁଟ୍‌ରେ ରହିଲା କି ବିଜେଡି ? ବିଜୁ ଜୟନ୍ତୀକୁ ନେଇ ରାଜନୈତିକ ଗୋଟି ଚାଳନା ବିଜେଡି ପାଇଁ ବୁମେରାଂ ହେଲା କି ? ଗତକାଲି ସଫଳତାର ସହ ରାଜ୍ୟସ୍ତରୀୟ ବିଜୁ ଜୟନ୍ତୀ ଉତ୍ସବକୁ ପାଳନ କରିଛନ୍ତି ମୋହନ ସରକାର । ଭୁବନେଶ୍ବର ଜୟଦେବ ଭବନରେ ଆୟୋଜିତ କାର୍ଯ୍ୟକ୍ରମରେ ନିଜେ ମୁଖ୍ୟମନ୍ତ୍ରୀ ଓ ଦୁଇ ଉପ ମୁଖ୍ୟମନ୍ତ୍ରୀ ଯୋଗ ଦେଇଥିଲେ । ମାତ୍ର ନିମନ୍ତ୍ରଣ ସତ୍ତ୍ବେ ଉତ୍ସବକୁ ଯାଇନଥିଲେ ନବୀନ ।

କିନ୍ତୁ ମୁଖ୍ୟ ବକ୍ତା ଭାବେ ଯୋଗଦେଇଥିଲେ ବରିଷ୍ଠ ବିଜେଡି ନେତା ପ୍ରଫୁଲ୍ଲ ଘଡାଇ । ସଭାକୁ ନ ଆସିବାରୁ ମୁଖ୍ୟମନ୍ତ୍ରୀ ସିଧାସଳଖ ନବୀନଙ୍କୁ ଟାର୍ଗେଟ କରି କହିଛନ୍ତି , ନବୀନ ବାବୁ ଉତ୍ସବକୁ ନ ଆସି ପାପ କରିଛନ୍ତି । ଏପରିକି ପ୍ରଫୁଲ୍ଲ ଘଡାଇ ବି କହିଛନ୍ତି ନବୀନ ନିମନ୍ତ୍ରଣ ରଖି ଆସିଥିଲେ ଗରିମା ବଢିଥାନ୍ତା ।

ଅଧିକ ପଢ଼ନ୍ତୁ: ଧୋଇଦେଲେ ଅମର, ଲୋକ ମୁହଁ ମୋଡିଦେଲା ପରେ ଖୋଜୁଛନ୍ତି ବିଜୁ ଲିଗାସୀ

ବିଜୁ ଜୟନ୍ତୀରେ ପଞ୍ଚାୟତିରାଜ ଦିବସ ପାଳନ କରାନଯିବା ନେଇ ରାଜନୀତି ଥମିନି । ଆଉ ଏପଟେ ମାହାଙ୍ଗା ଘଟଣାରେ ଉଭୟ ବିଜେଡି ଓ ବିଜେପି ରାଜରାସ୍ତାକୁ ଓହ୍ଲାଇଛନ୍ତି । ମାହାଙ୍ଗାରେ ବିଜୁଙ୍କ ପ୍ରତିମୂର୍ତ୍ତି ଭାଙ୍ଗିବା ଘଟଣାରେ ଗିରଫ ଅଭିଯୁକ୍ତ ବିଜେଡିର ସକ୍ରିୟ ସଦସ୍ୟ ବୋଲି ଅଭିଯୋଗ କରିଛି ବିଜେପି ।

ଭୁବନେଶ୍ବର ଏୟାରପୋର୍ଟ ଛକରେ ଥିବା ବିଜୁ ବାବୁଙ୍କ ପ୍ରତିମୂର୍ତ୍ତି ତଳେ ବିଜେପି ଭୁବନେଶ୍ବର ଜିଲ୍ଲା ଯୁବ ମୋର୍ଚ୍ଚା ବିକ୍ଷୋଭ କରିଛି । ଦଳ କହିଛି ଜାଣିଶୁଣି ବିଜୁ ପ୍ରତିମୂର୍ତ୍ତି ଭାଙ୍ଗି ନବୀନ ବାବୁ ରାଜନୀତି କରୁଛନ୍ତି । ଅନ୍ୟପଟେ ବିଜେଡି ଆଜି ରାଜ୍ୟ ତମାମ ଆନ୍ଦୋଳନ କରିଛି । ଆରୋପ ପ୍ରତ୍ୟାରୋପ ଭିତରେ ତେଜିଛି ବୟାନ ବାଜି । ଅନ୍ୟପଟେ ପ୍ରସଙ୍ଗରେ ଛୁଙ୍କ ମାରି ବିଜେଡିକୁ ଟାର୍ଗେଟ୍ କରିଛନ୍ତି ପୂର୍ବତନ ବିଜେଡି ବିଧାୟକ ଅମର ଶତପଥୀ ।

ବିଜୁ ଜୟନ୍ତୀକୁ ମହା ଆଡମ୍ବରରେ ରାଜ୍ୟ ସରକାର ପାଳନ କଲେ । କିନ୍ତୁ ବିଜେଡି, ସରକାରକୁ ଅଡୁଆରେ ପକାଇବା ପାଇଁ ବିଜୁଙ୍କୁ ନେଇ ଯେଉଁ ଡାର୍ଟି ପଲିଟିକ୍ସ କରିଥିଲା ସେଥିରେ ନିଜେ ହିଁ ଶିକାର ହେଲା ଆଉ ବିଜେପି ବିଜୁଙ୍କୁ ସମ୍ମାନ ଜଣାଇ ପ୍ରଶଂସା ସାଉଁଟିଲା ବୋଲି ରାଜନୈତିକ ସମୀକ୍ଷକଙ୍କ ମତ ରଖିଛନ୍ତି । ଏବେ ଦେଖିବାର କଥା ବିଜୁ ଲିଗାସି ରାଜନୀତି ଆଗକୁ କେଉଁ ମୋଡ ନେଉଛି ।

ଅଧିକ ପଢ଼ନ୍ତୁ: ସତ ମାନିଲେ ବିଜେଡି ବିଧାୟକ ବଦ୍ରି ପାତ୍ର, ସରକାର ବଦଳିବା ପରେ...

  • Reported by:
  • JAGDISH DAS , SOUMYA RANJAN SAHOO

OTV is now on Whatsapp

Join and get latest news update delivered to you via whatsapp

Join Now