Advertisment

SBI Recruitment 2023: SBIରେ ପୂରଣ ହେବ ଡେପୁଟି ମ୍ୟାନେଜର/ମ୍ୟାନେଜର ପଦବୀ; ଦରମା ୭୮ ହଜାର

ବର୍ତ୍ତମାନ ଷ୍ଟେଟ୍‌ ବ୍ୟାଙ୍କ ଅଫ୍ ଇଣ୍ଡିଆ (SBI) ଡେପୁଟି ମ୍ୟାନେଜର (ସିକ୍ୟୁରିଟି) / ମ୍ୟାନେଜର (ସିକ୍ୟୁରିଟି) ପଦବୀରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ବାହାର କରିଛି ଆଉ ଏନେଇ ଅନ୍‌ଲାଇନ୍ ଆବେଦନ ପ୍ରକ୍ରିୟା ମଧ୍ୟ ଆରମ୍ଭ ହୋଇଯାଇଛି। ଚୟନ ହେଲେ ମାସକୁ ଦରମା ୭୮ ହଜାର ଟଙ୍କା।

author-image
Pramod Behera
SBI Recruitment 2023 Apply for Manager/DM posts

SBI Recruitment 2023 Apply for Manager/DM posts

ବ୍ୟାଙ୍କରେ କିଏ ବା ଚାକିରି କରିବାକୁ ନ ଚାହେଁ। ପୁଣି ଷ୍ଟେଟ୍‌ ବ୍ୟାଙ୍କ୍‌ ହୋଇଥିଲେ କଥା ତ ଅଲଗା। ବର୍ତ୍ତମାନ ଷ୍ଟେଟ୍‌ ବ୍ୟାଙ୍କ ଅଫ୍ ଇଣ୍ଡିଆ (SBI) ଡେପୁଟି ମ୍ୟାନେଜର (ସିକ୍ୟୁରିଟି) / ମ୍ୟାନେଜର (ସିକ୍ୟୁରିଟି) ପଦବୀରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ବାହାର କରିଛି ଆଉ ଏନେଇ ଅନ୍‌ଲାଇନ୍ ଆବେଦନ ପ୍ରକ୍ରିୟା ମଧ୍ୟ ଆରମ୍ଭ ହୋଇଯାଇଛି।

Advertisment

ଆଗ୍ରହୀ ଏବଂ ଯୋଗ୍ୟ ପ୍ରାର୍ଥୀମାନେ SBIର ଅଫିସିଆଲ୍ ୱେବସାଇଟ୍‌ sbi.co.in କୁ ଯାଇ ଅନ୍‌ଲାଇନ୍ ଆବେଦନ କରିପାରିବେ। ଯେଉଁ ପ୍ରାର୍ଥୀମାନେ ଏହାର ବିଜ୍ଞପ୍ତି ଦେଖିବାକୁ ଚାହାନ୍ତି ସେମାନେ ଏହି ଲିଙ୍କ SBI Recruitment 2023 Apply for Manager/DM posts Notification ରେ କ୍ଲିକ୍ କରି ଦେଖିପାରିବେ।

ଗୁରୁତ୍ୱପୂର୍ଣ୍ଣ ତାରିଖ:

  • ଅନ୍‌ଲାଇନ୍ ଆବେଦନ ଆରମ୍ଭ – ୦୭ ନଭେମ୍ବର ୨୦୨୩
  • ଅନ୍‌ଲାଇନ୍ ଆବେଦନ ଶେଷ – ୨୭ ନଭେମ୍ବର ୨୦୨୩
Advertisment

ଖାଲି ପଦବୀ:

  • UR ପ୍ରାର୍ଥୀ – ୧୮ଟି ପୋଷ୍ଟ
  • EWS ପ୍ରାର୍ଥୀ – ୩ଟି ପୋଷ୍ଟ୍‌
  • OBC ପ୍ରାର୍ଥୀ – ୧୧ଟି ପୋଷ୍ଟ୍‌
  • ST ପ୍ରାର୍ଥୀ – ୨ଟି ପୋଷ୍ଟ୍‌
  • ମୋଟ ପଦବୀ – ୪୨ଟି ପୋଷ୍ଟ୍‌

ଶିକ୍ଷାଗତ ଯୋଗ୍ୟତା:

  • ପ୍ରାର୍ଥୀ ଯେକୌଣସି ସରକାରୀ ସ୍ୱୀକୃତିପ୍ରାପ୍ତ ବିଶ୍ୱବିଦ୍ୟାଳୟ କିମ୍ବା ଅନୁଷ୍ଠାନରୁ ଯେକୌଣସି ଷ୍ଟ୍ରିମ୍‌ରେ ସ୍ନାତକ ହେବା ଆବଶ୍ୟକ

ବୟସ ସୀମା:

  • ସର୍ବନିମ୍ନ ବୟସ – ୨୫ ବର୍ଷ
  • ସର୍ବାଧିକ ବୟସ – ୪୦ବର୍ଷ
  • ବୟସ ଗଣନା ୦୧ ଏପ୍ରିଲ୍ ୨୦୨୩ ଅନୁସାରେ ହେବ

ଆବେଦନ ଶୁଳ୍କ:

  • UR / EWS / OBC ପ୍ରାର୍ଥୀ – ୭୫୦ ଟଙ୍କା
  • SC / ST / PWBD ପ୍ରାର୍ଥୀ – ଦେୟମୁକ୍ତ

ମାସିକ ଦରମା:

  • ଡେପୁଟି ମ୍ୟାନେଜର (ସିକ୍ୟୁରିଟି) – ୪୮,୧୭୦ ଟଙ୍କା ରୁ ୬୯,୮୧୦ ଟଙ୍କା
  • ମ୍ୟାନେଜର (ସିକ୍ୟୁରିଟି) – ୬୩,୮୪୦ ଟଙ୍କା ରୁ ୭୮,୨୩୦ ଟଙ୍କା

କିପରି କରିବେ ଆବେଦନ:

  • SBI ର କ୍ୟାରିୟର ପୃଷ୍ଠାକୁ ଯାଆନ୍ତୁ (Sbi.co.in/web/careers)
  • ହୋମ୍‌ପେଜ୍‌ରେ, ଡେପୁଟି ମ୍ୟାନେଜର୍ (ସିକ୍ୟୁରିଟି) କିମ୍ବା ମ୍ୟାନେଜର୍ (ସିକ୍ୟୁରିଟି) ପଦବୀ ପାଇଁ “Apply” ଲିଙ୍କ୍ ଚୟନ କରନ୍ତୁ
  • ପଞ୍ଜିକରଣ କରି ସାଇନ୍ ଇନ୍ କରନ୍ତୁ
  • ସଠିକ୍ ତଥ୍ୟ ଦେଇ ଆବେଦନ ଫର୍ମ ପୂରଣ କରନ୍ତୁ
  • ଆବେଦନ ଶୁଳ୍କ ପ୍ରଦାନ କରନ୍ତୁ
  • ଆବଶ୍ୟକୀୟ ଡକ୍ୟୁମେଣ୍ଟ୍ ଅପଲୋଡ୍ କରନ୍ତୁ
  • ଭବିଷ୍ୟତ ପ୍ରମାଣ ପାଇଁ ଏକ ପ୍ରିଣ୍ଟଆଉଟ୍ ନେବାକୁ ଭୁଲନ୍ତୁ ନାହିଁ
SBI Govt Jobs SBI Jobs SBI Recruitment
Advertisment
Advertisment