ଶେଷ ଡାଏରି ୨୦୧୮ ଜୁନ ୨୪ ରାତିରେ ଲେଖା ହୋଇଥିଲା। ଜୁନ୍ ୨୪ରୁ ୩୦ ସାତ ଦିନ ଯାଏ ବରଗଛ ପୂଜା କରିବାକୁ ଡାଏରିରେ ଲେଖାଯାଇଥିଲା। ସାତ ଦିନ ଧରି ଏହି ପୂଜା ଅନୁଷ୍ଠିତ ହେବ। ଘରର ସମସ୍ତ ସଦସ୍ୟ ଠିକ୍ ଢଙ୍ଗରେ କଲେ ମୋକ୍ଷ ମିଳିଯିବ। ବରଗଛର ଓହଳ ଭଳି ବେକରେ ରଶି ବାନ୍ଧି ଝୁଲିବାକୁ କୁହାଯାଇଥିଲା। ଘରେ ଅଳ୍ପ ଆଲୁଅ ରହିବ। ଶୁଣିବା, କହିବା, ଦେଖିବା ବନ୍ଦ। ଏ ସମ୍ପର୍କରେ କେହି ବାହାର ଲୋକଙ୍କୁ ଜଣାଇବେ ନାହିଁ।
ଭାରତୀୟ କ୍ରିକେଟ୍ ଟିମ୍ର ପୂର୍ବତନ ଅଧିନାୟକ ବିରାଟ କୋହଲି ଓ ବଲିଉଡ଼ ଷ୍ଟାର୍ ଅନୁଷ୍କା ଶର୍ମାଙ୍କ କଥା ଯେତେବେଳେ ଆସେ ସେତେବେଳେ ଆହୁରି ଚର୍ଚ୍ଚା ବଢି ଯାଇଥାଏ । ଆମେ ଆପଣଙ୍କୁ କହୁଛୁ ‘ୱାନ୍-୮’ ରେଷ୍ଟୁରାଣ୍ଟ କଥା। ହାଇଦ୍ରବାଦ୍ରେ ଥିବା ‘ୱାନ୍-୮’ ରେଷ୍ଟୁରାଣ୍ଟକୁ ଯାଇଥିଲେ ଜଣେ ଗ୍ରାହକ। ପରେ ସୋସିଆଲ ମଡ଼ିଆରେ ସେୟାରେ କଲେ ଏମିତି କଥା ଯାହାକୁ ନେଇ ଏବେ ଚର୍ଚ୍ଚା ଲାଗି ରହିଛି।
ମୁମ୍ବାଇରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ମୁଖ୍ୟ ଚୟନକର୍ତ୍ତା ଅଜିତ ଅଗରକର ଏବଂ ଅଧିନାୟକ ରୋହିତ ଶର୍ମା ଚାମ୍ପିଅନ୍ସ ଟ୍ରଫି ପାଇଁ ଦଳ ଘୋଷଣା କରିଛନ୍ତି ।
ଏକ ସଡକ ଦୁର୍ଘଟଣାରେ ଅଭିନେତା ଅମନ ଜୟସୱାଲ ମାତ୍ର ୨୩ ବର୍ଷ ବୟସରେ ଏ ଦୁନିଆ ଛାଡିଛନ୍ତି। ଅଭିନେତାଙ୍କ ଦୁଃଖଦ ମୃତ୍ୟୁ ତାଙ୍କ ପ୍ରଶଂସକଙ୍କୁ ଚକିତ କରିଦେଇଛି।
ବର୍ତ୍ତମାନ, ଆତ୍ମ ପ୍ରେମ ଗିରି ପ୍ରୟାଗରାଜରେ ଚାଲିଥିବା ମହାକୁମ୍ଭ ମେଳାରେ ସାମିଲ ହୋଇଛନ୍ତି। ତାଙ୍କର ଶରୀର ଓ ମୁହଁର ସ୍ୱତନ୍ତ୍ର ଚମକ ତାଙ୍କୁ ମେଳାରେ ଏକ ସ୍ୱତନ୍ତ୍ର ପରିଚିତି ଦେଇଛି। ସେ ଘଣ୍ଟା ଘଣ୍ଟା ବ୍ୟାୟାମ କରିବାକୁ ଭଲ ପାଆନ୍ତି, ଯାହା ତାଙ୍କର ଆକର୍ଷଣୀୟ ଲୁକ୍ ର ରାଜ୍।
ଆଜି ବାନ୍ଦ୍ରା ପୁଲିସ ଅଟୋ ଡ୍ରାଇଭରଙ୍କୁ ପଚରାଉଚରା କରିଥିବା ଜଣାଯାଇଛି।
ନିମନ୍ତ୍ରିତ ଅତିଥି ହୋଇଥିବା ସତ୍ତ୍ୱେ ଚୀନ୍ ରାଷ୍ଟ୍ରପତି ସି ଜିନପିଙ୍ଗ ଏହି ସମାରୋହରେ ଯୋଗ ଦେବେନାହିଁ, ସେ ତାଙ୍କର ଜଣେ ପ୍ରତିନିଧୀଙ୍କୁ ପଠାଉଛନ୍ତି। ଭାରତ ପକ୍ଷରୁ ଏସ ଜୟଶଙ୍କର ଅଂଶଗ୍ରହଣ କରିବେ । ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଚେୟାରମ୍ୟାନ୍ ମୁକେଶ ଅମ୍ବାନୀ ଏବଂ ନୀତା ଅମ୍ବାନୀ ମଧ୍ୟ ଟ୍ରମ୍ପଙ୍କ ଶପଥ ଗ୍ରହଣ କାର୍ଯ୍ୟକ୍ରମରେ ଯୋଗଦେବେ । ଏହି କାର୍ଯ୍ୟକ୍ରମରେ ଟ୍ରମ୍ପଙ୍କ ଉପଦେଷ୍ଟା ଟେସଲା ଏବଂ ସ୍ପେସ୍ ଏକ୍ସର ସିଇଓ ଏଲୋନ୍ ମସ୍କ, ଆମାଜନ କାର୍ଯ୍ୟନିର୍ବାହୀ ଚେୟାରମ୍ୟାନ୍ ଜେଫ୍ ବେଜୋସ୍ ଏବଂ ମେଟା ପ୍ଲାଟଫର୍ମର ସିଇଓ ମାର୍କ ଜୁକରବର୍ଗ ମଧ୍ୟ ଯୋଗ ଦେବେ ।
ବାବା ଭେଙ୍ଗା ଯେଉଁ ୫ଟି ରାଶିର ଭାଗ୍ୟୋଜ୍ଜ୍ୱଳ ହେବ ବୋଲି କହିଛନ୍ତି ତା ଭତରେ ଅଛନ୍ତି ମିଥୁନ ରାଶିର ବ୍ୟକ୍ତି । ୨୦୨୫ରେ ମିଥୁନ ରାଶି ଲୋକଙ୍କର ପ୍ରଚୁର ଲାଭ ହେବ । ଚଳିତ ବର୍ଷ ବେଶ ଭଲ ରୋଜଗାର କରିବାର ସୁଯୋଗ ଏମାନଙ୍କ ପାଇଁ ଆସିବ । ବିଜନେସ ଏବଂ କମ୍ୟୁନିକେଶନ କ୍ଷେତ୍ରରେ ମିଥୁନ ରାଶି ବ୍ୟକ୍ତିଙ୍କୁ ବେଶ ଫାଇଦା ମିଳିବ । ଏହି ଲୋକଙ୍କ ପାଖରେ ସହଜରେ ନେଟୱର୍କ ତିଆରି କରିବାର କ୍ଷମତା ଥାଏ । ଯଦ୍ୱାରା ସେମାନେ ଅନ୍ୟମାନଙ୍କୁ ପ୍ରଭାବିତ କରିପାରନ୍ତି ।
ଭାରତୀୟ ଯୁବକକୁ ୮ ବର୍ଷ ଜେଲ୍ ଦଣ୍ଡ ଶୁଣାଇଲେ ୟୁଏସ୍ ଡିଷ୍ଟ୍ରିକ୍ଟ କୋର୍ଟ । ନିଜେ ଟ୍ରକ ଚଳାଇ ହ୍ବାଇଟ ହାଉସ ପାଚେରୀ ଭାଙ୍ଗି ପ୍ରବେଶ ଉଦ୍ୟମ କରିଥିଲା ଏହି ଭାରତୀୟ ଯୁବକ । ଉପସ୍ଥିତ ପୋଲିସ ଓ ହ୍ବାଇଟ ହାଉସ ସୁରକ୍ଷାକର୍ମୀ ଅଭିଯୁକ୍ତକୁ ତୁରନ୍ତ କାବୁ କରିବା ପରେ ରାଷ୍ଟ୍ରପତିଙ୍କୁ ହତ୍ୟା ଉଦ୍ୟମରେ ଆକ୍ରମଣ ଥିଲା ବୋଲି ନିଜେ ସ୍ୱୀକାର କରିଥିଲା ଅଭିଯୁକ୍ତ ।
ଚାମ୍ପିଅନ୍ସ ଟ୍ରଫି ପାଇଁ ଭାରତୀୟ ଦଳ ଏପର୍ଯ୍ୟନ୍ତ ଘୋଷଣା କରାଯାଇ ନାହିଁ । ତେବେ ଏହି ଅପେକ୍ଷା ଆଜି (ଜାନୁଆରୀ ୧୮) ଶେଷ ହେବାକୁ ଯାଉଛି । ଆଜି ମୁମ୍ବାଇରେ ଦିନ ୧୨.୩୦ରେ ମୁଖ୍ୟ ଚୟନକର୍ତ୍ତା ଅଜିତ ଅଗରକର ଏବଂ ଅଧିନାୟକ ରୋହିତ ଶର୍ମା ଏକ ସାମ୍ବାଦିକ ସମ୍ମିଳନୀ କରିବେ ।
କମୁନି ସୁନା ଦର। ସପ୍ତାହେ ଭିତରେ ସୁନା ପ୍ରାୟ ୪ ହଜାର ଟଙ୍କା ମହଙ୍ଗା। ୬ ଦିନ ତଳେ ୨୨ କ୍ୟାରେଟ୍ ସୁନାର ଦାମ୍ ୧୦ ଗ୍ରାମ ପିଛା ୭୧ ହଜାର ଟଙ୍କା ଥିଲା । ଏବେ ୭୪,୩୫୦ରେ ପହଞ୍ଚିଗଲାଣି।
ପାଳଙ୍ଗ ଓ ପତ୍ରଯୁକ୍ତ ପରିବା ଆଦି ଫ୍ୟାଟି ଲିଭରରୁ ଦୂରେଇ ରଖେ। ଏକ ଅଧ୍ୟୟନରୁ ଜଣାପଡ଼ିଛି ଯେ, ସବୁଜ ପନିପରିବାରେ ଥିବା ପଲିଫେନଲ୍ ଓ ନାଇଟ୍ରେଟ୍ ଲିଭରର ପିତକୋଷ ପାଇଁ ଉପଯୋଗୀ ହୋଇଥାଏ। ଏଥିସହିତ ଏଥିରେ ଥିବା ଆଣ୍ଟିଅକ୍ସିଡାଣ୍ଟ ଲିଭରର ମେଟାବୋଲିଜିମ୍ ନିୟନ୍ତ୍ରଣରେ ସହାୟକ ହୁଏ।
ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍ ଓ ତାଙ୍କ ପତ୍ନୀ ଅଲ୍-କାଦିର ଟ୍ରଷ୍ଟ ମାମଲାରେ ଦୋଷୀ ସାବ୍ୟସ୍ତ୍ୟ ହୋଇଛନ୍ତି । ଏହି ମାମଲା ୧୯୦ ନିୟୁତ ପାଉଣ୍ଡର ଠକେଇ ସହିତ ଜଡିତ । ଯେଉଁଥିପାଇଁ ଉଭୟଙ୍କୁ ୧୪ ଓ ୭ ବର୍ଷର ଜେଲ ଦଣ୍ଡ ଶୁଣାଯାଇଛି ।
୧୪୪ ବର୍ଷ ପରେ ବିରଳ ସ୍ନାନ ଯୋଗ ପଡ଼ିଛି, ତେଣୁ ପ୍ରୟାଗରାଜ ତ୍ରିବେଣୀ ସଂଗମ ମହାକୁମ୍ଭ ମେଳାକୁ ଯାଇ ବୁଡ଼ ପକାଇବାକୁ ସଭିଙ୍କ ଇଚ୍ଛା। ହେଲେ ଯିବେ କେମିତି ? ସବୁ ଯିବା ବାଟ ତ ବନ୍ଦ ।
ସୂତା ସୂତାକରେ ବର୍ତ୍ତିଗଲେ ସୈଫ ଅଲ୍ଲୀ ଖାନ୍। ଛୁରି ଆଉ ୨ ମିଲିମିଟର ପଶିଥିଲେ ଅବସ୍ଥା ସାଂଘାତିକ। ଡାକ୍ତର କହିଲେ- 'ସୈଫ୍ ଖୁବ୍ ଭାଗ୍ୟବାନ୍' ।
ବିସିସିଆଇର 'ଗମ୍ଭୀର' ନିଷ୍ପତ୍ତି । ପରାଜୟ ପରେ କଠୋର ଲଗାମ୍ । ଚଳିବନି ଖେଳାଳିଙ୍କ ଷ୍ଟାରଡମ୍ । ଘରୋଇ କ୍ରିକେଟ୍ ଖେଳ, ନହେଲେ ଟିମରେ ଜାଗା ନାହିଁ ।
ମହାକୁମ୍ଭର ପ୍ରଥମ ଦୁଇ ଦିନରେ ୫.୨୦ କୋଟିରୁ ଅଧିକ ଶ୍ରଦ୍ଧାଳୁ ପବିତ୍ର ବୁଡ଼ ପକାଇଥିଲେ । ତେବେ ଏହି ମେଳାରେ ଜାନୁଆରୀ ୧୫ ରେ ୪୦ ଲକ୍ଷ ଏବଂ ୧୬ ତାରିଖ ସନ୍ଧ୍ୟା ୬ ଟା ପର୍ଯ୍ୟନ୍ତ ୩୦ ଲକ୍ଷ ଶ୍ରଦ୍ଧାଳୁ ବୁଡ଼ ପକାଇ ଥିବା ବେଳେ ଏଥିରେ ବୁଡ଼ ପକାଇଥିବା ଶ୍ରଦ୍ଧାଳୁଙ୍କ ସଂଖ୍ୟା ୭ କୋଟି ପାର କରିଛି ।
ହୋଲି, ଦୀପାବଳିରେ ମାଗଣାରେ ଗ୍ୟାସ୍ ସିଲିଣ୍ଡର ଦିଆଯିବ।
ସୈଫ ଅଲ୍ଲୀ ଖାନଙ୍କୁ ଆକ୍ରମଣ ପୂର୍ବରୁ ଅଭିଯୁକ୍ତ ଯାଇଥିଲା କି ଶାହରୁଖ ଖାନଙ୍କ ବାସଭବନ ପାଖକୁ ? ଲୁହା ସିଡି ପକାଇ କରୁଥିଲା କି ରେକି ? କିଏ କିଏ ଥିଲେ ତା ସାଙ୍ଗରେ ? ଏହା ପଛରେ ରହିଛି କି କୌଣସି ଗ୍ୟାଙ୍ଗର ହାତ ? ଏମିତି ଅନେକ ପ୍ରଶ୍ନର ପାହାଡ ଉପରେ ଛିଡା ହୋଇଛି ମୁମ୍ୱାଇ ପୋଲିସ୍ ।
କୁମ୍ଭରେ ସ୍ନାନ ଓ ଦାନ ଆଦି କଲେ ଶତ ଅଶ୍ୱମେଧ ଯଜ୍ଞର ଫଳପ୍ରାପ୍ତି ହୋଇଥାଏ ତଥା ଆଉ ପୃଥିବୀ ପୃଷ୍ଠରେ ଜନ୍ମ ହୋଇ ଘାଣ୍ଟି ହେବାକୁ ପଡ଼େନି ବୋଲି କୁହାଯାଏ । କୁମ୍ଭମେଳା ଦେଶ ବିଦେଶରୁ ଆସୁଥିବା ଲକ୍ଷ ଲକ୍ଷ ଭକ୍ତଙ୍କୁ ଭାରତର ପବିତ୍ର ନଦୀ କୂଳକୁ ଆକର୍ଷିତ କରିଥାଏ। ଏହି ଆୟୋଜନ ଆଧ୍ୟାତ୍ମିକତା, ପରମ୍ପରା ଓ ସମ୍ପ୍ରଦାୟର ଏକ ପର୍ଯ୍ୟାୟ ଅଟେ ।
ଏଲନ ମସ୍କଙ୍କ ବହୁ ପ୍ରତୀକ୍ଷିତ ଷ୍ଟାରସିପର ପରୀକ୍ଷଣ ବିଫଳ ହୋଇଛି। ଗୁରୁବାର ଷ୍ଟାରସିପର ସପ୍ତମ ପରୀକ୍ଷଣ ବିଫଳ ହୋଇଛି। ମଝି ଆକାଶରେ ଷ୍ଟାରସିପରେ ବିସ୍ଫୋରଣ ହୋଇଥିବା ବେଳେ ଶହ ଶହ ଖଣ୍ଡରେ ଏହା ପରିଣତ ହୋଇଥିଲା।
ଆଉ ତିନି ଦିନ ହସ୍ପିଟାଲରେ ରହିବା ପରେ ସୈଫ୍ ଡିସ୍ଚାର୍ଜ ହୋଇପାରନ୍ତି ବୋଲି କୁହାଯାଉଛି । ତେବେ ଚଲାବୁଲା ଉପରେ ସପ୍ତାହେ ପାଇଁ କଟକଣା ରହିଥିବା ସୈଫ୍ଙ୍କ ଅପରେସନ କରିଥିବା ଡାକ୍ତର ସୂଚନା ଦେଇଛନ୍ତି ।
ରାଷ୍ଟ୍ରପତି ଭବନରେ ଦେଶର ପ୍ରଥମ ନାଗରିକ ଦ୍ରୌପଦୀ ମୁର୍ମୁ ସମସ୍ତ ଖେଳାଳିଙ୍କୁ ପୁରସ୍କୃତ କରିଥିଲେ। ମନୁ ଭାକର, ଡି ଗୁକେଶ, ହରମନପ୍ରୀତ ସିଂ ଏବଂ ପାରା ଆଥଲେଟ୍ ପ୍ରବୀଣ କୁମାରଙ୍କୁ ଖେଳରତ୍ନରେ ସମ୍ମାନିତ କରାଯାଇଥିଲା।
ଚୀନର ଅବସ୍ଥିତି ପ୍ରଶାନ୍ତ ମହାସାଗର ଏବଂ ଭାରତ ମହାସାଗର ମଧ୍ୟରେ ରହିଛି । ସାମୁଦ୍ରିକ ସ୍ଥିତି ଏବଂ ଭୌଗଳିକ ଦୃଷ୍ଟିରୁ ଦେଖିଲେ, ଏହା ଏକ ପ୍ରମୁଖ ଦେଶ । ପାକିସ୍ତାନର ସାମୁଦ୍ରିକ ସୀମା ଆରବ ସାଗରକୁ ଲାଗିଛି । କରାଚି ବନ୍ଦର ପାକିସ୍ତାନର ସବୁଠାରୁ ବ୍ୟସ୍ତବହୁଳ ସାମୁଦ୍ରିକ ବନ୍ଦର ଅଟେ । ସେହିପରି ଭାରତର ସାମୁଦ୍ରିକ ଶକ୍ତି ଦୃଷ୍ଟିରୁ ଦେଖିଲେ ଏହା ଏସିଆର ଏକ ପ୍ରମୁଖ ଶକ୍ତି ବୋଲି କହିହେବ ।
ସୈଫ ଅଲୀ ଖାନଙ୍କୁ ଆକ୍ରମଣ ମାମଲାରେ ଅଭିଯୁକ୍ତକୁ ଗିରଫ କରିଛି ମୁମ୍ବାଇ ପୋଲିସ। ବୁଧବାର ବିଳମ୍ବିତ ରାତିରେ ସୈଫଙ୍କ ଘରେ ପଶି ଅଭିଯୁକ୍ତ ଜଣକ ଛୁରା ମାଡ କରି ଫେରାର ହୋଇ ଯାଇଥିଲା। ବାନ୍ଦ୍ରା ପୋଲିସ ତଦନ୍ତ କରି ଶୁକ୍ରବାର ଦିନ ଅଭିଯୁକ୍ତକୁ ଗିରଫ କରିଛି।