• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

ଭାରତ ହେବ କି ଶଙ୍କଟମୋଚକ ? ଗାଜା ପାଇଁ ପାଲଟିବ କି ସୁରକ୍ଷା କବଚ ? ଇସ୍ରାଏଲ-ହମାସା ମଧ୍ୟରେ ଜାରି ରହିଛି ଘମାଘୋଟ ଲଢ଼େଇ । ଧ୍ୱଂସସ୍ତୁପ ପାଲଟୁଛି ଗାଜା ସହର । ସବୁବେଳେ ଶୁଭୁଛି ଗୋଳାବାରୁଦର ଶବ୍ଦ । ଏହାରି ଭିତରେ ଯୁଦ୍ଧକୁ ନେଇ ଇରାନର ରାଷ୍ଟ୍ରପତି ଇବ୍ରାହିମ ରାଇସି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଆଲୋଚନା କରିଛନ୍ତି । ଗତ ସୋମବାର ଦିନ ଉଭୟଙ୍କ ମଧ୍ୟରେ ଆଲୋଚନାବେଳେ ଗାଜାରେ ଇସ୍ରାଏଲର କାର୍ଯ୍ୟକଳାପକୁ ଶେଷ କରିବାକୁ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ନିବେଦନ କରିଛନ୍ତି ।

ଇରାନ ରାଷ୍ଟ୍ରପତି ତତକ୍ଷଣାତ୍ ଅସ୍ତ୍ରବିରତି ଉଲ୍ଲଂଘନକୁ ହଟାଇବା ଏବଂ ଗାଜାବାସୀଙ୍କୁ ସହାୟତା ଯୋଗାଇବା ନେଇ କହିଛନ୍ତି । ଅଉ ଏହାକୁ ନେଇ ବଢ଼ୁଛି ଚର୍ଚ୍ଚା । ଘଟଣା ସମ୍ପର୍କରେ ପିଏମଓ ପକ୍ଷରୁ ମଧ୍ୟ କିଛି ସୂଚନା ଦିଆଯାଇଛି । କୁହାଯାଇଛି କି, ମୋଦି ଇବ୍ରାହିମଙ୍କ ସହ ଟେଲିଫୋନିକ୍ ବାର୍ତ୍ତାଳାପ କରିଥିଲେ । କଥା ହେବା ସମୟରେ ଆତଙ୍କବାଦ, ହିଂସା ଏବଂ ସାଧାରଣ ନାଗରିକଙ୍କ ସମ୍ପର୍କରେ ଆଲୋଚନା କରିଛନ୍ତି । ତାହା ସହ ଏଭଳି ପରିସ୍ଥିତିକୁ କିପରି ରୋକାଯାଇପାରିବ ସେନେଇ ମଧ୍ୟ କିଛି କଥା ହୋଇଥିବା ସୂଚନା ଦିଆଯାଇଛି ।

ଏହା ପରେ ଇସ୍ରାଏଲ-ହାମାସ ବିବାଦକୁ ନେଇ ପ୍ରଧାନମନ୍ତ୍ରୀ ମୋଦୀ ବିଶ୍ୱ ନେତାଙ୍କ ସହ ଟେଲିଫୋନିକ୍ ବାର୍ତ୍ତାଳାପ କରିଛନ୍ତି । ସେହିପରି ଗତ ସପ୍ତାହରେ ପ୍ରଧାନମନ୍ତ୍ରୀ ମୋଦି ୟୁଏଇର ରାଷ୍ଟ୍ରପତି ମହମ୍ମଦ ବିନ୍ ଜାଏଦ ଅଲ ନାହାନଙ୍କ ସହ କଥା ହୋଇଥିବା ମଧ୍ୟ ଜଣାପଡ଼ିଛି । ଅନ୍ୟପଟେ ଜନତାଙ୍କ ସୁରକ୍ଷା ଏବଂ ମାନବିକ ପରିସ୍ଥିତିର ଶୀଘ୍ର ସମାଧାନର ଆବଶ୍ୟକତା ଉପରେ ଆମେ ସହମତ ଏବଂ ଶାନ୍ତି ଫେରାଇ ଆଣିବା ଆବଶ୍ୟକ ବୋଲି ମୋଦି କହିଛନ୍ତି ।