/odishatv-khabar/media/post_attachments/uploadimage/library/16_9/16_9_0/IED_blast_1699341628.jpg)
IED blast
ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ ସୁକମା ଜିଲ୍ଲାର ଏଲମାଗୁଣ୍ଡା ଜଙ୍ଗଲରେ ପ୍ରେସର ମାଇନ ବିସ୍ପୋରଣରେ ଜଣେ କୋବ୍ରା ଯବାନ ଗୁରୁତର । ମତଦାନ ସମୟରେ ସୁରକ୍ଷା ଦେବାପାଇଁ କୁମ୍ବିଙ୍ଗ ଅପରେସନ ବେଳେ ମାଓବାଦୀଙ୍କ ହିଂସାକାଣ୍ଡ ଦେଖିବାକୁ ମିଳିଥିଲା ।
୨୦୬ କୋବ୍ରା ବାଟାଲିୟନ ମାଓ ଦମନ ଅପରେସନ କଲାବେଳେ ଶ୍ରୀକାନ୍ତ ନାମକ ଜଣେ ଯବାନ ପ୍ରେସର ମାଇନ ଉପରେ ଗୋଡ଼ ପଡିବା ଯୋଗୁଁ ବିସ୍ପୋରଣ ହୋଇଥିଲା । ଗୁରୁତର ଯବାନଙ୍କୁ ଚିକିତ୍ସା ପାଇଁ ମେଡିକାଲରେ ଭର୍ତ୍ତି କରାଯାଇଛି । ତେବେ ଘଟଣା ପରେ ପୋଲିସ ପକ୍ଷରୁ ଅପରେସନକୁ ଜୋରଦାର କରାଯାଇଛି ।
ଛତିଶଗଡ ବିଧାନସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟ ଭୋଟ୍ ଗ୍ରହଣ ଜାରି ରହିଛି । ପ୍ରଥମ ପର୍ଯ୍ୟାୟରେ ୨୦ଟି ସିଟ୍ ପାଇଁ ମତଦାନ କରାଯାଉଛି । ବସ୍ତର, ଜଗଦଲପୁର ଓ ଚିତ୍ରକୋଟ ସମେତ ନାରାୟଣପୁର ବିଧାନସଭା ନିର୍ବାଚନ ମଣ୍ଡଳୀର ସମସ୍ତ ବୁଥ ପ୍ରସ୍ତୁତ ହୋଇଛି ।
ମାଓ ଇଲାକାର ମୋଟ ୧୨ଟି ନିର୍ବାଚନ ମଣ୍ଡଳୀରେ ୨୯୦୦ଟି ବୁଥ ହୋଇଛି । ଅତି ସମ୍ବେଦନଶୀଳ ଦେଢ ଶହ ବୁଥକୁ ହେଲିକପ୍ଟରରେ ପୋଲିଂ ଟିମ୍ ଯାଇ ପହଞ୍ଚିଛନ୍ତି । ପ୍ରଥମ ଥର ପାଇଁ ୧୨୬ଟି କେନ୍ଦ୍ରରେ ଲୋକେ ନିଜ ଅଞ୍ଚଳରେ ମତଦାନ ସାବ୍ୟସ୍ତ କରିବେ । ନକ୍ସଲ ଗଡ କୁହାଯାଉଥିବା କେବଳ ବସ୍ତର ଅଞ୍ଚଳରେ ପ୍ରାୟ ୬୦ ହଜାର ସୁରକ୍ଷା କର୍ମୀ ମୁତୟନ ହୋଇଛନ୍ତି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)