ବିଧାନସଭାର ଉପବାଚସ୍ପତି ନରହରି ଝିରୱାଲ ଶୁକ୍ରବାର ଦିନ ମୁମ୍ବାଇରେ ମହାରାଷ୍ଟ୍ର ସରକାରଙ୍କ ପ୍ରଶାସନିକ ମୁଖ୍ୟାଳୟ 'ମନ୍ତ୍ରାଳୟ ଭବନ'ର ତୃତୀୟ ମହଲାରୁ ଡେଇଁପଡିଛନ୍ତି ।
ବଜେଟ୍ ଅଧିବେଶନରେ ଗଲା ଦୁଇ ଦିନ ଧରି ହୁଲୁସ ତୁଲୁସ ଚାଲିଛି ଗୃହ। ଆଜି ତୃତୀୟ ଦିନରେ ବି ସମାନ ଧରଣରେ ସରଗରମ ରହିପାରେ ଗୃହ କାର୍ଯ୍ୟ।
ନିର୍ଦ୍ୱନ୍ଦରେ ଉପବାଚସ୍ପତି ହେଲେ ସାଲୁଗା ପ୍ରଧାନ । ଏନେଇ ବିଧିବଦ୍ଧ ଭାବେ ଘୋଷଣା କଲେ ବାଚସ୍ପତି ପ୍ରମିଳା ମଲିକ।
ବିଜେଡି ଖେଳିଲା ଆଦିବାସୀ କାର୍ଡ । ସାଲୁଗା ପ୍ରଧାନ ହେଲେ ଉପବାଚସ୍ପତି ପ୍ରାର୍ଥୀ । ନାମାଙ୍କନ ଦାଖଲ କଲେ, ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଲେ । ସବୁ ଚର୍ଚ୍ଚା ଆଲୋଚନାର ଅବସାନ ଘଟାଇ ବିଜେଡି, ଉପବାଚସ୍ପତି ପ୍ରାର୍ଥୀ ଭାବେ ଜି. ଉଦୟଗିରି ବିଧାୟକ ସାଲୁଗା ପ୍ରଧାନଙ୍କ ନାଁ ଘୋଷଣା କରିଛି ।
ଉପବାଚସ୍ପତି ପ୍ରାର୍ଥୀ ନେଇ ସାଲୁଗା ପ୍ରଧାନଙ୍କ ନାମାଙ୍କନ ଦାଖଲ କରିଛନ୍ତି
ଆସନ୍ତାକାଲି ବିଧାନସଭା ଉପବାଚସ୍ପତି ନିର୍ବାଚନ....ଗତ ୮ତାରିଖରେ ଇସ୍ତଫା ଦେଇଥିଲେ ରଜନୀକାନ୍ତ ସିଂହ...
ଆଗକୁ ସାଧାରଣ ନିର୍ବାଚନ । ସରକାରୀ ଦଳର ଫୋକସ ଏବେ ସଂଗଠନ ଉପରେ । କାରଣ ପୂର୍ବତନ ଉପବାଚସ୍ପତି ରଜନୀକାନ୍ତ ସିଂହଙ୍କ ଜିଲ୍ଲା ତଥା ନିର୍ବାଚନ ମଣ୍ଡଳୀ ଅନୁଗୁଳରେ ସଂଗଠନ ଦୁର୍ବଳ ହେବା କାରଣରୁ ସେ ଇସ୍ତଫା ଦେଇ ସଂଗଠନ ସଜାଡିବା କାମରେ ଲାଗିଛନ୍ତି ।
ଆଗକୁ ସାଧାରଣ ନିର୍ବାଚନ । ସରକାରୀ ଦଳର ଫୋକସ ଏବେ ସଂଗଠନ ଉପରେ । କାରଣ ପୂର୍ବତନ ଉପବାଚସ୍ପତି ରଜନୀକାନ୍ତ ସିଂହଙ୍କ ଜିଲ୍ଲା ତଥା ନିର୍ବାଚନ ମଣ୍ଡଳୀ ଅନୁଗୁଳରେ ସଂଗଠନ ଦୁର୍ବଳ ହେବା କାରଣରୁ ସେ ଇସ୍ତଫା ଦେଇ ସଂଗଠନ ସଜାଡିବା କାମରେ ଲାଗିଛନ୍ତି ।
ତେବେ ପ୍ରଶ୍ନ ଉଠୁଛି ରଜନୀକାନ୍ତ ହଠାତ୍ କାହିଁକି ଇସ୍ତଫା ଦେଲେ ? କ’ଣ ଅନୁଗୁଳ ଜିଲ୍ଲା ବିଜେଡିରେ ଦଳର ସ୍ଥିତି ମଜବୁତ ନାହିଁ କି? ନା ଜିଲ୍ଲାରେ ବିଜେପି ଧୀରେ ଧୀରେ କାୟା ବିସ୍ତାର କରୁଥିବାରୁ ଶାସକ ଦଳର ଚିନ୍ତା ବଢିଛି।
ରଜନୀକାନ୍ତ କହିଛନ୍ତି, ସାମ୍ବିଧାନିକ ପଦରେ ଥିବାରୁ ଦଳୀୟ କାର୍ଯ୍ୟ କରିପାରୁନଥିଲି । ଦଳୀୟ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବାକୁ ଇସ୍ତଫା ଦେଲି । ଦଳୀୟ ସଂଗଠନକୁ ସୁଦୃଢ଼ କରିବାକୁ ଇସ୍ତଫା ଦେଇଛି ।