ନିଜକୁ ନିର୍ଦ୍ଦୋଷ ସାବ୍ୟସ୍ତ କରିବାରେ ବିତାଇଦେଲେ ୧୪ ବର୍ଷ...କୋର୍ଟରୁ କୋର୍ଟ ଘୁରି ବୁଲିଲେ...ସରିଗଲା ଜୀବନ ଯାକର ସଞ୍ଚୟ...ସରିଗଲା ପତ୍ନୀଙ୍କ ସୁନାଗହଣା ଓ ବାପାଙ୍କ ପେନସନ୍ । ଶେଷରେ କିଛି ଉପାୟ ନପାଇ ପରିବାର ସହ ଇଚ୍ଛା ମୃତ୍ୟୁ ପାଇଁ ମହାମହିମ ରାଷ୍ଟ୍ରପତିଙ୍କୁ କରିଛନ୍ତି ଆବେଦନ ।
୨୦୬ କୋବ୍ରା ବାଟାଲିୟନ ମାଓ ଦମନ ଅପରେସନ କଲାବେଳେ ଶ୍ରୀକାନ୍ତ ନାମକ ଜଣେ ଯବାନ ପ୍ରେସର ମାଇନ ଉପରେ ଗୋଡ଼ ପଡିବା ଯୋଗୁଁ ବିସ୍ପୋରଣ ହୋଇଥିଲା । ଗୁରୁତର ଯବାନଙ୍କୁ ଚିକିତ୍ସା ପାଇଁ ମେଡିକାଲରେ ଭର୍ତ୍ତି କରାଯାଇଛି ।
ସହିଦଙ୍କ ପାର୍ଥିବ ଶରୀରକୁ ଶୋଭାଯାତ୍ରାରେ ନିଆଯାଇଥିଲା ଶ୍ମଶାନ । ସେଠାର ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଗନ୍ ସାଲ୍ୟୁଟ ଦିଆଯାଇଥିଲା । ଶେଷଦର୍ଶନ କରିଥିଲେ ଅନେକ ମାନ୍ୟଗଣ୍ୟ ବ୍ୟକ୍ତି ।
ଛତିଶଗଡ଼ ରାୟପୁର ରେଲ୍ୱେ ଷ୍ଟେସନରେ ବିସ୍ଫୋରଣ ଘଟିଥିବା ସୂଚନା ମିଳିଛି। ଷ୍ଟେସନରେ ଅଟକି ଥିବା ଏକ ଟ୍ରେନ୍ ଭିତରେ ଏହି ବିସ୍ଫୋରଣ ଘଟିଥିବା ଜଣାପଡ଼ିଛି। ସିଆର୍ପିଏଫ୍ ଯବାନମାନେ ଏହି ସ୍ପେଶାଲ ଟ୍ରେନ୍ରେ ଯାତ୍ରା କରୁଥିଲେ।