Advertisment

ସାଂସଦ ପଦରୁ ବିଦାହେବେ ମହୁଆ ମୈତ୍ର !

ସାଂସଦ ପଦରୁ ମହୁଆ ମୈତ୍ରଙ୍କୁ କରାଯାଇପାରେ ବରଖାସ୍ତ। ତୃଣମୂଳ କଂଗ୍ରେସ ସାଂସଦ ମହୁଆ ମୈତ୍ରଙ୍କୁ ଅଯୋଗ୍ୟ ଘୋଷଣା ସହ ସାଂସଦ ପଦରୁ ବରଖାସ୍ତ କରାଯାଇପାରେ ।

author-image
Kausik Mohapatra
ଅଦ୍ୟତନ ହୋଇଛି
Mahua Moitra Lok Sabha membership Cancel

Mahua Maitra

ସାଂସଦ ପଦରୁ ମହୁଆ ମୈତ୍ରଙ୍କୁ କରାଯାଇପାରେ ବରଖାସ୍ତ। ତୃଣମୂଳ କଂଗ୍ରେସ ସାଂସଦ ମହୁଆ ମୈତ୍ରଙ୍କୁ ଅଯୋଗ୍ୟ ଘୋଷଣା ସହ ସାଂସଦ ପଦରୁ ବରଖାସ୍ତ କରାଯାଇପାରେ । ପ୍ରଶ୍ନ ପାଇଁ ଲାଞ୍ଚ ମାମଲାର ତଦନ୍ତ ପାଇଁ ଗଠିତ ପାର୍ଲାମେଣ୍ଟ ଏଥିକ୍ସ କମିଟି ଏହି ସୁପାରିସ କରିଛି।

Advertisment

ଏନେଇ କମିଟିର ସଦସ୍ୟଙ୍କୁ ମିଳିଥିବା ୫ ଶହ ପୃଷ୍ଠାର ରିପୋର୍ଟରେ ଉଲ୍ଲେଖ ରହିଛି । ଆଜି (ଗୁରୁବାର) ବସିବାକୁ ଥିବା ବୈଠକରେ ବିଧିବଦ୍ଧ ସୂଚନା ଜାରି ହୋଇପାରେ। ସାଂସଦ ମହୁଆ ମୈତ୍ରଙ୍କ କାର୍ଯ୍ୟକଳାପ ଅତ୍ୟନ୍ତ ଅଗ୍ରହଣୀୟ, ଅନୈତିକ, ଘୃଣ୍ୟ, ଅପରାଧିକ ବୋଲି କମିଟି ମତ ଦେଇଛନ୍ତି ।

ତେଣୁ ତାଙ୍କ ବିରୋଧରେ କଠୋର କାର୍ଯ୍ୟନୁଷ୍ଠାନ ନେବାକୁ କମିଟି ସୁପାରିସ କରିଛି । ମହୁଆ ବନ୍ଧୁ ବ୍ୟବସାୟୀଙ୍କୁ ସଂସଦର ଲଗ୍ ଇନ ପାସୱାର୍ଡ ଦେବା ଅଭିଯୋଗ ମଧ୍ୟ ରହିଛି।

Advertisment
TMC
Advertisment
Advertisment