• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

Reliance Jio ଉପଭୋକ୍ତାଙ୍କ ପାଇଁ ଖୁସି ଖବର । ଆଜି ଆନୁଷ୍ଠାନିକ ଭାବେ ଲଞ୍ଚ ହେଲା Jioର 4G ସ୍ମାର୍ଟଫୋନ୍‌ । Jioର 4G ସ୍ମାର୍ଟଫୋନ୍‌ ‘ଜିଓଫୋନ୍ ପ୍ରିମା’ ଲଞ୍ଚ ହୋଇଛି । ଅଳ୍ପ ଦାମ୍‌ରେ Jioର 4G ସ୍ମାର୍ଟଫୋନ୍‌କୁ ପ୍ୟାଡ୍ ଏବଂ କିଓସ୍ ଅପରେଟିଂ ସିଷ୍ଟମ୍ ସହିତ ଲଞ୍ଚ କରାଯାଇଛି । ତେବେ ଆସନ୍ତୁ ଜାଣିବା ଏହାର ଦାମ୍‌ ସହ ଏହି ସମ୍ପର୍କୀତ ଅଧିକ କିଛି ତଥ୍ୟ ।

ଜିଓଫୋନ୍ ପ୍ରିମା ହେଉଛି ଏକ 4G କି ପ୍ୟାଡ୍ ସ୍ମାର୍ଟଫୋନ୍ । ଯାହାକି ୨.୪ ଇଞ୍ଚ ହୋଇଥିବାବେଳେ TFT ଡିସପ୍ଲେ ରହିଛି । ଜିଓର ହୋମଗ୍ରାଉନ୍ ଅପରେଟିଂ ସିଷ୍ଟମ୍ Kai-OSରେ ୫୧୨MB RAMରେ ଚାଲିଥାଏ । ତାହା ସହିତ ମାଇକ୍ରୋ SD କାର୍ଡ ମାଧ୍ୟମରେ ୧୨୮GB ପର୍ଯ୍ୟନ୍ତ ଷ୍ଟୋରେଜ୍ କାପାସିଟି ରହିଛି ।

Jioର ଏହି 4G ସ୍ମାର୍ଟଫୋନ୍‌ ୨୩ଟି ଭାରତୀୟ ଭାଷାକୁ ସପୋର୍ଟ କରିପାରିବ । ଏହା ସହିତ ୟୁଟ୍ୟୁବ୍‌, ଫେସ୍‌ବୁକ୍‌ ଏବଂ ହ୍ୱାଟସ୍‌ଆପ୍‌ ମଧ୍ୟ ଏଥିରେ ବ୍ୟବହାର କରିହେବ । ସବୁଠାରୁ ବଡ଼ କଥା ହେଉଛି ଏହି ଫୋନ୍‌ରେ ଭିଡିଓ କଲ୍‌ ସହ ଫଟୋ ଉଠାଇବାର ମଧ୍ୟ ସୁଯୋଗ ଦିଆଯାଇଛି । Jioର 4G ସ୍ମାର୍ଟଫୋନ୍‌ ‘ଜିଓଫୋନ୍ ପ୍ରିମା’ରେ ଡିଜିଟାଲ୍ କ୍ୟାମେରାର ବ୍ୟବସ୍ଥା ରହିଛି ।

ଖାଲି ଏତିକି ଯେ ତାହା ନୁହେଁ, ଏଥିରେ JioTV, JioCinema, ଏବଂ JioSaavn ଆପ୍‌ ମଧ୍ୟ ରହିଛି । ଏହା ସହ JioPay ମାଧ୍ୟମରେ UPI ଦେୟ ଦେବାର ସୁବିଧା ମଧ୍ୟ ଦେଇଛି କମ୍ପାନୀ ।

ଜିଓଫୋନ୍ ପ୍ରିମାର ଦାମ୍‌ ୨,୫୯୯ ଟଙ୍କା ରଖାଯାଇଛି । ଆଜିଠାରୁ ଏହି ସ୍ମାର୍ଟ ଫୋନ୍‌ ପ୍ରମୁଖ ରିଟେଲ୍ ଷ୍ଟୋର୍, ରିଲାଏନ୍ସ ଡିଜିଟାଲ୍.ଇନ୍, ଜିଓମାର୍ଟ ଇଲେକ୍ଟ୍ରୋନିକ୍ସ ଏବଂ ଆମାଜନ ପରି ଅନଲାଇନ୍ ପ୍ଲାଟଫର୍ମରେ ମଧ୍ୟ ଉପଲବ୍ଧ ହେଉଛି । ଯଦି ଆପଣ ଏଥି ପ୍ରତି ଆଗ୍ରହ ଥିବେ ତେବେ ଆପଣ ଆଜିଠାରୁ କିଣିପାରିବେ ।