• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

ସାରା ଦେଶରେ ବାଣ ଫୁଟେଇବା ଉପରେ ଆସିଲା ବଡ଼ କଟକଣା । ଘାତକ ବାୟୁ ପ୍ରଦୂଷଣ କରୁଥିବା ବାଣ ଉପରେ କଟକଣା ଲଗାଇଛନ୍ତି ସୁପ୍ରିମକୋର୍ଟ । ସାରା ଦେଶରେ ଘାତକ ପ୍ରଦୂଷଣକାରୀ ବାଣ ଉପରେ କଟକଣା ଲଗାଇବାକୁ ନିର୍ଦ୍ଦେଶ ଦିଆଯାଇଛି । ବାରୁଦରେ ବେରିଅମ୍ ସଲ୍ଟ ମିଶ୍ରିତ ବାଣ ଉପରେ କଟକଣା ନିର୍ଦ୍ଦେଶ ହୋଇଛି । 

ଆଜି ରାଜସ୍ଥାନର ଏକ ମାମଲାର ଶୁଣାଣି କରି ଏହି ନିର୍ଦ୍ଦେଶ ଦେଇଛନ୍ତି ଅଦାଲତ । କେବଳ ରାଜସ୍ଥାନରେ ନୁହେଁ, ସାରା ଦେଶରେ ପ୍ରଦୂଷଣ ହେଉଛି । ତେଣୁ ପ୍ରଦୂଷଣ ସୃଷ୍ଟିକାରୀ ଏଭଳି ବାଣକୁ ନିୟନ୍ତ୍ରଣ କରାଯାଉ ବୋଲି ମତ ରଖିଛନ୍ତି ଅଦାଲତ ।

ସେପଟେ ଦିଲ୍ଲୀକୁ ଘାରିଛି ଦୀପାବଳି ଚିନ୍ତା । ଆସନ୍ତା ସପ୍ତାହରେ କ୍ୟାପିଟାଲ ସିଟିକୁ ଫେରିବ ଅଡ୍-ଇଭିନ୍ କଟକଣା । ଏଥିସହ ସ୍କୁଲ ଛୁଟି ବି ବଢ଼ିଲା କିଛି କ୍ଲାସ୍ ପାଇଁ । ଉତ୍କଟ ବାୟୁ ପ୍ରଦୂଷଣ ଦିଲ୍ଲୀ ବାସୀଙ୍କୁ ଅଣନିଶ୍ୱାସୀ କରିଦେଉଛି । ଦୀପାବଳିରେ ବାଣ ଉପରେ ଯେତେ କଟକଣା ଲଗାଇଲେ ବି ସ୍ଥିତି ଆହୁରି ଅଧିକ ଖରାପ ହେବ ବୋଲି ଆଶଙ୍କା କରାଯାଉଛି ।