୧୨ ଦିନ ତଳେ ନବରଙ୍ଗପୁର ସୀମାନ୍ତ ପଡ଼ୋଶୀ ଛତିଶଗଡ଼ ଜଙ୍ଗଲରୁ ପଘାରପାଣି ଜଙ୍ଗଲକୁ ପଶି ଆସିଥିଲା ୬ ବର୍ଷର ହାତୀଛୁଆଟି ।
ରାଉରକେଲାରେ ହାତୀ ପଲଙ୍କୁ ଟ୍ରେନ୍ ଧକ୍କା ଦେବା ଘଟଣାରେ ଆହତ ହାତୀ ଛୁଆକୁ ଚିକିତ୍ସା ପାଇଁ ନନ୍ଦନକାନନ ଅଣାଯାଉଛି ।
ଅଧିକ ଆକ୍ୟୁରେଟ୍ ହେବ ଚିକିତ୍ସା ସେବା । କେଉଁ ଲକ୍ଷଣ ପାଇଁ କେଉଁ ଉପଚାର ଅଧିକ ପ୍ରଜୁଯ୍ୟ, ତାହା କହିଦେବ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ।
ତନ୍ତ୍ରମନ୍ତ୍ରରେ ବିଶ୍ୱାସ କରୁଛନ୍ତି ଆଧୁନିକ ମଣିଷ । ଗତ କିଛିଦିନ ତଳେ ବଲାଙ୍ଗିର ଜିଲ୍ଲାରେ ଘଟିଥିବା ଏକ ତାନ୍ତ୍ରିକର କାରନାମାକୁ ନେଇ ଏବେ ସବୁଠି ଚର୍ଚ୍ଚା ।
ଟ୍ୟୁମର ଅପରେସନ୍ ଡାକ୍ତରଙ୍କ ପାଇଁ ଥିଲା ବଡ଼ ଚ୍ୟାଲେଞ୍ଜ । ଚାରିଆଡ଼େ ବ୍ଲଡ ଭେସେଲ ମାଡ଼ି ରହିଥିବାରୁ ଅପରେସନ ବିପଦପୂର୍ଣ୍ଣ ହେବାର ଯଥେଷ୍ଟ ଆଶଙ୍କା ଥିଲା ।
ହସ୍ପିଟାଲରେ ଆବଶ୍ୟକ ବେଡ୍ ନଥିଲା। ତେଣୁ ହସ୍ପିଟାଲ ବାହାରେ ଥିବା ରାସ୍ତାରେ ସମସ୍ତଙ୍କ ଚିକିତ୍ସା ଆରମ୍ଭ କରାଯାଇଥିଲା। ରୋଗୀଙ୍କୁ ଦିଆଯାଇଥିବା ସାଲାଇନକୁ ଗଛରେ ଟଙ୍ଗା ଯାଇଥିଲା।
ଖଟିଆରେ ଟେକି ନେଲେ ଯାଉଛନ୍ତି, ଉଠାଇ ବସାଇଲେ ବସୁଛନ୍ତି ଆଉ ଖୁଆଇଲେ ଖାଉଛନ୍ତି । ଏ ହେଉଛନ୍ତି ମୟୁରଭଂଜ ଜିଲ୍ଲାର ବହଳଦା ବ୍ଲକ ଅନ୍ତର୍ଗତ ବାଗଡେଗା ଗାଁର ଭାରତୀ ମହାନ୍ତ। ଦୀର୍ଘ ବର୍ଷେ ହେଲା ପାରାଲେସିସରେ ଆକ୍ରାନ୍ତ ହୋଇ ଶଯ୍ୟାସାୟୀ ହୋଇଛନ୍ତି ଭାରତୀ।
ପରିସ୍ଥିତି ଏମିତି ହୋଇଗଲା ଯେ, ହୃଦୟରେ ପଥର ରଖି ଗେହ୍ଲା ପୁଅକୁ ବାନ୍ଧିବାକୁ ପଡ଼ିଲା.. ଜଣାନଥିଲା କେତେଦିନ.. କିନ୍ତୁ ଦେଖୁ ଦେଖୁ ୧୩ ବର୍ଷ ବିତିଗଲା.. ପୁଅର ଅବସ୍ଥା ସୁଧୁରିଲାନି କି ମାଆର ମମତା ବଦଳିଲାନି.. ଥକିପଡ଼ିନି ଏଇ ମାଆ.. ଏଇ ମାଆ ପୁଅଙ୍କ କାହାଣୀ ଜାଣିଲେ ଆଖିରୁ ଲୁହ ଝରିଯିବ..
Doctor Doctor | Retinopathy of Prematurity - Symptoms, Causes, Treatment | Dr Tapas Ranjan Padhi OdishaTV is Odisha\'s no 1 News Channel. OTV being the
ଏହି ରୋଗ ମହିଳା ମାନଙ୍କ ଓଭାରିରେ ସୃଷ୍ଟି ହେବା ପରେ ଏହା ରିପ୍ରଡକ୍ଟିଭ ସିଷ୍ଟମ ଉପରେ ପ୍ରଭାବ ପକାଇବା ସହ ହରମୋନ ଓ ଅଣ୍ଡା ସୃଷ୍ଟି କରିବାରେ ଗୁରୁତର ସମସ୍ୟା ସୃଷ୍ଟି କରିଥାଏ ।
Doctor Doctor | Scrub Typhus: Symptoms, Causes, Treatment, Medicines | Dr, Jayant Panda OdishaTV is Odisha\'s no 1 News Channel. OTV being the first private
ସ୍ୱାସ୍ଥ୍ୟ ବିଭାଗର ବରିଷ୍ଠ ବାବୁ ବି ଟୁରରେ ସାମିଲ । ରାଜ୍ୟ ତହବିଲରୁ ଖର୍ଚ୍ଚକୁ ନେଇ ଉଠିଲା ଆପତ୍ତି ।
ଦୁର୍ଘଟଣା ପରେ ୩ ଥର ଅପରେସନ୍ ହେଲାଣି । ସରକାରୀ ମେଡିକାଲରେ ବାପା ଆଣି ପକାଇ ଦେଇଛନ୍ତି...ଚିକିତ୍ସା ମିଳୁନି କି କେହି ପାଖକୁ ଆସୁନାହାନ୍ତି । ବିଛଣାରେ ଝାଡା ପରିସ୍ରା କରୁଛନ୍ତି , ଚିକିତ୍ସା ପାଇଁ କରୁଛନ୍ତି ନିବେଦନ
ବଡ଼ ଅସହାୟ ରଞ୍ଜନ । ଦୁଇଟି ଗୋଡ ସଂପୂର୍ଣ୍ଣ ଅଚଳ ହେଲେ ବି ମିଳୁନି ସରକାରୀ ସହାୟତା । ପରିବାର ମୁହଁରେ ଦାନା ଦେବା ପାଇଁ ଏମିତି ଗୁରୁଣ୍ଡି ଗୁରୁଣ୍ଡି ପିଲାଙ୍କୁ ପଢାଉଛନ୍ତି କିଛି ରୋଜଗାର କରୁଛନ୍ତି । ଏତିକିରେ ଯାହା ଯେତିକି ହେଉଛି
ଆଦିବାସୀ ବୋଲି...ଦେହ ଖରାପ ହୋଇଥିଲା, ଡାକ୍ତରଖାନାକୁ ଯାଇଥିଲେ ଚିକିତ୍ସା ପାଇଁ । କିଛିଦିନ ଚିକିତ୍ସା କଲେ, ହେଲେ ପରେ କହିଲେ ତୁମର ଡେଟ୍ ସରିଗଲା, ଘରକୁ ପଳାଅ । ବିଧାୟକ କହିଲେ, କାର୍ଯ୍ୟାନୁଷ୍ଠାନ ନହେଲେ ଜୋରଦାର ହେବ ଆନ୍ଦୋଳନ
କଳାହାଣ୍ଡିଆ ମେଘ...ଢୁ ଢୁ ବର୍ଷାରେ ଘୋଷାରି ହୋଇ କଲେକ୍ଟରଙ୍କୁ ହାତ ଯୋଡି ଦରଖାସ୍ତ ଦେଲେ ମାମୁଁ । ଗୁହାରି କଲେ ଭଣଜାକୁ ଭଲ କରିଦିଅ ବାବୁ...କଲେକ୍ଚର ବି ଗାଡି ଅଟକାଇଲେ, ତୁରନ୍ତ ସହାୟତା ଲାଗି ନିର୍ଦ୍ଦେଶ ଦେଲେ
ଇଏ ବିଶ୍ୱାସର କଥା । ଆଜିକା ସମୟରେ ବି ଲୋକମାନେ ଡାକ୍ତରଖାନା ଯାଉନାହାନ୍ତି ବରଂ ଚେରମୂଳି ଉପରେ ନିର୍ଭର କରୁଛନ୍ତି । ହେଲେ ସେଇଠି ଭଲ ହେଲେ ନାହିଁ...ବରଂ ଏଇଠି ଚେରମୂଳି ଖାଇବା ପରେ ଭଲ ହେଉଥିବା କୁହାଯାଉଛି । ମାଲକାନଗିରିରୁ ଆସିଛି ଏମିତି ଦୃଶ୍ୟ
ଅଚଳ ହୋଇପଡ଼ିଛି ପୂରା ଶରୀର.. ଏପଟେ ଅସହ୍ୟ ଯନ୍ତ୍ରଣା ସହିହେଉନି..ସ୍ତ୍ରୀ ପିଲାଙ୍କ ମୁହଁକୁ ଦେଖିଲେ ଛାତି ଫାଟିଯାଉଛି..ମେରୁଦଣ୍ଡ ଭଲ କରିଦିଅ ବୋଲି ହାତ ଯୋଡ଼ି କରୁଛନ୍ତି ଗୁହାରି..
ଯାହାକୁ ନେଇ ପରିବାର ଲୋକେ ଅସହାୟ ହୋଇପଡ଼ିଥିବାବେଳେ ଜଟଣୀ ମେଡିକାଲ ଅଧୀକ୍ଷକ କହିଛନ୍ତି ଘଟଣା ଅନୁସନ୍ଧାନ କରି ଉଚ୍ଚ କର୍ତ୍ତୃପକ୍ଷଙ୍କୁ ଜଣାଇବେ।
ଲିଭର ସିରୋସିସରେ ଆକ୍ରାନ୍ତ ଓଲିଉଡ୍ ଅଭିନେତା ପିଣ୍ଟୁ ନନ୍ଦଙ୍କୁ ଦିଲ୍ଲୀର ଇନଷ୍ଟିଚ୍ୟୁଟ୍ ଅଫ୍ ଲିଭର ଆଣ୍ଡ ବିଲିଆରି ସାଇନସେସ୍ - ILBSରେ ଭର୍ତ୍ତି କରାଯାଇଥିଲା । ସେଠାରେ ତାଙ୍କର ଯକୃତ ପ୍ରତିରୋପଣ ହେବାର ଥିଲା । ହେଲେ ପରିବାରରୁ ଡୋନରଙ୍କ ବ୍ଲଡ୍ ଗ୍ରୁପ୍ ମ୍ୟାଚ୍ ହୋଇପାରିଲାନି ।
ଲିଭର ସିରୋସିସରେ ଆକ୍ରାନ୍ତ ଓଲିଉଡ୍ ଅଭିନେତା ପିଣ୍ଟୁ ନନ୍ଦଙ୍କୁ ଦିଲ୍ଲୀର ଇନଷ୍ଟିଚ୍ୟୁଟ୍ ଅଫ୍ ଲିଭର ଆଣ୍ଡ ବିଲିଆରି ସାଇନସେସ୍ - ILBSରେ ଭର୍ତ୍ତି କରାଯାଇଥିଲା । ସେଠାରେ ତାଙ୍କର ଯକୃତ ପ୍ରତିରୋପଣ ହେବାର ଥିଲା । ହେଲେ ପରିବାରରୁ ଡୋନରଙ୍କ ବ୍ଲଡ୍ ଗ୍ରୁପ୍ ମ୍ୟାଚ୍ ହୋଇପାରିଲାନି ।
ଡାକ୍ତରଖାନା ପକ୍ଷରୁ ପିଲାମାନଙ୍କୁ ଡାକ୍ତରଙ୍କ ନିକଟକୁ ପରାମର୍ଶ ନେବାକୁ ଯିବାପାଇଁ ଇଲେକ୍ଟ୍ରକ୍ କାର୍ର ବ୍ୟବସ୍ଥା କରାଯାଇଛି
ସବୁ ସାରିଦେଲା ପାରାଲିସିସ୍। ୬ ବର୍ଷ ହେଲାଣି ହାତ ଚାଲୁନି କି ଗୋଡ ଚାଲୁନି...ରାସ୍ତା କଡରେ, ଝାଟିମାଟି ଘରେ ଜୀବନ ବିତାଉଛନ୍ତି ବସନ୍ତ...ସରକାରୀ ସାହାଯ୍ୟ ମିଳିଲେ ବଞ୍ଚିଯିବ ପୂରା ପରିବାର
ଅସାଧ୍ୟ ରୋଗରେ ପଡ଼ିଛି ପୁଅ। ଚିକିତ୍ସା କରାଇବା ପାଇଁ ବାପା-ମାଆଙ୍କ ପାଖରେ ପଇସା ନାହିଁ। କେମିତି ପୁଅକୁ ବଂଚାଇବେ ସେନେଇ ଅନେକ ସଂଘର୍ଷ କରୁଛନ୍ତି। ହେଲେ ଉପାୟ କିଛି ମିଳୁନି। ଶେଷରେ ବାଧ୍ୟ ହୋଇ ଏମିତି ଭିକ ମାଗୁଛନ୍ତି ବାପା-ମାଆ। ଦୋକାନ ଦୋକାନ ବୁଲୁଛନ୍ତି, ପୁଅ ପାଇଁ ଟଙ୍କା ଯୋଗାଡ଼ କରୁଛନ୍ତି...ଦେଖନ୍ତୁ ଏହି ହୃଦୟ ବିଦାରକ ଦୃଶ୍ୟ...