• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

ନଭେମ୍ବର ୭ ଜାତୀୟ କର୍କଟ ସଚେତନତା ଦିବସ ବା NATIONAL CANCER AWARENESS DAY. । କ୍ୟାନସରକୁ ଜିଣିବା ପାଇଁ ଗୋଟିଏ ପାଦ ଆଗକୁ । ଯାହାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ପ୍ରତ୍ୟେକ ବ୍ୟକ୍ତିଙ୍କୁ କ୍ୟାନସର ନେଇ ସଚେତନ କରିବା । କିଭଳି ପ୍ରାଥମିକ ଅବସ୍ଥାରେ କ୍ୟାନସରକୁ ଚିହ୍ନଟ କରିବେ, ଉଚିତ ସମୟରେ ସଠିକ ପରୀକ୍ଷା ନିରୀକ୍ଷା ସହ ଚିକିତ୍ସା କରିବେ ଏହା ହିଁ ଜାତୀୟ କର୍କଟ ସଚେତନତା ଦିବସର ମୁଖ୍ୟ ଉଦ୍ଦେଶ୍ୟ ।

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ପରିସଂଖ୍ୟାନ ଅନୁଯାୟୀ ବର୍ତ୍ତମାନ ଭାରତରେ କ୍ୟାନସରରୁ ମୃତ୍ୟୁ ହାର ସର୍ବାଧିକ ରହିଛି । ପାଖାପାଖି ୯ ଲକ୍ଷ ଲୋକ ପ୍ରତିବର୍ଷ କ୍ୟାନସର ଯୋଗୁଁ ମୃତ୍ୟୁ ମୁଖରେ ପଡୁଛନ୍ତି । ଏସବୁ ଭିତରେ ଡିମ୍ବାଶୟ କର୍କଟ ବା ଓଭାରିଆନ କ୍ୟାନସର ଯୋଗୁଁ ଅଧିକ ମହିଳାଙ୍କ ମୃତ୍ୟୁ ହେଉଥିବା ଦେଖିବାକୁ ମିଳିଛି । ଅବହେଳା ଓ ବିଳମ୍ବ ହିଁ ଏହାର ମୁଖ୍ୟ କାରଣ ବୋଲି ଜଣାପଡିଛି । ଆସନ୍ତୁ ଜାଣିବା ଡିମ୍ବାଶୟ କର୍କଟ ବା ଓଭାରିଆନ କ୍ୟାନସରକୁ କଭଳି ସହଜରେ ଜିଣିହେବ ।

ଅଧିକ ପଢ଼ନ୍ତୁ: ଲୋକଙ୍କ ସେବା କରୁଥିବା ଯଦୁନାଥ ଦିନେ କର୍କଟରେ ପିଡୀତ ହୋଇଥିଲେ

ସାଧାରଣତଃ ମହିଳାମାନେ ନିଜ ପରିବାରର ଅଧିକ ଯତ୍ନ ନେଉଥିବାବେଳେ ନିଜକୁ ଅବହେଳା କରିଥାନ୍ତି । ଯାହା ମହିଳା ମାନଙ୍କୁ ଏଭଳି ବିପଦ ମୁଖକୁ ଟାଣି ନେଇଥାଏ । ଓଭାରିଆନ କ୍ୟାନସର ଗୋଟିଏ ଗୁରୁତର ସମସ୍ୟା ହୋଇଥିବାବେଳେ ଯଦି ଏହାକୁ ଶୀଘ୍ର ଚିହ୍ମଟ ସହ ଉଚିତ ଚିକିତ୍ସା କରାଯାଏ ତାହେଲେ ଏଥିରୁ ଅନାୟସରେ ମୁକ୍ତି ମିଳିପାରିବ । କିନ୍ତୁ ମହିଳା ମାନଙ୍କ କ୍ଷେତ୍ରରେ ପଞ୍ଚମ ସର୍ବାଧିକ ମୃତ୍ୟୁ ଓଭାରିଆନ କ୍ୟାନସର ଯୋଗୁଁ ହିଁ ହେଉଛି ।

ଏହି ରୋଗ ମହିଳା ମାନଙ୍କ ଓଭାରିରେ ସୃଷ୍ଟି ହେବା ପରେ ଏହା ରିପ୍ରଡକ୍ଟିଭ ସିଷ୍ଟମ ଉପରେ ପ୍ରଭାବ ପକାଇବା ସହ ହରମୋନ ଓ ଅଣ୍ଡା ସୃଷ୍ଟି କରିବାରେ ଗୁରୁତର ସମସ୍ୟା ସୃଷ୍ଟି କରିଥାଏ । ମହିଳା ମାନଙ୍କ ଠାରେ ଏପିଥେଲିଆଲ ଓଭାରିଆନ କ୍ୟାନସର ଅଧିକ ଦେଖିବାକୁ ମିଳିଥାଏ । ଯାହା ପ୍ରଥମେ ଓଭାରିର ଉପରି ଭାଗରେ ସୃଷ୍ଟି ହୋଇ କାୟା ବିସ୍ତାର କରିଥାଏ । ଚିକିତ୍ସା ବିଜ୍ଞାନୀଙ୍କ ମତରେ ଡିମ୍ବାଶୟ କର୍କଟ ବା ଓଭାରିଆନ କ୍ୟାନସରର ପ୍ରକୃତ କାରଣ ଆଜିଯାଏ ସ୍ପଷ୍ଟ ହୋଇନଥିଲେ ହେଁ ଏଥିପାଇଁ ପରିବେଶର ପ୍ରଭାବ ଏବଂ ବଂଶାନୁକ୍ରମିକ ହିଁ ଏହାର ମୁଖ୍ୟ କାରଣ । 50 ବର୍ଷ ବୟସରୁ ଉର୍ଦ୍ଧ ମହିଳା ମାନଙ୍କ କ୍ଷେତ୍ରରେ ଏହି ରୋଗ ଅଧିକ ବିପଦପୂର୍ଣ୍ଣ ହେଇଥାଏ ।

ଯେଉଁ ମହିଳାମାନେ ବାରମ୍ବାର ଗର୍ଭ ଧାରଣରୁ ବଞ୍ଚିତ ହେଉଥିବେ ଏବଂ ଯିଏ ବିପଦପୂର୍ଣ୍ଣ କନସିଭ କରିଥିବେ ସେମାନଙ୍କ ପାଇଁ ମଧ୍ୟ ଏହା ଖୁବ୍ ମାରାତ୍ମକ ସାବ୍ୟସ୍ତ ହୋଇଥାଏ । ଓଭାରିଆନ କ୍ୟାନସରର ଆଉ ଏକ ପ୍ରମୁଖ କାରଣ ହେଲା ଆଧୁନିକ ଜୀବନଶୈଳୀ ଯେମିତିକି ଧୁମ୍ରପାନ, ମୋଟାପା, ପେଷ୍ଟିସାଇଡ, ଖାଦ୍ୟପେୟ ଅନିୟମିତତା ଇତ୍ୟାଦି ଓଭାରିଆନ କ୍ୟାନସରର ରିସ୍କକୁ ଆହୁରି ଅଧିକ ବଢାଇଦେଇଥାଏ । ତେବେ ଯାହାବି ହେଉ ଯଦି ଆମେ ନିଜର ଯତ୍ନ ନେବା ସହ ସଚେତନ ହେବା ଏବଂ ପ୍ରସୂତି ଜନିତ ଯେକୌଣସି ବି ସମସ୍ୟା ଦେଖାଦେଲେ ତୁରନ୍ତ ଡକ୍ଟରଙ୍କ ସହ ପରାମର୍ଶ କରିବା ତାହେଲେ ଏଭଳି ଗୋଗକୁ ମଧ୍ୟ ସହଜରେ ଜିଣିପାରିବା ।