• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Rajalaxmi Sahoo

ସହଜ ହେଲା ଅମରନାଥ ଦର୍ଶନ । ଏଣିକି ଯେଉଁ ଭକ୍ତ ଚାହିଁବେ ସେମାନେ ୪ ଚକିଆ ଗାଡ଼ିରେ ବସି ପବିତ୍ର ଅମରନାଥ ଗୁମ୍ଫାରେ ପହଞ୍ଚି ପାରିବେ । କାହିଁକି ନା ଅସମ୍ଭବକୁ ସମ୍ଭବ କରି ଦେଖାଇଛି ବର୍ଡର ରୋଡ୍ ଅର୍ଗାନାଇଜେସନ(BRO) ।

ବଲତାଲ ଦେଇ ଦୁମେଲ-ଅମରନାଥ ରାସ୍ତାର ସଂପ୍ରସାରଣ କାମ ସଫଳତାର ସହ ଶେଷ ହୋଇଛି । ଫଳରେ ସହଜରେ ଅମରନାଥ ଗୁମ୍ଫାରେ ପହଞ୍ଚି ହେବ ।ଶ୍ରଦ୍ଧାଳୁଙ୍କୁ ନେଇ କିଛି ୪ ଚକିଆ ଗାଡ଼ି ଅମରନାଥରେ ପହଞ୍ଚିଥିବା ଫଟୋ ବିଆରଓ ଏକ୍ସରେ ଛାଡିବା ସହ ଏହା ଏକ ଐତିହାସିକ ସଫଳତା ବୋଲି କହିଛି

ପୂର୍ବରୁ ଜମ୍ମୁ ଓ କାଶ୍ମୀର ପୂର୍ତ୍ତ ବିଭାଗ ଗଣ୍ଡେରବାଲା ଜିଲ୍ଲା ଅନ୍ତର୍ଗତ ବଲତାଲ-ଅମରନାଥ ରାସ୍ତାର ରକ୍ଷାଣବେକ୍ଷଣ କରୁଥିଲା । ସେହିପରି ପହଲଗାଁ ଉନ୍ନୟନ କର୍ତ୍ତୃପକ୍ଷ ଅନନ୍ତନାଗ ଜିଲ୍ଲାରେ ପଡୁଥିବା ପହଲଗାମ-ଅମରନାଥ ରାସ୍ତା ଦାୟିତ୍ୱରେ ଥିଲା ।

ଗତ ସେପ୍ଟେମ୍ବରରେ ଉଭୟ ରାସ୍ତାର ପ୍ରଶସ୍ତିକରଣ ଓ ବିକାଶ କାର୍ଯ୍ୟର ଦାୟିତ୍ୱ ବର୍ଡର ରୋଡ୍‌ ଅର୍ଗାନାଇଜେନସନକୁ ଦିଆଯାଇଥିଲ। । ଆଉ ରେକର୍ଡ ସମୟରେ ବିଆରଓ ଏହି ଜଟିଳ କାର୍ଯ୍ୟକୁ ସଫଳତାର ସହ ଶେଷ କରିଛି । ତେବେ ମେହବୁବା ମୁଫତିଙ୍କ ପିପୁଲ୍ସ ଡେମୋକ୍ରାଟିକ ପାର୍ଟି(ପିଡିପି) ସଡ଼କ ପଥରେ ଅମରନାଥ ସଂଯୋଗ କରାଯିବାକୁ ନିନ୍ଦା କରିଛି । ଅମରନାଥ ଯାତ୍ରା ଭକ୍ତଙ୍କ ଭାବାବେଗ ସହ ଜଡ଼ିତ ।

ହିନ୍ଦୁ ଦର୍ଶନ ଅନୁଯାୟୀ, ଶ୍ରଦ୍ଧାଳୁ ପ୍ରକୃତିର କୋଳରେ ରହିଲେ ହିଁ ଆଧ୍ୟାତ୍ମିକତା ସୃଷ୍ଟି ହୁଏ । ତେଣୁ ପାରମ୍ପରିକ ପାଦଚଲା ରାସ୍ତା ବଦଳରେ ଚାରି ଚକିଆ ଗାଡ଼ିରେ ଅମରନାଥ ଗୁମ୍ଫାକୁ ଯିବା ଏକ ଅପରାଧ ବୋଲି ପିଡିପି ମୁଖପାତ୍ର ମୋହିତ ଭାନ କହିଛନ୍ତି ।