• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

ଛତିଶଗଡ଼ ଭୋଟିଂ ବେଳେ ନକ୍ସଲ ହମଲା । ଛତିଶଗଡ଼ ସୁକମା ଜିଲ୍ଲା ମିନପାରେ ଏନକାଉଣ୍ଟର୍ ମଧ୍ୟ ହୋଇଛି । ଏହି ଘଟଣାରେ ୩ ଜଣ ସୁରକ୍ଷାକର୍ମୀ ଗୁରୁତର ଆହତ ହୋଇଛନ୍ତି । ମିନପା ମତଦାନ କେନ୍ଦ୍ର ସୁରକ୍ଷା ଦାୟିତ୍ୱରେ ଥିଲେ ଯବାନ । ଭୋଟିଂ ଚାଲୁଥିବା ବେଳେ ମାଓବାଦୀ ମାନେ ସୁରକ୍ଷାକର୍ମୀଙ୍କ ଉପରେ ଗୁଳିମାଡ଼ କରିଥିଲେ । ନକ୍ସଲଙ୍କୁ କଡ଼ା ଜବାବ ଦେଇଛନ୍ତି ଯବାନ । ଛତିଶଗଡ଼ରେ ଆଜି ଘଟିଛି ତିନିଟି ନକ୍ସଲ ହିଂସା ।

ଛତିଶଗଡ଼ରେ ମଙ୍ଗଳବାରଦିନ ପ୍ରଥମ ପର୍ଯ୍ୟାୟ ଭୋଟ ଗ୍ରହଣ ଚାଲିଛି । ଗୋଟିଏ ପଟେ ଲୋକମାନେ ଉତ୍ସାହର ସହ ଭୋଟ ଦେଉଥିବାବେଳେ ଅନ୍ୟପଟେ ସୁକମା ଓ କୋଙ୍କର ଜଙ୍ଗଲରେ ନକ୍ସଲ ଓ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଭୟଙ୍କର ଗୁଳିବିନିମୟ ଚାଲିଛି । ଅର୍ଥାତ ରାଜ୍ୟରେ ଗୋଟିଏ ସମୟରେ ବାଲଟ ଓ ବୁଲେଟ ଲଢେଇ ଚାଲିଛି ।

ଗତକାଲ ଛତିଶଗଡ଼ର କାଙ୍କେର ଠାରେ ନକ୍ସଲମାନେ ଆଇଡି ବିସ୍ଫୋରଣ କରିଥିଲେ । ଏଥିରେ ଜଣେ ବିଏସଏଫ କନଷ୍ଟେବଲ ଓ ୨ ଜଣ ପୁଲିଂ କର୍ମଚାରୀ ଆହତ ହୋଇଛନ୍ତି । ଆହତ ବିଏସଏଫ କନଷ୍ଟେବଲ ଜଣଙ୍କ ହେଲେ ପ୍ରକାଶ ଚାନ୍ଦ । ବିସ୍ଫୋରଣ ଯୋଗୁ ତାଙ୍କ ଗୋଡ଼ରେ ଆଘାତ ଲାଗିଛି । ଏଥିପାଇଁ ତାଙ୍କୁ ଛୋଟେପେଥିୟା ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଆହତ ଦୁଇ ପୁଲିଂ କର୍ମଚାରୀଙ୍କୁ ପ୍ରାଥମିକ ଚିକିତ୍ସା ପରେ ଛାଡ଼ି ଦିଆଯାଇଛି ।

ବିଏସ୍‌ଏଫ ଓ ଜିଲ୍ଲା ଫୋର୍ସ ମିଳିତ ଭାବେ ମାରବେଦା କ୍ୟାମ୍ପରୁ ରେଙ୍ଗାଘାଟି ରେଙ୍ଗାଗୁଣ୍ଡି ପୁଲିଂ ଷ୍ଟେସନକୁ ଯାଉଥିଲେ । ସେମାନଙ୍କ ସହ ୪ ଜଣ ପୁଲିଂ ଅଧିକାରୀ ମଧ୍ୟ ଥିଲେ । ସେମାନେ ଅଧା ରାସ୍ତାରେ ଥିବା ବେଳେ ହଠାତ ବିସ୍ଫୋରଣ ହୋଇଛି । ଖବର ପାଇ ଅତିରିକ୍ତ ପୋଲିସ୍ ଫୋର୍ସ ଘଟଣାସ୍ଥଳରେ ପହଞ୍ଚି ଥିଲେ । ଏହାପରେ ଆହତମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଘଟଣା ପରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି ।