• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

ବିଧାନସଭା ଭିତରେ ଅଭଦ୍ର ଟିପ୍ପଣୀ କରି କ୍ଷମା ମାଗିଲେ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର । ଗତକାଲି ବିଧାନସଭାରେ ମହିଳାଙ୍କୁ ନେଇ ଅତ୍ୟନ୍ତ ଆଶାଳୀନ ଟିପ୍ପଣୀ ଦେଇଥିଲେ ବିହାର ମୁଖ୍ୟମନ୍ତ୍ରୀ । ଜନସଂଖ୍ୟା ନିୟନ୍ତ୍ରଣରେ ମହିଳା ଓ ମହିଳାଙ୍କରର ଭୂମିକା ଉପରେ ଟିପ୍ପଣୀ କରିଥିଲେ । ତେବେ ନୀତୀଶ କୁମାରଙ୍କର ଶବ୍ଦ ସଂଯୋଜନା ଅତ୍ୟନ୍ତ ନିମ୍ନମାନର ଥିଲା । ବିଧାନସଭା ଭିତରେ ଏପରି ମନ୍ତବ୍ୟ ଗଣତନ୍ତ୍ରର ଭାବମୂର୍ତ୍ତିକୁ କ୍ଷୂର୍ଣ୍ଣ କରିଥିଲା । ପରିଶେଷରେ ନିଜର ଭୁଲ ବୁଝିପାରି କ୍ଷମା ମାଗିଛନ୍ତି ମୁଖ୍ୟମନ୍ତ୍ରୀ ।

ନୀତୀଶଙ୍କ ବୟାନକୁ ସୋସିଆଲ ମିଡ଼ିଆରେ ତୀବ୍ର ସମାଲୋଚନା କରା ଯାଇଥିଲା । ଏଣୁ ନିଜ ବିବୃତ୍ତିରେ ନୀତୀଶ କହିଛନ୍ତି, ମହିଳାଙ୍କୁ ଆଘାତ ଦେବାରେ କୌଣସି ଉଦ୍ଦେଶ୍ୟ ନଥିଲା । ମୁଁ ଦେଇଥିବା ମନ୍ତବ୍ୟ ଯଦି କାହାକୁ ଆଘାତ ଦେଇଛି ତେବେ ମନ୍ତବ୍ୟ ଫେରାଇ ନେଉଛି ବୋଲି କହିବା ସହ କ୍ଷମା ପ୍ରାର୍ଥନା କରିଛନ୍ତି ନୀତୀଶ । ମୋ ବୟାନକୁ ଭୁଲ ଭାବେ ଉପସ୍ଥାପନ କରା ଯାଇଛି ବୋଲି ସଫେଇ ଦେଇଛନ୍ତି ନୀତୀଶ ।

ଜନସଂଖ୍ୟା ନିୟନ୍ତ୍ରଣ ନେଇ ମହିଳାଙ୍କ ଶିକ୍ଷା ବାବଦରେ ଅଶାଳୀନ ମନ୍ତବ୍ୟ ଦେଇଥିଲେ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର । ବିହାରରେ ଜନ୍ମହାର ୪.୨ ପ୍ରତିଶତରୁ ୨.୯ ପ୍ରତିଶତକୁ ଖସିଥିବା ସେ କହିବା ସହ ଏନେଇ ଅତ୍ୟନ୍ତ ଅଭଦ୍ର ଟିପ୍ପଣୀ କରିଥିଲେ । ଜନ୍ମହାର କମିବାରେ ମହିଳାଙ୍କର ଉଲ୍ଲେଖନୀୟ ଭୂମିକା ରହିଛି ଏଥିପାଇଁ ମହିଳାଙ୍କର ଶିକ୍ଷା ଆବଶ୍ୟକ ବୋଲି କହିଥିଲେ ।

କିନ୍ତୁ ସେ ଏପରି କିଛି ଶବ୍ଦର ପ୍ରୟୋଗ କରୁଥିଲେ, ଯେଉଁଥିରେ ସମସ୍ତଙ୍କର ମୁଣ୍ତ ଲଜ୍ୟାରେ ନଇଁ ଯାଇଥିଲା । ବିରୋଧୀ ଏହାକୁ ତୀବ୍ର ସମାଲୋଚନା କରିଛନ୍ତି । ଜାତୀୟ ମହିଳା କମିଶନଙ୍କ ପକ୍ଷରୁ ମଧ୍ୟ ନୀତୀଶଙ୍କୁ କ୍ଷମା ମାଗିବାକୁ କୁହା ଯାଇଥିଲା । ପରିଶେଷରେ ଚାପର ବଶବର୍ତ୍ତୀ ହୋଇ ନୀତୀଶ କ୍ଷମା ମାଗିଥିଲେ ।