Advertisment

ଜାତିଗତ ସର୍ଭେ ପରେ ନୀତୀଶ କୁମାରଙ୍କ ନୂଆ ଗୋଟି ଚାଳନା

ଜାତିଗତ ସର୍ଭେ ପରେ ନୂଆ ଗୋଟି ଚଳାଇଲେ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର। ସୁପ୍ରିମକୋର୍ଟଙ୍କ ଧାର୍ଯ୍ୟ ସଂରକ୍ଷଣ ସୀମାକୁ ଟପି ରାଜ୍ୟରେ ୬୫ ପ୍ରତିଶତ ରିଜର୍ଭେସନ ଲାଗି ବିହାର ବିଧାନସଭାରେ ଆଗତ ହେଲା ପ୍ରସ୍ତାବ। ଜାତିଗତ ସଂରକ୍ଷଣର ସର୍ବୋଚ୍ଚ ସୀମା ୫୦ ପ୍ରତିଶତ ବୋଲି ସୁପ୍ରିମକୋର୍ଟଙ୍କ ୧୯୯୨ ମସିହାର ରାୟ ରହିଛି।

author-image
Pramod Behera
ଅଦ୍ୟତନ ହୋଇଛି
Nitish Govt to Hike Bihar Cast Quota

Based on caste survey, Bihar to increase quota

ଜାତିଗତ ସର୍ଭେ ପରେ ନୂଆ ଗୋଟି ଚଳାଇଲେ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର। ସୁପ୍ରିମକୋର୍ଟଙ୍କ ଧାର୍ଯ୍ୟ ସଂରକ୍ଷଣ ସୀମାକୁ ଟପି ରାଜ୍ୟରେ ୬୫ ପ୍ରତିଶତ ରିଜର୍ଭେସନ ଲାଗି ବିହାର ବିଧାନସଭାରେ ଆଗତ ହେଲା ପ୍ରସ୍ତାବ। ଜାତିଗତ ସଂରକ୍ଷଣର ସର୍ବୋଚ୍ଚ ସୀମା ୫୦ ପ୍ରତିଶତ ବୋଲି ସୁପ୍ରିମକୋର୍ଟଙ୍କ ୧୯୯୨ ମସିହାର ରାୟ ରହିଛି।

Advertisment

ତେବେ ଆଜି ନୀତିଶ କ୍ୟାବିନେଟ୍‌ ପକ୍ଷରୁ ସରକାରୀ ଚାକିରି ଓ ଶିକ୍ଷାନୁଷ୍ଠାନରେ ଏସ୍‌ସି, ଏସ୍‌ଟି ଏବଂ ଓବିସି ବର୍ଗ ପାଇଁ ସଂରକ୍ଷଣ ସୀମା ୫୦ରୁ ୬୫ ପ୍ରତିଶତକୁ ବଢ଼ାଇବାକୁ ପ୍ରସ୍ତାବ ଦିଆଯାଇଛି। ପ୍ରସ୍ତାବ ଅନୁସାରେ, ଏସ୍‌ସି ବର୍ଗ ପାଇଁ ୨୦

ପ୍ରତିଶତ, ଏସ୍‌ଟି ପାଇଁ ୨ ପ୍ରତିଶତ ସଂରକ୍ଷଣ ରଖାଯାଇଥିବା ବେଳେ, ଓବିସି ଓ ଇବିସିଙ୍କ ପାଇଁ ସଂରକ୍ଷଣ ୩୦ରୁ ୪୩ ପ୍ରତିଶତକୁ ବୃଦ୍ଧି କରାଯାଇଛି। ଏହା ବାଦ୍ ଆର୍ଥିକ ଦୁର୍ବଳ ବର୍ଗ ବା EWS ପାଇଁ ମଧ୍ୟ ୧୦ ପ୍ରତିଶତ ସଂରକ୍ଷଣ ରହିବ।

Advertisment

ସେପଟେ ପ୍ରକାଶିତ ବିହାର ଜାତିଗତ ସର୍ଭେର ଦ୍ୱିତୀୟ ରିପୋର୍ଟରୁ ସାମ୍ନାକୁ ଆସିଛି ଉଦ୍‌ବେଗଜନକ ତଥ୍ୟ। ବିହାରରେ ୩୪ ପ୍ରତିଶତ ଲୋକଙ୍କ ମାସିକ ରୋଜଗାର ୬ହଜାର ଟଙ୍କାରୁ କମ୍ ଏବଂ ୪୨ ପ୍ରତିଶତ ଏସ୍‌ସି-ଏସ୍‌ଟି ପରିବାର ଦାରିଦ୍ର୍ୟ ସୀମାରେଖା ତଳେ ରହୁଥିବା ଜଣାପଡ଼ିଛି।

Nitish Kumar Reservations
Advertisment
Advertisment