Advertisment

ଭାରତୀୟ ସେନାର ବୀରତ୍ୱର କାହାଣୀ କହିବ 'ସାମ୍ ବାହାଦୂର'

ଫିଲ୍ମ 'ସାମ୍ ବାହାଦୂର'ର ଟ୍ରେଲର ଦେଖିବା ପରେ ଲୋକମାନେ ଭିକି କୌଶଲ ଏବଂ ତାଙ୍କ ଅଭିନୟରେ ପାଗଳ ହୋଇଯାଇଛନ୍ତି। ଟ୍ରେଲର ଲୋକଙ୍କ ଆଶାକୁ ବଢାଇଦେଉଥିବା ବେଳେ ନିର୍ଦ୍ଦେଶକ ମେଘନା ଗୁଲଜାର ଏକ ମହାନ ଫିଲ୍ମ ନିର୍ମାଣ କରିଥିବା ଉଦାହରଣ ହୋଇଛନ୍ତି।

author-image
Pramod Behera
ଅଦ୍ୟତନ ହୋଇଛି
Sam Bahadur Official Trailer

Vicky kaushal nailed in field marshal role people say great job

ଫିଲ୍ମ 'ସାମ୍ ବାହାଦୂର'ର ଟ୍ରେଲର ଦେଖିବା ପରେ ଲୋକମାନେ ଭିକି କୌଶଲ ଏବଂ ତାଙ୍କ ଅଭିନୟରେ ପାଗଳ ହୋଇଯାଇଛନ୍ତି। ଟ୍ରେଲର ଲୋକଙ୍କ ଆଶାକୁ ବଢାଇଦେଉଥିବା ବେଳେ ନିର୍ଦ୍ଦେଶକ ମେଘନା ଗୁଲଜାର ଏକ ମହାନ ଫିଲ୍ମ ନିର୍ମାଣ କରିଥିବା ଉଦାହରଣ ହୋଇଛନ୍ତି। ଏହି ଚଳଚ୍ଚିତ୍ରରେ ଫାତିମା ସାନା ଶେଖ୍‌ ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ଏବଂ ସାନିଆ ମାଲହୋତ୍ରା ସିଲୁ ମାନେକଶା ଭୂମିକାରେ ଅଭିନୟ କରିଛନ୍ତି। କିଛି ସପ୍ତାହ ପୂର୍ବରୁ ଫିଲ୍ମର ଟିଜର୍‌ ରିଲିଜ ହୋଇଥିଲା। 'ସାମ୍ ବାହାଦୂର'ର ଟ୍ରେଲରକୁ ସେନା ମୁଖ୍ୟ ମନୋଜ ପାଣ୍ଡେ ଦିଲ୍ଲୀରେ ରିଲିଜ୍‌ କରିଛନ୍ତି।

Advertisment

ଅଧିକ ପଢ଼ନ୍ତୁ: ଗୋଟିଏ ଫିଲ୍ମରେ ୧୦ ଅବତାରର ନେଇ ଆଶ୍ଚର୍ଯ୍ୟ କରିଥିଲେ କମଲ ହାସନ

'ସାମ୍ ବାହାଦୂର'ର ଟ୍ରେଲରରେ ଭାରତର ସ୍ୱାଧୀନତା ପରର ରାଜନୈତିକ ଅଶାନ୍ତିର ବାତାବରଣ ଦେଖାଯାଇଛି ଏବଂ ଦେଶର ମହାନ ଇତିହାସ ତଥା ଗୌରବ ପ୍ରତିଷ୍ଠା କରିବାରେ ଭାରତୀୟ ସେନା କିପରି ସଫଳ ହୋଇଛି ତାହା ଦେଖାଯାଇଛି। ଟ୍ରେଲର୍‌ରେ ଜଣେ ବ୍ୟକ୍ତି ଭିକି କୌଶଲଙ୍କ ପ୍ରଶଂସା କରି ଲେଖିଛନ୍ତି, “ହାବଭାବ, ଅଭିନୟର ରେଞ୍ଜ, ସଂଳାପ କୌଶଳ, ସବୁକିଛି ଉତ୍କୃଷ୍ଟ”।

ଆଉ ଜଣେ “ଭିକି କୌଶଲ ଜଣେ ଅଭିନେତା ହେବା ପାଇଁ ଜନ୍ମ ହୋଇଥିଲେ।” ବୋଲି କହିଥିବା ବେଳେ ଅନ୍ୟ ଜଣେ ଲେଖିଛନ୍ତି ଯେ “ସାମ୍ ବାହାଦୂର ଭିକି କୌଶଲଙ୍କ କ୍ୟାରିଅରରେ ଏକ ପରିବର୍ତ୍ତନ ଆଣିବ। ଏହି ଭୂମିକା ପାଇଁ ଲୋକମାନେ ତାଙ୍କୁ ସର୍ବଦା ମନେରଖିବେ। ଅନେକ ଲୋକ ଏହାକୁ ସୁପର ସେ ଉପର ବୋଲି ମଧ୍ୟ କହୁଛନ୍ତି। ଟ୍ରେଲର୍‌ ଦେଖିବା ପରେ ଭାରତୀୟ ସେନା ଏବଂ ସୈନିକମାନଙ୍କ ପାଇଁ ଗର୍ବ ଅନୁଭବ ହୁଏ।

Advertisment

ଫିଲ୍ମର ଟ୍ରେଲର୍‌ ଦର୍ଶକଙ୍କ ଆଶା ପୂରଣ କରିଛି। ଟ୍ରେଲର୍‌ ଦେଖିବା ପରେ ଅନେକ ଲୋକ ସେନାରେ ଯୋଗଦେବାକୁ ଇଚ୍ଛା ପ୍ରକାଶ କରୁଛନ୍ତି। ଟ୍ରେଲର୍‌ରେ ଭାରତୀୟ ସେନାର ସାହସିକତାର କାହାଣୀ ରହିଛି। 'ସେମ ବାହାଦୂର'ର ଟ୍ରେଲରକୁ ଦେଖି ଆପଣ କହିପାରିବେ ଯେ ଭିକି କୌଶଲ ଫିଲ୍ଡ ମାର୍ଶଲ ସାମ୍ ମାନେକଶାଙ୍କ ଚରିତ୍ରକୁ ଅତି ସହଜରେ ଅଭିନୟ କରିଛନ୍ତି, ଯିଏକି ତାଙ୍କ ଜୀବନର ୪୦ବର୍ଷ ଦେଶର ସେବାରେ ଅତିବାହିତ କରିଥିଲେ। ସେ ଜଣେ ଯୁବ ଅଧିକାରୀଙ୍କରୁ ଭାରତର ପ୍ରଥମ ଫିଲ୍ଡ ମାର୍ଶଲ ପଦବୀକୁ ଯାଇ ପାରିଥିଲେ। ଡିସେମ୍ବର ୧ ରେ ଏହି ଫିଲ୍ମ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବ।

Bollywood Vicky Kaushal
Advertisment
Advertisment