Advertisment

ଡିପ୍‌ଫେକ୍ ଭିଡିଓରେ ଅପମାନିତ ହୋଇ ମୁହଁ ଖୋଲିଲେ ରଶ୍ମିକା ମନ୍ଦାନା

ଆଜିକାଲି ଭାରତୀୟ ତଥା ସାଉଥ୍ ଅଭିନେତ୍ରୀ ରଶ୍ମିକା ମନ୍ଦାନା ଏକ ନକଲି(ଡିପ୍‌ଫେକ୍) ଭାଇରାଲ ଭିଡିଓ ପାଇଁ ଚର୍ଚ୍ଚାରେ ଅଛନ୍ତି। ରଶ୍ମିକାଙ୍କ ଡିପ୍‌ଫେକ୍ ଭିଡିଓକୁ ନେଇ ଅନେକ ବିବାଦ ଦେଖାଦେଇଛି ଏବଂ ଅଭିନେତ୍ରୀ ନିଜେ ଏହାକୁ ନେଇ ନିଜର ତିକ୍ତତା ପ୍ରକାଶ କରିଛନ୍ତି।

author-image
Pramod Behera
ଅଦ୍ୟତନ ହୋଇଛି
Woman who is in rashmika mandanna deepfake video reacts

Woman who is in rashmika mandanna deepfake video reacts

ଆଜିକାଲି ଭାରତୀୟ ତଥା ସାଉଥ୍ ଅଭିନେତ୍ରୀ ରଶ୍ମିକା ମନ୍ଦାନା ଏକ ନକଲି(ଡିପ୍‌ଫେକ୍) ଭାଇରାଲ ଭିଡିଓ ପାଇଁ ଚର୍ଚ୍ଚାରେ ଅଛନ୍ତି। ରଶ୍ମିକାଙ୍କ ଡିପ୍‌ଫେକ୍ ଭିଡିଓକୁ ନେଇ ଅନେକ ବିବାଦ ଦେଖାଦେଇଛି ଏବଂ ଅଭିନେତ୍ରୀ ନିଜେ ଏହାକୁ ନେଇ ନିଜର ତିକ୍ତତା ପ୍ରକାଶ କରିଛନ୍ତି।

Advertisment

ଏବେ ଡିପ୍‌ଫେକ୍ ଭିଡିଓରେ ଦେଖାଯାଇଥିବା ପ୍ରକୃତ ବ୍ୟକ୍ତି ଜାରା ପଟେଲ ମଧ୍ୟ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ଏହି କାରଣରୁ ଏହି ପ୍ରସଙ୍ଗରେ ଅଧିକ ଆଲୋଚନା ହେଉଛି। ଭିଡିଓ ଭାଇରାଲ ହେବା ପରେ ବ୍ରିଟିଶ ଇଣ୍ଡିଆନ୍ ଜାରା କହିଛନ୍ତି ଯେ ଏହି ଡିପ୍‌ଫେକ୍ ଭିଡିଓ ବିବାଦରେ ତାଙ୍କର କୌଣସି ଭୂମିକା ନାହିଁ।

ଜାରା କହିଛନ୍ତି ଯେ “ଯଦି ଏହା ଏହିପରି ଜାରି ରହେ ତେବେ ଭବିଷ୍ୟତରେ ଯୁବତୀ ଏବଂ ମହିଳାମାନେ ସେମାନଙ୍କର ଫଟୋ ଏବଂ ଭିଡିଓ ସୋସିଆଲ ମିଡିଆରେ ଶେୟାର କରିବାକୁ ଭୟ କରିବେ। ଅବଶ୍ୟ ଏହା ଆମ ସମସ୍ତଙ୍କ ପାଇଁ ଚିନ୍ତାର ବିଷୟ।”

Advertisment

ଜାରା ଇନ୍‌ଷ୍ଟାଗ୍ରାମ୍‌ ଷ୍ଟୋରୀରେ ଲେଖିଛନ୍ତି, “ନମସ୍କାର, ଏହା ମୋ ନଜରକୁ ଆସିଛି ଯେ ମୋ ଶରୀର ଏବଂ ବଲିଉଡ୍‌ର ଜଣେ ଲୋକପ୍ରିୟ ଅଭିନେତ୍ରୀଙ୍କ ଚେହେରାକୁ ବ୍ୟବହାର କରି କେହି ଜଣେ ଡିପ୍‌ଫେକ୍ ଭିଡିଓ ତିଆରି କରିଛନ୍ତି। ଡିପ୍‌ଫେକ୍ ଭିଡିଓ ସହିତ ମୋର କୌଣସି ସମ୍ପର୍କ ନାହିଁ ଏବଂ ଯାହା କିଛି ହେଇଛି ମୁଁ ଗଭୀର ଭାବରେ ବିବ୍ରତ ଏବଂ ଦୁଖିଃତ।”

ସେ ଆହୁରି କହିଛନ୍ତି ଯେ “ମୁଁ ମହିଳା ଏବଂ ଝିଅମାନଙ୍କର ଭବିଷ୍ୟତକୁ ନେଇ ଚିନ୍ତିତ, ଯେଉଁମାନେ ବର୍ତ୍ତମାନ ନିଜକୁ ସୋସିଆଲ ମିଡିଆରେ ରଖିବାକୁ ଅଧିକ ଭୟ କରିବେ। ଦୟାକରି ଗୋଟିଏ ପାଦ ପଛକୁ ଘୁଞ୍ଚନ୍ତେ ଏବଂ ଇଣ୍ଟର୍‌ନେଟ୍‌ରେ ଯାହା କିଛି ଦେଖୁଛନ୍ତି ତାହାକୁ ଠିକ୍‌ରେ ଯାଞ୍ଚ କରନ୍ତୁ। ଇଣ୍ଟର୍‌ନେଟ୍‌ରେ ସବୁକିଛି ବାସ୍ତବ ନୁହେଁ। ଯାହା କିଛି ହେଉଛି ସେନେଇ ମୁଁ ଖୁବ ବିବ୍ରତ।”

ଡିପ୍‌ଫେକ୍ ଭିଡିଓକୁ ନେଇ ନିଜେ ରଶ୍ମିକା ମନ୍ଦାନା ମଧ୍ୟ ପ୍ରତିକ୍ରିୟା ଦେଇଛନ୍ତି ଆଉ ଏପରି କରୁଥିବା ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି। ରଶ୍ମିକା ମନ୍ଦନା ଲେଖିଛନ୍ତି, “ଏହାକୁ ଶେୟାର କରିବାକୁ ମତେ ଭାରି ଦୁଃଖ ଲାଗୁଛି ଆଉ ଅନ୍‌ଲାଇନ୍‌ରେ ଭାଇରାଲ୍ ହେଉଥିବା ମୋର ଡିପ୍‌ଫେକ୍ ଭିଡିଓ ବିଷୟରେ କହିବାକୁ ପଡୁଛି।”

ସେ ପୁଣି କହିଛନ୍ତି ଯେ “ସତ କହିବାକୁ ଗଲେ, ଏହିପରି କେବଳ ମୋ ପାଇଁ ନୁହେଁ, ବରଂ ଆମ ସମସ୍ତଙ୍କ ପାଇଁ ଅତ୍ୟନ୍ତ ଭୟାନକ, ଯେଉଁ ଆଜିର ଟେକ୍ନୋଲୋଜିର ଅପବ୍ୟବହାର ହେତୁ ଅନେକ କ୍ଷତିର ସମ୍ମୁଖୀନ ହେଉଛନ୍ତି।“

ତେବେ ରଶ୍ମିକାଙ୍କ ଏହି ଡିପ୍‌ଫେକ୍ ଭିଡିଓକୁ ନେଇ ଅମିତାଭ ବଚ୍ଚନ, ମୃଣାଲ ଠାକୁର, ନାଗା ଚୈତନ୍ୟ, ଚିନ୍ମୟୀ ଶ୍ରୀପଦା ଭଳି ସେଲିବ୍ରେଟିମାନେ ରଶ୍ମିକାଙ୍କ ସମର୍ଥନରେ ଆସିଛନ୍ତି।

Rashmika Mandanna Social Media Viral Video Deepfake Videos
Advertisment
Advertisment