ଇସ୍ରାଏଲୀ ଡିଫେନ୍ସ ଫୋର୍ସ ପୁଣି ଥରେ ଜଣେ ହମାସ ମୁଖ୍ୟଙ୍କୁ ନିପାତ କରିବାରେ ସଫଳ ହୋଇଛନ୍ତି। ବୁଧବାର ଇସ୍ରାଏଲୀ ସଂସଦରେ ଏହି ବୟାନ ଦେଇଛନ୍ତି ଇସ୍ରାଏଲର ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତନ୍ୟାହୁ। ହମାସର ଗାଜା ମୁଖ୍ୟ ମହମ୍ମଦ ସିନୱାରଙ୍କୁ ଇସ୍ରାଏଲ ନିପାତ କରିଥିବା ନେଇ ନେତନ୍ୟାହୁ ସ୍ପଷ୍ଟ କରିଛନ୍ତି
ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତନ୍ୟାହୁ ସମ୍ପୂର୍ଣ୍ଣ ଗାଜାକୁ ନିୟନ୍ତ୍ରଣକୁ ନେବେ ବୋଲି ସୋମବାର କହିଛନ୍ତି। କିଛିଦିନ ହେବ ଯୁଦ୍ଧରୁ ବିରତ ଥିବା ଇସ୍ରାଏଲ ପୁଣି ଥରେ ଆକ୍ରମଣକୁ ଜୋରଦାର କରିଛି। ଏହା ସହିତ ଆସନ୍ତା କିଛି ଦିନି ମଧ୍ୟ ଇସ୍ରାଏଲ ସମ୍ପୂର୍ଣ୍ଣ ଗାଜା ନିଜ ନିୟନ୍ତ୍ରଣକୁ ନେବ ବୋଲି କହିଛନ୍ତି ନେତନ୍ୟାହୁ।
ଆକାଶରୁ ହେଉଛି ଗୁଳି ବର୍ଷା । ଲକ୍ଷ୍ୟ ଆତଙ୍କବାଦର ମୂଳୋତ୍ପାଟନ । ଯାହା କିଛି କରିବାକୁ ପଡୁଛି କରୁଛି ଏହି ଦେଶ । ଏବେ ଖାଦ୍ୟ ଯୋଗାଣ ବି ବନ୍ଦ କରିଦେଲା । ଖାଦ୍ୟାଭାବରୁ ଶୁଭିଲାଣି ବିକଟାଳ ଶବ୍ଦ ।
କର୍ଣ୍ଣାଟକରେ ଓଡ଼ିଆ ଯୁବକଙ୍କୁ ହତ୍ୟା । ସାଙ୍ଗରେ ଥିବା ମହିଳା ବନ୍ଧୁଙ୍କୁ ଗଣଦୁଷ୍କର୍ମ କରିବା ସହ ଓଡ଼ିଆ ଯୁବକଙ୍କୁ କେନାଲକୁ ଠେଲି ମାରିଦେଲେ ଦୁଷ୍କର୍ମକାରୀ । ଗତ ଗୁରୁବାର ବିଳମ୍ବିତ ରାତିରେ ଘଟିଛି ଏହି ବର୍ବରକାଣ୍ଡ ।
ଅକ୍ଟୋବର ୭ରୁ ଆକ୍ରମଣ ପରଠୁ ହମାସରେ ପଣବନ୍ଦୀ ଥିଲେ ଏହି ମହିଳାମାନେ। ଯୁଦ୍ଧ ବିରତି ପରେ ଏବେ ପଣବନ୍ଦୀଙ୍କୁ ମୁକ୍ତ କରୁଛି ହମାସ୍।
ଦୀର୍ଘ ଦିନର ଆଲୋଚନା ପରେ ଇସ୍ରାଏଲ୍ ଏବଂ ହିଜବୁଲ୍ଲା ମଧ୍ୟରେ ଆମେରିକା ସମର୍ଥିତ ଅସ୍ତ୍ରବିରତି ପ୍ରସ୍ତାବକୁ ଇସ୍ରାଏଲର କ୍ୟାବିନେଟ୍ ଅନୁମୋଦନ କରିଛି।
ଅନୁମତି ଦେଇଥିବା ସ୍ୱୀକାର କଲେ ପିଏମ୍ ବେଞ୍ଜାମିନ୍ ନେତାନ୍ୟାହୁ । ଗତ ସେପ୍ଟେମ୍ବରରେ ଲେବାନନରେ ହୋଇଥିଲା ପେଜର ଆଟାକ୍।
ଇସ୍ରାଏଲ ପକ୍ଷରୁ ସୋସିଆଲ ମିଡିଆରେ ପ୍ରସାରିତ ହେଉଥିବା ଭିଡିଓରେ ଏହା ଦାବି କରାଯାଇଛି ଯେ ଏହା ହେଉଛି ୟାହ୍ୟା ସିନୱାରର ବଙ୍କର୍ ଏବଂ ଏଥିରେ ବହୁମୂଲ୍ୟ ସୁଗନ୍ଧିତ ଦ୍ରବ୍ୟ, ପ୍ରାଇଭେଟ୍ ବାଥରୁମ୍ ଏବଂ ସଂଯୁକ୍ତ ରାଷ୍ଟ୍ର ପକ୍ଷରୁ ଦିଆଯାଇଥିବା ଖାଦ୍ୟ ।
ଇସ୍ରାଏଲ ଫୋର୍ସ ଦ୍ୱାରା ସେୟାର କରାଯାଇଥିବା ଭିଡିଓରେ ଦେଖିବାକୁ ମିଳୁଛି କି ସିନୱାର ତାଙ୍କ ପତ୍ନୀ ଏବଂ ପିଲାମାନଙ୍କ ସହିତ ଏକ ଅଣ୍ଡରଗ୍ରାଉଣ୍ଡ ବଙ୍କର ଭିତରକୁ ଯାଉଛି ।
ପିଏମ୍ ବେଞ୍ଜାମିନ୍ ନେତନ୍ୟାହୁଙ୍କ କେସରିୟାରେ ଥିବା ଘର ପାଖରେ ଖସିଲା ମାନବବିହୀନ ଡ୍ରୋନ୍। ଏୟାର ଡିଫେନ୍ସ ସିଷ୍ଟମକୁ ଭେଦି ପ୍ରଧାନମନ୍ତ୍ରୀଙ୍କ ବାସଭବନର କିଛି ଦୂରରେ ଡ୍ରୋନ୍ ଖସିଛି।
ମଧ୍ୟପ୍ରାଚ୍ୟରେ ଶାନ୍ତି ଓ ଉତ୍ତମ ଭବିଷ୍ୟତ ଲାଗି ଏକାଠି ହେବାକୁ ଆହ୍ୱାନ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନେତାନ୍ୟାହୁ।
ସିନୱାରଙ୍କ ମୃତ୍ୟୁ ପରେ ହାମାସରେ ଏକ ନେତୃତ୍ୱ ସଙ୍କଟ ଦେଖାଦେଇଛି। ଗାଜାରେ ଯୁଦ୍ଧ ଜାରି ରହିଛି ଏବଂ ବର୍ତ୍ତମାନ ପର୍ଯ୍ୟନ୍ତ ସିନୱାର ସଶସ୍ତ୍ର ସଂଗଠନକୁ ପରିଚାଳିତ କରୁଥିଲେ। ହମାସର ବହୁ ବରିଷ୍ଠ ଅଧିକାରୀ ଏହାର ପରବର୍ତ୍ତୀ ମୁଖ୍ୟ ଦୌଡରେ ଅଛନ୍ତି। ତେବେ ଆସନ୍ତୁ ଜାଣିବା ସେମାନେ କିଏ?
ଏପର୍ଯ୍ୟନ୍ତ ସେଭଳି କୌଣସି ଆନୁଷ୍ଠାନିକ ଘୋଷଣା କରାଯାଇନି । ସିନୱାର ଓ ଅନ୍ୟମାନଙ୍କୁ ଚିହ୍ନଟ ପାଇଁ ଚେଷ୍ଟା କରୁଛି ଇସ୍ରାଏଲ୍ ସେନା ।
ଫିଲିସ୍ତିନୀ ଉଗ୍ରବାଦୀଙ୍କୁ ଟାର୍ଗେଟ୍ କରି ଏହି ଆକ୍ରମଣ କରାଯାଇଥିବା ଆଇଡିଏଫ୍ କହିଛି।
ଇସ୍ରାଏଲ ଓ ହମାସ ଆତଙ୍କବାଦୀ ସଂଗଠନ ମଧ୍ୟରେ ଚାଲିଥିବା ଯୁଦ୍ଧକୁ ଏକବର୍ଷ ପୂରଣ ହୋଇଛି। ଅକ୍ଟୋବର ୭, ୨୦୨୩ ଇସ୍ରାଏଲ ଉପରେ ସବୁଠାରୁ ବଡ ଆକ୍ରମଣ ହୋଇଥିଲା।
ଇସ୍ରାଏଲ, ଲେବାନନ ଓ ଗାଜା ମଧ୍ୟରେ ଚାଲିଥିବା ବିବାଦ ଭିତରେ ପୁଣି ରକେଟ ମାଡ଼। ଗତ ଦୁଇ ମାସ ଭିତରେ ପ୍ରଥମ ଥର ପାଇଁ ଦୁଇଟି ରକେଟ ଗାଜାରୁ ଇସ୍ରାଏଲ ଭିତରକୁ ହମଲା ହୋଇଛି।
ଇସ୍ରାଇଲ ଓ ଇରାନ ଭୟଙ୍କର ଯୁଦ୍ଧରେ ଗୋଟିଏ ନାଁ ସାମ୍ନାକୁ ଆସୁଛି। ଯାହା ସମ୍ପର୍କରେ ଜାଣିବାକୁ ସମସ୍ତଙ୍କ ମନରେ ଉତ୍ସୁକତା ଭରି ରହିଛି। ଏହାର ନାଁ ଆଇରନ୍ ଡୋମ୍। ତେବେ ଏହାର କାର୍ଯ୍ୟ କ’ଣ ?
ଇସ୍ରାଏଲ ଆକ୍ରମଣରେ ହମାସ ମୁଖ୍ୟ ନିପାତ । ଇସ୍ରାଏଲର ଏୟାର ଷ୍ଟ୍ରାଇକରେ ହମାସ ସରକାରର ମୁଖ୍ୟ ରାହି ମୁସ୍ତାହାଙ୍କ ମୃତ୍ୟୁ ହୋଇଥିବା IDF ସ୍ପଷ୍ଟ କରିଛି ।
ୟୁଏନ୍ ମୁଖ୍ୟ ସଚିବଙ୍କୁ ଇସ୍ରାଏଲ କଲା ବ୍ୟାନ୍ । ଇରାନରେ ଥିବା ଭାରତୀୟଙ୍କ ପାଇଁ ଜାରି ହେଲା ଆଡଭାଇଜରି ।
ମିଡିଲ୍ ଇଷ୍ଟରେ କିଛି ଦିନର ବ୍ୟବଧାନ ପରେ ପୁଣି ଥରେ ଯୁଦ୍ଧ ପରିସ୍ଥିତି ସୃଷ୍ଟି ହୋଇଛି। ଇସ୍ରାଏଲ ଉପରେ ଇରାନ କରିଛି ମିଶାଇଲ୍ ହମଲା। ଏକାଥରେ ୧୮୦ରୁ ଅଧିକ ମିଶାଇଲ୍ ମାଡ଼।
ଲେବାନନରେ ହିଜବୁଲ୍ଲା ସହ ସଂଘର୍ଷ ଭିତରେ ଗାଜାରେ ବି ହମାସ ବିରୋଧରେ ଅପରେସନ ଜାରି ରଖିଛି ଇସ୍ରାଏଲ୍ ।
କେବଳ ହିଜବୁଲ୍ଲାର ଶୀର୍ଷ ନେତା ହସନ ନୁହଁନ୍ତି, ଇସ୍ରାଇଲେ କ୍ଷେପଣାସ୍ତ୍ର ଆକ୍ରମଣରେ ହେଜବୁଲ୍ଲାରେ ଆହୁରି ଅନେକ ଆତଙ୍କୀଙ୍କ ମୃତ୍ୟୁ ହୋଇଛି ।
ଅଶାନ୍ତ ମଧ୍ୟପ୍ରାଚ୍ୟ । ଆକାଶ ମାର୍ଗରୁ ଆକ୍ରମଣ ପରେ ଏବେ ସ୍ଥଳଭାଗରୁ ଆଟାକ୍ପାଇଁ ସଜବାଜ ହେଉଛି ଇସ୍ରାଏଲ । ସବୁଠି ଜଳୁଛି ନିଆଁ... ଗୋଳାବାରୁଦର ଧୂଆଁରେ ଆକ୍ତାମାକ୍ତା ପୂରା ମଧ୍ୟପ୍ରାଚ୍ୟ । ଏହାରି ଭିତରେ ସ୍ଥଳବାହିନୀକୁ ସଜାଗ ରହିବାକୁ ଇସ୍ରାଏଲ ଡିଫେନ୍ସ ଫୋର୍ସ ମୁଖ୍ୟ ନିର୍ଦ୍ଦେଶ ଦେଇଛନ୍ତି ।
ଅଶାନ୍ତ ମଧ୍ୟପ୍ରାଚ୍ୟ । ଆକାଶ ମାର୍ଗରେ ଆକ୍ରମଣ ପରେ ଏବେ ସ୍ଥଳଭାଗରେ ଲେବାନନ ଭିତରେ ପଶି ଆକ୍ରମଣ ପାଇଁ ସଜବାଜ ହେଉଛି ଇସ୍ରାଏଲ ।
ଇସ୍ରାଏଲ ଏବଂ ଲେବାନନ ମଧ୍ୟ ବିବାଦ ଆଜିର ନୁହେଁ । ଉଭୟଙ୍କ ଭିତରେ ଛକାପଞ୍ଝା ଗତ ୪୦ ବର୍ଷ ହେଲା ଲାଗି ରହିଛି । ୧୯୮୦ ମସିହାରେ ଇସ୍ରାଏଲ ଲେବାନନରେ ଆକ୍ରମଣ କରିଥିଲା ।