/odishatv-khabar/media/post_attachments/uploadimage/library/16_9/16_9_0/IMAGE_1741090255.jpg)
Orissa High Court
ଜଷ୍ଟିସ ହରିଶ ଟଣ୍ଡନ ହେବେ ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି । ଜଷ୍ଟିସ ଟଣ୍ଡନଙ୍କୁ ନିଯୁକ୍ତି ନେଇ ସୁପ୍ରିମକୋର୍ଟ କଲେଜିୟମ ପକ୍ଷରୁ ସୁପାରିସ୍ ମିଳିଛି । ଜଷ୍ଟିସ ହରିଶ ଟଣ୍ଡନ ଏବେ କଲିକତା ହାଇକୋର୍ଟର ବିଚାରପତି ଅଛନ୍ତି । ସେ ୨୦୧୦ରୁ ଏପ୍ରିଲ୍ ୧୩ରୁ କଲିକତା ହାଇକୋର୍ଟରେ ବିଚାରପତି ଭାବେ ଦାୟିତ୍ୱ ତୁଲାଉଛନ୍ତି ।
#ହରିଶ_ଟଣ୍ଡନ_ହାଇକୋର୍ଟର_ମୁଖ୍ୟ_ବିଚାରପତି
-ଜଷ୍ଟିସ ହରିଶ ଟଣ୍ଡନ ହେବେ ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି
-ଜଷ୍ଟିସ ଟଣ୍ଡନଙ୍କୁ ନିଯୁକ୍ତି ନେଇ ସୁପ୍ରିମକୋର୍ଟ କଲେଜିୟମ ପକ୍ଷରୁ ସୁପାରିସ୍#HighCourt#Odishahighcourt#OTVpic.twitter.com/afEXk4Ua3F— ଓଟିଭି (@otvkhabar) March 6, 2025
ସୂଚନା ଅନୁସାରେ ୧୯ ଜାନୁଆରୀ ୨୦୨୫ରେ ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଥିବା ଜଷ୍ଟିସ ଚକ୍ରଧାରୀ ଶରଣ ସିଂ ଅବସର ନେଇଥିଲେ । ଜଷ୍ଟିସ ସିଂଙ୍କ ଅବସର ପରେ ଏହି ସ୍ଥାୟୀ ପଦବୀ ଖାଲି ପଡ଼ିଥିଲା । ଆଉ ଆଜି ସୁପ୍ରିମକୋର୍ଟ କଲେଜିୟମ ପକ୍ଷରୁ ଜଷ୍ଟିସ ହରିଶ ଟଣ୍ଡନଙ୍କୁ ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ସୁପାରିଶ ମିଳିଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)