• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

ଦିଲ୍ଲୀ ପ୍ରଦୂଷଣକୁ ନେଇ ବଢ଼ିଲା ଚିନ୍ତା । ୪ ଦିନ ଧରି ୪ ଶହ ତଳକୁ ଖସୁନି ଏୟାର କ୍ୱାଲିଟି ଇଣ୍ଡେକ୍ସ । ଦିଲ୍ଲୀ-ଏନସିଆର୍ ବାୟୁ ପ୍ରଦୂଷଣକୁ ନେଇ ସୁପ୍ରିମକୋର୍ଟଙ୍କ ଭର୍ତ୍ସନା କରିଛନ୍ତି । ମାମଲାର ଶୁଣାଣି କରି ପଞ୍ଜାବ ସରକାରଙ୍କୁ ଭର୍ତ୍ସନା କରିଛନ୍ତି ସୁପ୍ରିମକୋର୍ଟଙ୍କ ୩ ଜଣିଆ ଖଣ୍ଡପୀଠ ।

ତୁରନ୍ତ ପାଳ ଜାଳିବା ବନ୍ଦ କରିବାକୁ ପଞ୍ଜାବ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ରାଜନୀତି ନ କରି ପାଳ ଜାଳିବା ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ । ପଡ଼ୋଶୀ ରାଜ୍ୟ ପଞ୍ଜାବ ଓ ହରିଆଣାରେ ନଡ଼ା ପୋଡ଼ିବା ଯୋଗୁ ଦିଲ୍ଲୀରେ ଅସ୍ୱଭାବିକ ଭାବେ ପ୍ରଦୂଷଣ ବଢ଼ୁଥିବା କୋର୍ଟ କହିଛନ୍ତି ।

ଦେଖନ୍ତୁ ଭିଡିଓ | ବିଶ୍ୱର ଟପ୍ ଟେନ୍ ପ୍ରଦୂଷିତ ସହର ମଧ୍ୟରେ ଦିଲ୍ଲୀ-ମୁମ୍ବାଇ-କୋଲକାତା

ପ୍ରଦୂଷଣ ରୋକିବାକୁ ହେଲେ ନଡ଼ା ପୋଡ଼ା ଉପରେ ରୋକ ଲଗାଇବାକୁ ପଡ଼ିବ । ପ୍ରତି ବର୍ଷ ଶୀତ ଆସିଲେ ଦିଲ୍ଲୀରେ ବାୟୁ ପ୍ରଦୂଷଣର ମାତ୍ରା ବଢ଼ିବାରେ ଲାଗିଛି । ତେଣୁ ଫସଲର ଅବଶିଷ୍ଟାଂଶ ପୋଡ଼ିକୁ ରୋକିବାକୁ ପଞ୍ଜାବ ସରକାରଙ୍କୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ପ୍ରତି ବର୍ଷ ଦିଲ୍ଲୀରେ ପ୍ରଦୂଷଣ ହେଉଛି । ପ୍ରତିବର୍ଷ ଏପରି ଅବସ୍ଥାକୁ ଭୋଗିବାକୁ ଦିଲ୍ଲୀ ବାଧ୍ୟ ନୁହେଁ ବୋଲି କହିଛନ୍ତି ସର୍ବୋଚ୍ଚ ଅଦାଲତ ।

ତେବେ ଏହା କେମିତି ରୋକା ଯାଇ ପାରିବ ସେନେଇ ପଦକ୍ଷେପ ନେବାକୁ କହିଛନ୍ତି କୋର୍ଟ । ଆସନ୍ତା ଶୁକ୍ରବାର ଦିନ ମାମଲାର ପରବର୍ତ୍ତି ଶୁଣାଣି ହେବ । ଗାଡ଼ିରୁ ବାହାରୁଥିବା ଧୂଆଁ ମଧ୍ୟ ଦିଲ୍ଲୀ ପ୍ରଦୂଷଣର ଆଉ ଏକ ପ୍ରମୁଖ କାରଣ । ଗତ କିଛି ଦିନ ହେଲା ଦିଲ୍ଲୀରେ ବାୟୁ ପ୍ରଦୂଷଣର ମାତ୍ରା ଅତି ସାଂଘତିକ ସ୍ତରକୁ ଖସି ଆସିଛି ।

ରାଜଧାନୀର ଅଧିକାଂଶ ଅଞ୍ଚଳରେ ଏୟାର କ୍ବାଲିଟି ଇଣ୍ଡେକ୍ସ ୪ ଶହ ଉପରେ ରହୁଛି । ମୁକାବିଲା ପାଇଁ ଗାଡ଼ି ଚଳାଚଳ ଉପରେ କଟକଣା ଲାଗିଛି । ଆସନ୍ତା ୧୩ରୁ ଅଡ ଇଭେନ ଫର୍ମୁଲା ଲଗାଇବେ ଦିଲ୍ଲୀ ସରକାର । ତେବେ ଦଶମ ଓ ଦ୍ୱାଦଶ ଶ୍ରେଣୀକୁ ଛାଡ଼ି ସବୁ କ୍ଲାସ ବନ୍ଦ କରିଦିଆଯାଇଛି ।