/odishatv-khabar/media/post_attachments/uploadimage/library/16_9/16_9_0/IMAGE_1741277003.jpg)
ଭୟଙ୍କର ଅଗ୍ନିକାଣ୍ଡ
ପାରାଦୀପ ନେହରୁ ବଙ୍ଗଳା ମାଛଧରା ଜେଟିରେ ବଡ଼ ଧରଣର ଅଗ୍ନିକାଣ୍ଡ । ଭୟଙ୍କର ନିଆଁରେ ଜଳିଗଲା ୧୦ଟି ବୋଟ୍ । ପ୍ରଥମେ ଗୋଟିଏ ବୋଟ୍ରେ ନିଆଁ ଲାଗିଥିଲା, ଯାହା ପରେ ଧିରେ ଧିରେ ଅନ୍ୟ ବୋଟ୍ ଗୁଡ଼ିକୁ ବ୍ୟାପି ଯାଇଥିଲା । ନିଆଁ ଏତେ ତୀବ୍ର ଥିଲା ଯେ, କାବୁ କରିବା ସହଜ ହୋଇନଥିଲା ।
Advertisment
ଅଧିକ ପଢ଼ନ୍ତୁ: କିଟ୍ କେଳେଙ୍କାରୀ: ତଦନ୍ତ ପାଇଁ ଗ୍ରାଉଣ୍ଡରେ NHRC ଟିମ୍, IRO ଅଫିସରଙ୍କୁ ଘାଣ୍ଟୁଥିବା ସୂଚନା
ତେବେ ପାରଦୀପ ନେହରୁ ବଙ୍ଗଳା ମାଛଧରା ଜେଟିରେ ନିଆଁ ଲାଗିବା ଖବର ପାଇ ନିଆଁ ଲିଭାଇବାକୁ ଅଗ୍ନିଶମ ବାହିନୀ ପହଞ୍ଚିଥିଲେ। ଘଟଣାସ୍ଥଳରେ ୮ ଅଗ୍ନିଶମ ଟିମ୍ ପହଞ୍ଚି ନିଆଁ ଲିଭା କାମରେ ଲାଗିଥିଲେ । ତେବେ ସବୁଠାରୁ ବଡ଼ କଥା ହେଉଛି ଜେଟିରେ ଆହୁରି ଅନେକ ବୋଟ୍ ଥିବାରୁ ସ୍ଥିତି ଅଣାୟତ୍ତ ହେବା ଆଶଙ୍କା କରାଯାଉଛି । ସେପଟେ କେମିତି ମାଛଧରା ଜେଟିରେ ନିଆଁ ଲାଗିଲା ତା’ର କାରଣ ଅସ୍ପଷ୍ଟ ରହିଛି । ଘଟଣାସ୍ଥଳରେ ପାରାଦୀପର ୫ଟି ଥାନାର ପୋଲିସ ମଧ୍ୟ ପହଞ୍ଚି ସ୍ଥିତି ଉପରେ ନଜର ରଖିଛନ୍ତି ।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)