• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ଥାନା ଅନ୍ତର୍ଗତ ୧୬ ନମ୍ବର ଜାତୀୟ ରାଜପଥରେ ଦୁର୍ଘଟଣା ଘଟିଛି । ବଡ଼ ଘାଟିରେ ବ୍ରେକ୍ ଫେଲ୍ ହେବାରୁ ଏକ ମାଲ ବୋଝେଇ ଟ୍ରକ ଦୁଇ ଦୁଇଟି ଗାଡ଼ିକୁ ଧକ୍କା ଦେଇଛି । ଟ୍ରକ୍‌ଟି ପ୍ରଥମେ ଏକ ବାଇକକୁ ଓ ପରେ ରାସ୍ତା ଉପରେ ଛିଡା ହୋଇଥିବା ଗୋଟିଏ କାରକୁ ଧକ୍କା ଦେଇଥିଲା । ଏହା ପରେ ଘାଟିରୁ ଓଲଟି ପଡ଼ିଥିଲା ଟ୍ରକ୍‌ ।

ଓଲଟି ପଡ଼ିବାରୁ ଟ୍ରକ ଡ଼୍ରାଇଭର ସମେତ ବାଇକ ଆରୋହୀ ମହିଳା ଜଣଙ୍କ ପ୍ରାଣ ହରାଇଥିବା ସୂଚନା ମିଳିଛି । ଏହି ଦୁର୍ଘଟଣାରେ ୩ ଜଣ ଗୁରୁତର ଆହତ ହୋଇଛନ୍ତି । ଏମାନଙ୍କୁ ବ୍ରହ୍ମପୁର MKCGକୁ ସ୍ଥାନାନ୍ତରିତ କରାଯାଇଛି । କାଜୁ ତେଲ ବୋଝେଇ ଟ୍ରକଟି ପଲାସା ଠାରୁ ବାହାରି କଲିକତା ଅଭିମୁଖେ ଯାଉଥିଲା । ମୃତକ ହେଲେ ବିକ୍ରମପୁର ଗାଁର ବିଷ୍ଣୁପ୍ରିୟା ସୁବୁଦ୍ଧି ଓ ଟ୍ରକ୍ ଚାଳକ ନରସିଂହ ରାଓ ।

  • Reported by:
  • Silu Biswal