• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Santosh Kumar Sahoo

ଗଂଜାମ କବିସୂର୍ଯ୍ୟନଗରରେ ସାପ ଦେଇ ସ୍ତ୍ରୀ ଓ ଝିଅକୁ ହତ୍ୟା ମାମଲାରେ ତଦନ୍ତ ହେବ। ପୁରା ଘଟଣାର ତଦନ୍ତ ଲାଗି ନିର୍ଦ୍ଦେଶ ଦିଆଯାଇଥିବା ସୂଚନା ଦେଇଛନ୍ତି ବନ୍ୟପ୍ରାଣୀ ପିସିସିଏଫ୍ ସୁଶାନ୍ତ ନନ୍ଦ । ସାପ ଆସିଲା କେଉଁଠୁ ? କିଏ ଯୋଗାଇଛି ? ସାପକୁ ବ୍ୟବହାର କରିବା ପରେ ମାରି ଦିଆଯାଇଥିବା ଖବର କେତେଦୂର ସତ ? ଏସବୁର ଟିକିନିଖି ତଦନ୍ତ ଓ ତଥ୍ୟ ସଂଗ୍ରହ କରି ରିପୋର୍ଟ ଦେବାକୁ DFOଙ୍କୁ କୁହାଯାଇଛି । ବନ୍ୟପ୍ରାଣୀ ନିରାପତ୍ତା ଆଇନ ଅନୁଯାୟୀ ନାଗ ସାପ ଭଳି ବିଷଧର ସାପର ଅନିଷ୍ଟ କଲେ ବା ସାପକୁ ଖରାପ କାମରେ ବ୍ୟବହାର କଲେ, ୭ ବର୍ଷ ଜେଲ ଦଣ୍ଡ ବ୍ୟବସ୍ଥା ରହିଛି ବୋଲି ଦୋହରାଇଛନ୍ତି।

କବିସୂର୍ଯ୍ୟନଗର ଅଢ଼େଇବର ଗାଁରେ କେ. ଗଣେଶ ପାତ୍ର ନିଜ ସ୍ତ୍ରୀ ଓ ଝିଅକୁ ସାପ ସହାୟତାରେ ହତ୍ୟା କରିଥିବା ଅଭିଯୋଗ ଆସିଛି। ଗତ ଅକ୍ଟୋବର ୭ ତାରିଖରେ ଘରେ ମାଆ ଝିଅଙ୍କ ମୃତଦେହ ମିଳିବା ପରେ ଘଟଣାର ତଦନ୍ତ ଆରମ୍ଭ କରିଥିଲା ପୋଲିସ। ସ୍ତ୍ରୀର ଚରିତ୍ରକୁ ସନ୍ଦେହ କରି ଗଣେଶ ଏହି ହତ୍ୟାକାଣ୍ଡ ଘଟାଇଥିବା ପୋଲିସ କହିଛି।