• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

ମୁଆଁ କଥା କହିଲେ ଆମର ଆଖିଆଗରେ ଆସିଯାଏ ଗଂଜାମର ପ୍ରସିଦ୍ଧା ମୁଁଆ । କାହିଁକି ନା ଗଂଜାମରେ ପ୍ରସ୍ତୁତ ଏ ମୁଁଆର ପ୍ରସ୍ତୁତୀ ପ୍ରଣାଳୀ ଯେତେ ନିଆରା, ସେତେ ସ୍ୱାଦିଷ୍ଟ ତାର ସୁଆଦ । ଖାସ ସେଥିପାଇଁ ତ ଗଂଜାମ ମୁଆଁ ସାରା ରାଜ୍ୟରେ ଏକ ସ୍ୱତନ୍ତ୍ର ସ୍ଥାନ ଅଧିକାର କରିପାରିଛି । ଧନୁ ସଂକ୍ରାନ୍ତି ଦିନ ଇଷ୍ଟ ଦେବାଦେବୀଙ୍କ ଠାରେ ମୁଆଁ ଲାଗି କରିବାର ପରମ୍ପରା ଥିବା ବେଳେ, ବନ୍ଧୁବାନ୍ଧବଙ୍କ ପାଖକୁ ମୁଆଁ ପଠାଇଥାଆନ୍ତି ଗଂଜାମ ବାସିନ୍ଦା । ତେବେ କିଭଳି ପ୍ରସ୍ତୁତି ହେଉଛି ଏହି ସୁସ୍ୱାଦୁ ମୁଆଁ..ଜାଣନ୍ତୁ..

ତତଲା କଡେଇରେ ଗୁଆ ଘିଅ ପକାଇ ଭଜା ହେବ କାଜୁ, ପିସ୍ତା, ସହ ନଡିଆ, ଲିଆ । ଏଥିରେ ସ୍ୱତନ୍ତ୍ର ମସଲା ପକାଇ ପ୍ରସ୍ତୁତ ହୋଉଛି ସ୍ୱତନ୍ତ୍ର ମୁଆଁ । ପରେ ଚାଞ୍ଚରେ ପକାଇ ତାକୁ ବିଭିନ୍ ଆକୃତିର ରୂପ ଦିଆଯାଏ । ଆଗକୁ ଧନୁ ସଂକ୍ରାନ୍ତି ଥିବା ବେଳେ ଏବେ ବ୍ରହ୍ମପୁର ମିଠା ଦୋକାନ ମାନଙ୍କରେ ଚାଲିଛି ସ୍ୱ ତନ୍ତ୍ର ଧନୁମୁଆଁ ତିଆରି । ଗ୍ରାହକଙ୍କ ପସନ୍ଦକୁ ନଜରରେ ରଖି ସ୍ପେଶାଲ ମୁଆଁ, ଘିଅ ମୁଆଁ, ନଡିଆ ମୁଆଁ ଭଳି ବିଭିନ୍ନ କିସମର ମୁଆଁ ପ୍ରସ୍ତୁତ କରିଛନ୍ତି ମିଠା ଦୋକାନୀ ।

ପରମ୍ପରା ଅନୁସାରେ ବର୍ଷ ପ୍ରଥମ ଧାନ ଶସ୍ୟରେ ପ୍ରସ୍ତୁତ ଲିଆକୁ ମୁଆଁ କରି ଅଧିଷ୍ଠାତ୍ରୀ ଦେବୀ ମାଆ ବୁଢୀ ଠାକୁରାଣୀ ଠାରେ ଲଗାଇଥାନ୍ତି ଗଂଜାମ ବାସୀ । ସେହିପରି ବନ୍ଧୁବାନ୍ଧବଙ୍କ ସହ ସଂପର୍କର ଡୋରୀକୁ ମଜବୁତ କରିବାକୁ ଏହି ସ୍ୱତନ୍ତ୍ର ମୁଆଁ ବନ୍ଧୁ ପରିଜନଙ୍କ ଘରକୁ ପଠାଇବାର ମଧ୍ୟ ପରମ୍ପରା ରହିଛି । ଧନୁସଂକ୍ରାନ୍ତିରୁ ମକରସଂକ୍ରାନ୍ତି ଯାଏ ଏହି ସ୍ୱତନ୍ତ୍ର ମୁଆଁ ମିଳୁଥିବା ବେଳେ, ମିଠା ଦୋକାନ ମାନଙ୍କରେ ଗ୍ରାହକଙ୍କ ଭିଡ଼ ଲାଗିଲାଣି ।

  • Reported by:
  • ASHOK BRAHMA